ETV Bharat / bharat

କଂଗ୍ରେସ ବର୍ବାଦ ହୋଇଛି ଇଚ୍ଛାଶକ୍ତି ହରାଇଛି: ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Sep 25, 2023, 2:28 PM IST

ମଧ୍ୟପ୍ରଦେଶକୁ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ବର୍ବାଦ ହୋଇଛି ଇଚ୍ଛାଶକ୍ତି ହରାଇଛି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

pm modi targets congress from bhopal
pm modi targets congress

ଭୋପାଳ: ଯେଉଁ ଯେଉଁ ରାଜ୍ୟକୁ କଂଗ୍ରେସ ଯାଇଛି ସେହି ରାଜ୍ୟକୁ ବର୍ବାଦ କରି ଦେଇଛି । କଂଗ୍ରେସ ତାର ସବୁ ଇଚ୍ଛାଶକ୍ତି ହରାଇଛି । କିଛି କଂଗ୍ରେସ ନେତା ମୁହଁରେ ତାଲା ମାରି ବସିଛନ୍ତି । ପ୍ରଥମେ କଂଗ୍ରେସ ବର୍ବାଦ ହେଲା ଏବେ ଅନ୍ୟ ଉପରେ ଭାର ଦେଇଛି । ଏବେ କଂଗ୍ରେସ ଏମିତି ଏକ କମ୍ପାନୀ ହୋଇଛି ସବୁଥିବେ ଆଉଟ୍‌ ସୋର୍ସ ହୋଇଛି । କଂଗ୍ରେସ କଣ୍ଟ୍ରାକ୍ଟ ଏବେ କିଛି ଅର୍ବାନ ନକ୍ସଲଙ୍କ ପାଖରେ ରହିଛି । ଭାଜପାକୁ ସର୍ବଦା ମଧ୍ୟପ୍ରଦେଶବାସୀ ଆର୍ଶୀବାଦ ଦେଇଛନ୍ତି । ଦେଶର ବିକାଶ ପାଇଁ ମଧ୍ୟପ୍ରଦେଶର ବିକଶିତ ହେବା ନିହାତି ଆବଶ୍ୟକ ଏନେଇ ଆସନ୍ତା 5 ବର୍ଷ ପାଇଁ ବିଜେପି କ୍ଷମତାକୁ ଆସିବାକୁ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟପ୍ରଦେଶ ଗସ୍ତ କରି ମୋଗା ରୋଡ ଶୋ କରିବା ସହିତ କଂଗ୍ରେସ ଉପରେ ବର୍ଷି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • #WATCH | Madhya Pradesh: Congress has lost all its willpower. The grassroots leaders of Congress have been sitting quietly with their mouths locked... First, Congress was ruined, then they became bankrupt and now they have given their contract to someone else. The party is no… pic.twitter.com/jhsyBjwK7v

    — ANI (@ANI) September 25, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...ମଧ୍ୟପ୍ରଦେଶକୁ 50,700 କୋଟିର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ, INDIA ମେଣ୍ଟ ଉପରେ ବର୍ଷିଲେ

ଭୋପାଳରେ ଆୟୋଜିତ କାର୍ଯ୍ୟକର୍ତ୍ତା ମହାକୁମ୍ଭକୁ ସମ୍ଭୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,"ମଧ୍ୟପ୍ରଦେଶବାସୀ ଯେଉଁ ବିକାଶ ରାସ୍ତା ତିଆରି କରିଛନ୍ତି ସେହି ବିକାଶ ଗାଡି ଅଟକିବ ନାହିଁ । କଂଗ୍ରେସକୁ ରାଜସ୍ଥାନକୁ ସୁଯୋଗ ମିଳିଥିଲା ହେଲେ ସେ ରାଜ୍ୟକୁ ବର୍ବାଦ କରି ଦେଇଛନ୍ତି । ଦୁର୍ନୀତିକୁ ନମ୍ବର ୱାନ୍‌ କରିଛି । ମଧ୍ୟପ୍ରଦେଶର ବିକାଶ ପାଇଁ ଆଗାମୀ କିଛି ବର୍ଷ ଅନେକ ଗୁରୁତ୍ବପୂର୍ଣ୍ଣ । ଆଜି ଭାରତରେ ବିଶ୍ବରୁ ରାଜ୍ୟରୁ ନିବେଶ ଆସୁଛି । ମଧ୍ୟପ୍ରଦେଶକୁ ବିକଶିତ ରାଜ୍ୟ କରିବାକୁ ସମୟ ଆସିଛି ଏହି ସୁନ୍ଦର ସମୟରେ ଯଦି କଂଗ୍ରେସ ଭଳି ପରିବାରବାଦ ପାର୍ଟି ହଜାରୋ କୋଟି ଦୁର୍ନୀତ କରିଥିବା ଦଳକୁ ଟିକେ ବି ସୁଯୋଗ ମିଳେ ତେବେ ମଧ୍ୟପ୍ରଦେଶକୁ ବଡ଼ କ୍ଷତି ସହିବାକୁ ହେବ । କେବଳ ବିଧାନସଭା ନୁହେଁ ବୁଥସ୍ତରର ଜିତିବାକୁ ହେବ । ହୃଦୟ ଜିତିବାକୁ ହେବ ।"

