ETV Bharat / bharat

India Corona: ଆଜି ବି 20 ହଜାର ପାର୍‌ ସଂକ୍ରମଣ

author img

By

Published : Jul 16, 2022, 9:38 AM IST

India Corona: ଦେଶରେ ପୁଣି ୨୦ ହଜାର ଟପିଲା ସଂକ୍ରମଣ
India Corona: ଦେଶରେ ପୁଣି ୨୦ ହଜାର ଟପିଲା ସଂକ୍ରମଣ

ଦେଶରେ ଉପରମୁହାଁ କୋରୋନା ଗ୍ରାଫ୍ । ଆଜି ତୃତୀୟ ଦିନରେ ୨୦ ହଜାର ଟପିଲା ସଂକ୍ରମଣ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପୁଣି ଟେନସନ ଦେଉଛି କୋରୋନା । କ୍ରମାଗତ ତିନି ଦିନ ହେଲା ୨୦ ହଜାରରୁ ଅଧିକ ଦୈନିକ ସଂକ୍ରମଣ ରେକର୍ଡ ହେଉଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍‌ 20,044 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 20,044 fresh Covid Cases) । ସଂକ୍ରମଣ ବଢିବା ସହ ମୃତ୍ୟୁସଂଖ୍ୟା ମଧ୍ୟ କ୍ରମଶଃ ବୃଦ୍ଧି ପାଉଛି । 24 ଘଣ୍ଟାରେ ଦେଶରେ 56 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 18,301ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଲକ୍ଷେ ପାର୍‌ କରିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 1,40,760କୁ ବୃଦ୍ଧି ପାଇଛି । ଦେଶର ଦୈନିକ ପଜିଟିଭ ରେଟ୍ 4.80%ରେ ପହଞ୍ଚିଛି । ଏଯାବତ୍ 4,30,63,651 ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଓ ସମୁଦାୟ 5,25,660 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 199 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 22,93,627 ଜଣଙ୍କୁ ଟିକା ଦିଆଯାଇଛି । ତେବେ କ୍ରମଶଃ ସଂକ୍ରମଣ ବଢିବା ସହ ଏବେ ବିଭିନ୍ନ ରାଜ୍ୟରେ କୋଭିଡ କଟକଣା ପୁଣି କଡାକଡି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.