ETV Bharat / bharat

India Corona: ଦେଶରେ ପୁଣି ୨୦ ହଜାର ଟପିଲା ସଂକ୍ରମଣ

author img

By

Published : Jul 15, 2022, 9:40 AM IST

India Corona: ଆଜି ବି ୨୦ ଉପରେ ସଂକ୍ରମଣ
India Corona: ଆଜି ବି ୨୦ ଉପରେ ସଂକ୍ରମଣ

ଦେଶରେ ମାଡୁଛି ମହାମାରୀ । ଗତ 24 ଘଣ୍ଟାରେ 20,038 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢାଇଛି କୋରୋନା । ଦୁଇ ଦିନ ହେଲା ୨୦ ହଜାର ପାର୍ କରୁଛି ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍‌ 20,038 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 20,038 fresh Covid Cases) । ଯାହାକି ଗୁରୁବାର ତୁଳନାରେ ସାମାନ୍ୟ କମ୍ ହୋଇଥିଲେ ମଧ୍ୟ ଚିନ୍ତାଜନକ ରହିଛି । ବର୍ତ୍ତମାନ ଦୈନିକ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଇଛି । 24 ଘଣ୍ଟାରେ ଦେଶରେ 47 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 16,994 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଦେଢ ଲକ୍ଷେ ମୁହାଁ ହୋଇଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 1,39,073କୁ ବୃଦ୍ଧି ପାଇଛି । ଦେଶର ଦୈନିକ ପଜିଟିଭ ରେଟ୍ 4.44%ରେ ପହଞ୍ଚିଛି । ଏଯାବତ୍ 4,30,45,350 ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଓ ସମୁଦାୟ 5,25,604 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 199 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 18,92,969 ଜଣଙ୍କୁ ଟିକା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.