ETV Bharat / bharat

India Corona: ଦେଶରେ ୨୦,୫୨୮ ନୂଆ ସଂକ୍ରମିତ

author img

By

Published : Jul 17, 2022, 9:40 AM IST

India Corona: ଦେଶରେ ୨୦,୫୨୮ ନୂଆ ସଂକ୍ରମିତ
India Corona: ଦେଶରେ ୨୦,୫୨୮ ନୂଆ ସଂକ୍ରମିତ

ଦେଶରେ ଉପରମୁହାଁ କୋରୋନା ଗ୍ରାଫ୍ । ଗତ 24 ଘଣ୍ଟା ମଧ୍ୟରେ ମୋଟ 20,528 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ପୁଣି କାୟା ମେଲାଉଛି ମହାମାରୀ । କ୍ରମାଗତ ଚତୁର୍ଥ ଦିନରେ ୨୦ ହଜାର ଅତିକ୍ରମ କରିଛି ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 20,528 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 20,528 fresh Covid Cases) । ସଂକ୍ରମଣ ବଢିବା ସହ ମୃତ୍ୟୁସଂଖ୍ୟା ମଧ୍ୟ କ୍ରମଶଃ ବୃଦ୍ଧି ପାଉଛି । 24 ଘଣ୍ଟାରେ ଦେଶରେ 49 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 17,790 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଦେଢ ଲକ୍ଷ ମୁହାଁ ହୋଇଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 1,43,449କୁ ବୃଦ୍ଧି ପାଇଛି । ଏଯାବତ୍ 4,30,63,651 ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଓ ସମୁଦାୟ 5,25,709 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 199.98 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 25,59,840 ଜଣଙ୍କୁ ଟିକା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.