ETV Bharat / bharat

ପ୍ରକୋପ ହରାଇବ ମହାମାରୀ, କେବଳ ଋତୁକାଳୀନ ଫ୍ଲ୍ୟୁ ହୋଇ ରହିବ: ବିଶେଷଜ୍ଞ

author img

By

Published : Jan 5, 2022, 10:44 PM IST

Updated : Jan 5, 2022, 10:50 PM IST

ସାରା ବିଶ୍ବରେ କୋଭିଡ ମହାମାରୀର ଗୋଟିଏ ପରେ ଗୋଟିଏ ପ୍ରଜାତି ଆତଙ୍କ ଖେଳାଇଥିବା ବେଳେ ସ୍ବାସ୍ଥ୍ୟ ବିଶଷଜ୍ଞଙ୍କ ଆଶ୍ବସ୍ତିକର ସୂଚନା ସାମ୍ନାକୁ ଆସିଛି । ଆଉ ମହାମାରୀ ନୁହେଁ କେବଳ ଋତୁଭିତ୍ତିକ ଫ୍ଲ୍ୟୁ ହୋଇ ରହିପାରେ କୋଭିଡ । ଅଧିକ ପଢନ୍ତୁ

ପ୍ରକୋପ ହରାଇବ ମହାମାରୀ, କେବଳ ଋତୁକାଳୀନ ଫ୍ଲ୍ୟୁ ହୋଇ ରହିବ: ବିଶେଷଜ୍ଞ
ପ୍ରକୋପ ହରାଇବ ମହାମାରୀ, କେବଳ ଋତୁକାଳୀନ ଫ୍ଲ୍ୟୁ ହୋଇ ରହିବ: ବିଶେଷଜ୍ଞ

ମସ୍କୋ: କୋଭିଡ ଭୂତାଣୁୁର ଗୋଟିଏ ପରେ ଗୋଟିଏ ପ୍ରଜାତି ଆତଙ୍କ ଖେଳାଇଥିବା ବେଳେ ସ୍ବାସ୍ଥ୍ୟ ବିଶଷଜ୍ଞଙ୍କ ଆଶ୍ବସ୍ତିକର ସୂଚନା। ଆଉ ମହାମାରୀ ନୁହେଁ ବରଂ କେବଳ ଋତୁକାଳୀନ ଫ୍ଲ୍ୟୁରେ ପରିବର୍ତ୍ତନ ହୋଇପାରେ କୋଭିଡ । ଏପରି ଆଶ୍ବସ୍ତିକର ତଥ୍ୟ ଦେଇଛନ୍ତି, ଋଷର ମହାମାରୀ ବିଶେଷଜ୍ଞ (ଏପିଡେମୋଲୋଜିଷ୍ଟ) ତଥା ଋଷ ପୂର୍ବତନ ମୁଖ୍ୟ ସାନିଟାରୀ ଡାକ୍ତର ଜେନାଡି ଓନିଶେଙ୍କୋ ।

ଡାକ୍ତର ଜେନାଡିଙ୍କ ସୂଚନା ଅନୁଯାୟୀ, ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଏବଂ ଟୀକାକରଣ ଡ୍ରାଇଭକୁ ସମ୍ପୂର୍ଣ୍ଣ କରିବା ପରେ ବିଶ୍ବବାସୀ କୋଭିଡ ଭୂତାଣୁର ସଂକ୍ରମଣ ତଥା ମହାମାରୀ ପ୍ରକୋପରୁ ରକ୍ଷା ପାଇପାରିବେ । ତେବେ ବିଶ୍ବବ୍ୟାପି ଟିକାକରଣ ଡ୍ରାଇଭ ଶେଷ ହେବା ପରେ ଚଳିତବର୍ଷ ମେ’ ମାସ ସୁଦ୍ଧା ବିଶ୍ବରୁ ବିଦାୟ ନେଇପାରେ ମହାମାରୀ ।

ଋଷିଆର ଏକାଡେମୀ ଅଫ୍ ସାଇନ୍ସ ସଭାପତି ଆଲେକ୍ସଜାଣ୍ଡାର୍ ସର୍ଗେଭ ମଧ୍ୟ କହିଛନ୍ତି ଯେ ବର୍ତ୍ତମାନର କୋଭିଡ ମହାମାରୀ 2022 ଋତୁକାଳୀନ ଫ୍ଲ୍ୟୁରେ ପରିଣତ ହେବ। ଆଶା କରାଯାଉଛି ଯେ କୋଭିଡ -19 ମହାମାରୀ ତାର ପ୍ରକୋପ ହରାଇବା ସହ ସାମାନ୍ୟ ମାତ୍ର ଋତୁକାଳୀନ ଫ୍ଲ୍ୟୁ ପରି ରହିବ । କେବଳ ସହି ନିର୍ଦ୍ଦିଷ୍ଟ ସମୟରେ ଆମକୁ କୋଭିଡ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି କହିଛନ୍ତି ଡାକ୍ତର ଆଲେକ୍ସଜାଣ୍ଡାର ।

ଯଦି ନିର୍ଭରଯୋଗ୍ୟ ଔଷଧ ତଥା ସଂକ୍ରମଣ ପ୍ରତିରୋଧୀ ପ୍ରୋଟୋକଲ ଅଛି, ଏବଂ ତାର ସଠିକ ଅନୁପାଳନ କରନ୍ତି, ତେବେ ଆମେ ସାଧାରଣ ଫ୍ଲୁ ପରି ଏହି ଭୂତାଣୁର ଲହରକୁ ସାମ୍ନା କରିପାରିବା ବୋଲି ସେ କହିଛନ୍ତି । ତେଣୁ ଟୀକାକରଣ ତଥା କୋଭିଡ ପ୍ରୋଟୋକଲ ପାଳନ ଆମକୁ ମୃତ୍ୟୁହାର ବୃଦ୍ଧିକୁ ରୋକାଯିବା ସହ ଆଣ୍ଟିବଡି ସୃଷ୍ଟି କରିବାରେ ସାହାଯ୍ୟ କରିବ । ସେହିପରି ଥରେ ବିଶ୍ବବ୍ୟାପୀ ଟିକାକରଣ ଶେଷ ହେବା ପରେ ସଂକ୍ରମଣ ଆଶଙ୍କା ଓ ମୃତ୍ୟୁହାର ମଧ୍ୟ ପୂର୍ବାପେକ୍ଷା ହ୍ରସ ପାଇବା ସହ ଏହାକୁ ଏକ ଋତୁକାଳୀନ ଫ୍ଲ୍ୟୁ ଭାବେ ମୁକାବିଲା କରାଯାଇପାରିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

@ IANS

Last Updated : Jan 5, 2022, 10:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.