  • #WATCH | For developed India, developed Madhya Pradesh is very important and for this the BJP govt should come (to power) for the next 5 years... Humein Vidhan Sabha hi nahi, balki har booth jeetna hai, har booth par logo ka dil jeetna hai... So it is the responsibility of every… pic.twitter.com/xUGeKXIJFz

    — ANI (@ANI) September 25, 2023 " class="align-text-top noRightClick twitterSection" data=" ">

ମଧ୍ୟପ୍ରଦେଶରେ ଭାଜପା ସରକାରଙ୍କୁ 20 ବର୍ଷ ପୁରଣ ହୋଇଛି । ଏଥର ନିର୍ବାଚନରେ ପ୍ରଥମ ଥର ଭୋଟ ଦେବାକୁ ଯାଉଥିବା ଯୁବଗୋଷ୍ଠୀ ଭାଜପା ସରକାରକୁ ଦେଖିଛନ୍ତି । ଏହି ଯୁବାଗୋଷ୍ଠୀ ସୌଭାଗ୍ୟଶାଳୀ ସେମାନେ ଏମପିରେ କଂଗ୍ରେସର ଖରାପ ଶାସନ ଦେଖି ନାହାନ୍ତି । ଏମପିରେ କଂଗ୍ରେସ ଶାସନର ପରିଚୟ ଥିଲା କୁନୀତି କୁଶାସନ ଓ କୋଟି କୋଟି ଟଙ୍କାର ଦୁର୍ନୀତି । ସ୍ବାଧୀନତା ପରେ ଦୀର୍ଘ ସମୟ ଧରି ରାଜ୍ୟରେ କଂଗ୍ରେସ ଶାସନ କରିଥିଲା । ମାତ୍ର କଂଗ୍ରେସ ମଧ୍ୟପ୍ରଦେଶକୁ ରୋଗିଣା କରି ଦେଇଛି । ମାତ୍ର ଭାଜପା ତାର ଶାସନ କାଳରେ ମଧ୍ୟପ୍ରଦେଶକୁ ନୂଆ ଉତ୍ସାହ ଓ ସଫଳତା ଦିଗରେ ନେବାକୁ ପ୍ରୟାସ କରିଛି । ଏଠାକର ଯୁବକ ଭାଜପାର ସୁଶାସନ ଦେଖିଛନ୍ତି । ବିକଶିତ ମଧ୍ୟପ୍ରଦେଶ ଦେଖିଛନ୍ତି । ଭାରତୀୟ ଜନତା ପାର୍ଟିର ଶକ୍ତି ତାର କର୍ମକର୍ତ୍ତା । ମଧ୍ୟପ୍ରଦେଶ ଭୋପାଳରେ ଆୟୋଜିତ କର୍ମକର୍ତ୍ତା ମହାକୁମ୍ଭକୁ ସମ୍ଭୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ବି ପଢନ୍ତୁ...ଆଜି ଜୟପୁରରେ ପରିବର୍ତ୍ତନ ସଙ୍କଳ୍ପ ମହାସଭାକୁ ସମ୍ଭୋଧିତ କରିବେ ମୋଦି

ପ୍ରକାଶ ଥାଉ କି, ଚଳିତ ମାସରେ ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ଥର ମଧ୍ୟପ୍ରଦେଶ ଗସ୍ତ । ଚଳିତ ମାସ 14 ତାରିଖରେ ମଧ୍ୟପ୍ରଦେଶ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟବାସୀଙ୍କୁ 50 ହଜାର 700କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଥିଲେ । ଏହା ସହିତ ଇଣ୍ଡିଆ ଉପରେ ବର୍ଷିଥିଲେ । ମଧ୍ୟପ୍ରଦେଶରୁ ଆଜି ଜୟପୁର ଗସ୍ତ କରି ସେଠାରେ ଏକ ପରିବର୍ତ୍ତନ ସଂକଳ୍ପ ମହାସଭାକୁ ସମ୍ଭୋଧିତ କରିବେ ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.