ETV Bharat / bharat

ତିନି ମାସ ହେଲା ଗାଁରୁ ବିତାଡିତ ସଂକ୍ରମିତ ପରିବାର, ଖତ ଗଦାରେ ବିତୁଛି ଜୀବନ

author img

By

Published : Apr 6, 2021, 8:41 PM IST

କୋରୋନା ସଂକ୍ରମିତ ଚିହ୍ନଟ ହେବାରୁ ସଂକ୍ରମିତଙ୍କ ସମେତ ତାଙ୍କୁ ପୁରା ପରିବାରକୁ ଗ୍ରାମରୁ ବିତାଡିତ କଲେ ଗ୍ରାମବାସୀ । ଦୀର୍ଘ ତିନି ମାସ ହେଲା ଖତ ଗଦାରେ ବିତୁଛି ସମ୍ପୃକ୍ତ ପରିବାରର ଜୀବନ । ଅଧିକ ପଢନ୍ତୁ...

ତିନି ମାସ ହେଲା ଗାଁରୁ ବିତାଡିତ ସଂକ୍ରମିତ ପରିବାର, ଖତ ଗଦାରେ ବିତୁଛ ଜୀବନ
ତିନି ମାସ ହେଲା ଗାଁରୁ ବିତାଡିତ ସଂକ୍ରମିତ ପରିବାର, ଖତ ଗଦାରେ ବିତୁଛ ଜୀବନ

ହାଇଦ୍ରାବାଦ: କୋରୋନା ସଂକ୍ରମିତ ଚିହ୍ନଟ ହେବାରୁ ପୁରା ପରିବାର ସହ ଗାଁରୁ ବିତାଡିତ ହେଲେ ସଂକ୍ରମିତ । ଏବେ ଦୀର୍ଘ ତିନି ମାସ ହେଲା ଖତ ଗଦାରେ ବିତୁଛି ସେମାନଙ୍କ ଜୀବନ । ଏହି ମର୍ମସ୍ପର୍ଶୀ ଘଟଣାଟି ହେଉଛି ତେଲେଙ୍ଗାନା କାମରେଡ୍ଡି ଜିଲ୍ଲା ଗାନ୍ଧାରୀ ଜୋନ ଅଞ୍ଚଳର । ଯେଉଁଠି ଏକ ଗରିବ ଦିନ ମଜୁରିଆ ପରିବାର ଗାଁରୁ ବାହାରି ଖତ ଗଦାରେ ଆଶ୍ରୟ ନେଇଛନ୍ତି ।

ସୂଚନାଯୋଗ୍ୟ, ଗାନ୍ଧାରି ଜୋନ ଅଞ୍ଚଳରେ ବସବାସ କରୁଥିବା ଗୋଟିଏ ପରିବାର ମୁଖ୍ୟ ସଦସ୍ୟ କୋରୋନା ପଜିଟିଭି ଚିହ୍ନଟ ହୋଇଥିଲେ । ଖବର ପ୍ରଘଟ ହେବା ପରେ ଉକ୍ତ ଗ୍ରାମବାସୀ ଗାଁରେ ସଂକ୍ରମିତ ଓ ତାଙ୍କ ପରିବାରର ଉପସ୍ଥିତି ନେଇ ବିରୋଧ କରିଥିଲେ । ଏହାପରେ ଗ୍ରାମ ମୁଖିଆ ସେହି ପରିବାରକୁ ଗାଁରୁ ବାହାରି ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଯଦ୍ବାରା ସମ୍ପୃକ୍ତ ପରିବାର ନିଜାମବାଦ ଜିଲ୍ଲାର ମନଚିପ୍ପା ଗାଁକୁ ପଳାଇ ଯାଇଥିଲେ । ସେମାନେ ସେଠାରେ ଗାଁ ବାହାରେ ଥିବା ଏକ ଖତ ଗଦାଠାରେ ତିନି ମାସ ହେଲା ଲୁଚି ରହିଛନ୍ତି । ସଂକ୍ରମିତ ବ୍ୟକ୍ତି ଖତ ଗଦା ଭିତରେ ଓ ତାଙ୍କ ପୁଅ, ଝିଅ ଏବଂ ପତ୍ନୀ ଶେଡ୍ ବାହାରେ ଆଶ୍ରୟ ନେଇଛନ୍ତି ।

ତେବେ କିଛି ଦିନର ବିରତି ପରେ ତେଲେଙ୍ଗାନା ଧୀରେ ଧୀରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସୋମବାର ଦିନ ରାଜ୍ୟରେ 1 ହଜାର 95ଟି ନୂଆ ପଜିଟିଭ ମାମଲା ପ୍ରକାଶ ପାଇଥିବାବେଳେ 6 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.