ETV Bharat / bharat

ପଛରେ ପଡ଼ିଛନ୍ତି କଂଗ୍ରେସ ପ୍ରାର୍ଥୀ, ଲିଡ୍‌ କରୁଛନ୍ତି ବିଜେପି ପ୍ରାର୍ଥିନୀ ଗୋମତି ସାୟ

author img

By ETV Bharat Odisha Team

Published : Dec 3, 2023, 4:05 PM IST

ଛତିଶଗଡ଼ରେ 10ରୁ 11 ରାଉଣ୍ଡ ଗଣତି ସୁଦ୍ଧା ବିଜେପି 55 ସିଟ୍‌ରେ ଆଗୁଆ ରହିଛି । ଏହି କ୍ରମରେ ବିଜେପି ନେତ୍ରୀ ଗୋମତି ସାୟ କଂଗ୍ରେସର ରାମପୁକାର ସିଂହଙ୍କୁ ପଛରେ ପକାଇଛନ୍ତି । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ରାୟପୁର: ଛତିଶଗଡ଼ରେ ବିଜେପି ଭାରି ବହୁମତ ସହ ଆଗୁଆ ରହିଛି । 10ରୁ 11 ରାଉଣ୍ଡ ସୁଦ୍ଧା ବିଜେପି 55 ସିଟ୍‌ରେ ଆଗୁଆ ରହିଛି । ଏହି କ୍ରମରେ ସରଗୁଜାର ପଥଲଗାଁ ଆସନରେ ବିଜେପି ନେତ୍ରୀ ଗୋମତି ସାୟ କଂଗ୍ରେସର ରାମପୁକାର ସିଂହଙ୍କୁ ପଛରେ ପକାଇଛନ୍ତି । ଏଠାରେ ସେ 58818 ଭୋଟ ହାତେଇଛନ୍ତି । କଂଗ୍ରେସର ରାମପୁକାର ସିଂହଙ୍କୁ 40273 ଭୋଟ ମିଳିଛି । ଏଠାରେ ମୋଟ 9 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିଲେ । ଏହି ସିଟ୍‌ ପାଇଁ ମୋଟ 71.25 ପ୍ରତିଶତ ମତଦାନ ହୋଇଥିଲା । ପ୍ରଥମ ରାଉଣ୍ଡ ଗଣତିରୁ ହିଁ ବିଜେପି ପ୍ରାର୍ଥୀ ଏଠାରେ ଆଗୁଆ ରହିଛନ୍ତି ।

ହାର ଜିତ୍‌ ଫ୍ୟାକ୍ଟର: ମୋଟ 226380 ଭୋଟର ଏଠାରେ ପ୍ରାଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି । ପଥଲଗାଁ ବିଧାନସଭା ଆସନରେ କୁଅଁର ଭୋଟରଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି । ସେହିଭଳି ଉରାଂବ ଓ ଗୋଣ୍ଡ୍‌ ସମାଜର ମତଦାତାଙ୍କ ସଂଖ୍ୟା ବି ଅଧିକ ରହିଛି । ଏମାନେ ଯେକୌଣସି ପ୍ରାର୍ଥୀଙ୍କ ଭାଗ୍ୟ ବଦଳାଇ ଦେଇ ପାରନ୍ତି । ଏଣୁ ବିଜେପି ହେଉ କି କଂଗ୍ରେସ ଏହି ଦୁଇ ସମ୍ପ୍ରଦାୟରୁ ହିଁ ପ୍ରାର୍ଥୀ ଦେଇ ଥାଆନ୍ତି । ଭୋଟ ଗଣତି ପୂର୍ବରୁ ଛତିଶଗଡରେ କଂଗ୍ରେସ ସରକାର ଗଢ଼ିବା ନେଇ ଏକଜିଟ୍‌ ପୋଲ୍‌ ପ୍ରକାଶ କରିଥିଲା । କିନ୍ତୁ ଏହି ସମସ୍ତ ଅଙ୍କ ଭୁଲ ସାବ୍ୟସ୍ତ ହୋଇଛି ।

2018 ବିଧାନସବା ପରିଣାମ: ଗତ ନିର୍ବାଚନ ପଥଲଗାଁ ବିଧାନସଭା ସିଟ୍‌ରୁ ରାମପୁକାର ସିଂହ ବିଜୟ ହାସଲ କରିଥିଲେ । ଗତଥର ସେ ବିଜେପିର ପ୍ରାର୍ଥୀ ଶିବଶଙ୍କର ପୈକରାଙ୍କୁ ପରାଜିତ କରିଥିଲେ । ରାମପୁକାର ସିଂହଙ୍କୁ ସେହି ସମୟରେ 96599 ଭୋଟ ମିଳିଥିଲା । ଅନ୍ୟ ପକ୍ଷରେ ବିଜେପି ପ୍ରାର୍ଥୀଙ୍କୁ 59913 ଭୋଟ ମିଳିଥିଲା ।

ଏଥର ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ନଭେମ୍ବର 7 ତାରିଖରେ 20ଟି ସିଟ୍‌ରେ ମତଦାନ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ନଭେମ୍ବର 17 ତାରିଖରେ 70ଟି ସିଟ୍‌ରେ ମତଦାନ ହୋଇଥିଲା । ଆଜି ଭୋଟ ଗଣନା ପରେ ପ୍ରାର୍ଥୀଙ୍କ ଭାଗ୍ୟର ଫୈସଲା ହୋଇଯିବ। ଦୁଇଟି ଚରଣରେ ମୋଟ 76.31 ଭୋଟିଂ ହୋଇଥିଲା। ମୋଟ 1 କୋଟି 55 ଲକ୍ଷ 61 ଭୋଟର ଭୋଟିଂ କରିଥିଲେ । ଯେଉଁଥିରେ 77 ଲକ୍ଷ 48 ହଜାର 612 ପୁରୁଷ ଭୋଟର ଓ 78 ଲକ୍ଷ 12 ହଜାର 631 ମହିଳା ଭୋଟର ସାମିଲ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.