ETV Bharat / bharat

Wrestlers Protest: ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ପ୍ରିୟଙ୍କା-କେଜ୍ରିୱାଲ

author img

By

Published : Apr 30, 2023, 7:26 AM IST

ଦିଲ୍ଲୀ ଜନ୍ତର-ମନ୍ତର ଠାରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଅନେକ ରାଜନୈତିକ ଦଳ ଆଗକୁ ଆସିଛନ୍ତି । ଶନିବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ, ସାଂସଦ ଦିପେନ୍ଦର ସିଂହ ହୁଡ୍ଡା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପହଞ୍ଚି କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

ଜନ୍ତର-ମନ୍ତରରେ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ପ୍ରିୟଙ୍କା-କେଜ୍ରିୱାଲ
ଜନ୍ତର-ମନ୍ତରରେ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ପ୍ରିୟଙ୍କା-କେଜ୍ରିୱାଲ

ନୂଆଦିଲ୍ଲୀ: ଜନ୍ତର-ମନ୍ତର ଠାରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଅନେକ ରାଜନୈତିକ ଦଳ ଆଗକୁ ଆସିଛନ୍ତି । ଏହାରି ମଧ୍ୟରେ ଶନିବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ, ସାଂସଦ ଦିପେନ୍ଦର ସିଂହ ହୁଡ୍ଡା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜନ୍ତର-ମନ୍ତର ଠାରେ ପହଞ୍ଚି କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇଥିଲେ । ଏହା ପୂର୍ବରୁ ହୁଡ୍ଡା ଶୁକ୍ରବାର ମଧ୍ୟ ଏଠାରେ ପହଞ୍ଚିଥିଲେ । ତେବେ ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହ ଗିରଫ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରଖିବା ପାଇଁ ପୂର୍ବରୁ ଚେତାବନୀ ଦେଇଛନ୍ତି ଏହି କୁସ୍ତିଯୋଦ୍ଧା ମାନେ ।

  • ये खिलाड़ी हमारा मान हैं। ये कड़ी मेहनत और संघर्ष करके देश के लिए मेडल जीतती हैं। इनका शोषण, इनका अपमान.. देश की हर एक महिला का अपमान है। इनको न्याय मिले - पूरा देश ये चाहता है। pic.twitter.com/8Ro8GrHKER

    — Priyanka Gandhi Vadra (@priyankagandhi) April 29, 2023 " class="align-text-top noRightClick twitterSection" data=" ">

ଶନିବାର ପ୍ରିୟଙ୍କା ଗାନ୍ଧୀ ଧାରଣାସ୍ଥଳରେ ପହଞ୍ଚି ଧାରଣାରତ କୁସ୍ତିଯୋଦ୍ଧା ବିନେଶ ଫୋଗାଟ, ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା କଂଗ୍ରେସ ସାଂସଦ ଦିପେନ୍ଦର ସିଂହ ହୁଡ୍ଡା ମଧ୍ୟ ଖେଳାଳି ମାନଙ୍କ ସହ ଆଲୋଚନା କରିଥିଲେ । ତେବେ ଏହାପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମୋଦି ସରକାରଙ୍କ ଉପରେ ବର୍ଷିଥିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ସେ କହିଥିଲେ, "ପ୍ରଧାନମନ୍ତ୍ରୀଙ୍କ ଉପରେ ମୋର ଜମା ବି ଭରସା ନାହିଁ । ଯଦି ଦେଶର ଝିଅ ମାନଙ୍କ ପ୍ରତି କିଛି ବି ଚିନ୍ତା ଥାଆନ୍ତା, ତେବେ ସେ ଏଠାକୁ ଆସି ଏମାନଙ୍କ ସହ ଆଲୋଚନା କରିଥାନ୍ତେ । କିନ୍ତୁ ଦେଶର ପ୍ରଧାନମନ୍ତ୍ରୀ ଏପରି କରିନାହାନ୍ତି । କେବଳ ଗୋଟିଏ ବ୍ୟକ୍ତିକୁ ବଞ୍ଚାଇବାକୁ ପୁରା ସରକାର ଲାଗିପଡ଼ିଛି ।"

  • #WATCH| Delhi: "Those who love our country, whether they're from Congress, AAP or BJP and even if not affiliated with any party, must take off and come here to extend support to them (wrestlers)...": Delhi CM Arvind Kejriwal at Jantar Mantar pic.twitter.com/MFxQEkDPsU

    — ANI_HindiNews (@AHindinews) April 29, 2023 " class="align-text-top noRightClick twitterSection" data=" ">

ଏହାପରେ ଶନିବାର ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଧାରଣାସ୍ଥଳରେ ପହଞ୍ଚିଥିଲେ । ଏଠାରେ ପହଞ୍ଚି କୁସ୍ତିଯୋଦ୍ଧାଙ୍କୁ ସମ୍ବୋଧିତ କରି ସେ କହିଥିଲେ, "ଆମ ଦେଶର କୁସ୍ତିଯୋଦ୍ଧା ମାନେ ବିଶ୍ବସ୍ତରରେ ଆମ ଦେଶର ନାମ ଉଜ୍ବଳ କରିଛନ୍ତି । କିନ୍ତୁ ଗତ ୧ ସପ୍ତାହ ହେବ ସେମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛନ୍ତି । ଯେଉଁ ବ୍ୟକ୍ତି ଦୋଷୀ, ତାକୁ କଠୋରରୁ କଠୋର ଦଣ୍ଡ ମିଳିବା ଆବଶ୍ୟକ । ବିଜେପି ଓ କେନ୍ଦ୍ର ସରକାର ଦୂରାଚାରୀ ବ୍ୟକ୍ତିକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛି । ବିଜେପିର କୌଣସି ନେତା ଯଦି ଭୁଲ କରେ, ତେବେ ତାଙ୍କ ନାଁରେ ଏଫଆଇଆର ଫାଇଲ କରିବା ପାଇଁ ଲୋକଙ୍କୁ ସୁପ୍ରିମକୋର୍ଟ ଯିବାକୁ ପଡ଼ିଥାଏ ।"ତେବେ କୁସ୍ତିଯୋଦ୍ଧାଙ୍କ ସହ ପୁରା ଦେଶ ଛିଡ଼ା ହୋଇଛି ଏବଂ ଦିଲ୍ଲୀ ସରକାର ମଧ୍ୟ ସେମାନଙ୍କ ସହିତ ଛିଡ଼ା ହୋଇଛି ବୋଲି କହିଛନ୍ତି କେଜ୍ରିୱାଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.