ETV Bharat / bharat

Kanhaiya Kumar: କହ୍ନୈୟା କୁମାରଙ୍କୁ ବଡ ଦାୟିତ୍ୱ ଦେଲା କଂଗ୍ରେସ, ସମ୍ଭାଳିବେ NSUI କମାଣ

author img

By

Published : Jul 6, 2023, 6:39 PM IST

NSUI ପ୍ରଭାରୀ ହେଲେ କହ୍ନୈୟା କୁମାର । 2019 ରେ କମ୍ୟୁନିଷ୍ଟ ପାର୍ଟିରୁ ନିର୍ବାଚନ ଲଢି ପରାଜିତ ହେବା ପରେ 2021 ରେ କଂଗ୍ରେସରେ ହୋଇଥିଲେ ସାମିଲ । ଅଧିକ ପଢନ୍ତୁ

Congress: NSUI ପ୍ରଭାରୀ ହେଲେ କହ୍ନୈୟା କୁମାର
Congress: NSUI ପ୍ରଭାରୀ ହେଲେ କହ୍ନୈୟା କୁମାର

ନୂଆଦିଲ୍ଲୀ: କହ୍ନେୟା କୁମାରଙ୍କୁ ଛାତ୍ର କଂଗ୍ରେସ (NSUI)ର ପ୍ରଭାରୀ ଭାବେ ଦାୟିତ୍ବ ଦେଇଛି ଦଳ । ଆଜି ଏନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରେସବିଜ୍ଞପ୍ତି ଜାରି କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି । କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ କହ୍ନେୟାଙ୍କୁ ଏହି ପଦବୀରେ ନିଯୁକ୍ତିକୁ ଅନୁମୋଦନ ଦେଇଥିବା ଦଳ କହିଛି । ଛାତ୍ର ରାଜନୀତିରୁ କମ୍ୟୁନିଷ୍ଟ ପାର୍ଟି ମାଧ୍ୟମରେ ଜାତୀୟ ରାଜନୀତିରେ ପ୍ରବେଶ କରିଥିବା କହ୍ନେୟା କୁମାର 2021 ରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୧୫ରେ JNU ଛାତ୍ର ସଂଘର ସଭାପତି ନିର୍ବାଚନ ଜିତିଥିଲେ । ପରେ ୨୦୨୧ରେ କଂଗ୍ରେସରେ ଯୋଗଦେଇଥିଲେ କହ୍ନେୟା । କେରଳ ଓ ପଶ୍ଚିମ ବଙ୍ଗ ଛାତ୍ର ସଂଘର ମିଶ୍ରଣ ସହ ୧୯୭୧ରେ ଇନ୍ଦିରା ଗାନ୍ଧିଙ୍କ ଦ୍ବାରା ଗଠିତ ହୋଇଥିଲା NSUI ।

2019 ସାଧାରଣ ନିର୍ବାଚନରେ ସେ ପରାସ୍ତ ହେବାପରେ 2021 ରେ କଂଗ୍ରେସରେ ସାମିଲ ହୋଇଥିଲେ । କଂଗ୍ରେସ ଏକ ରାଜନୈତିକ ଦଳ ମାତ୍ର ନୁହେଁ ବରଂ ଏକ ବିଚାରଧାରା ବୋଲି କହି ପ୍ରଶଂସା କରିଥିଲେ କହ୍ନେୟା । ଏହା ଦେଶର ସର୍ବପୁରାତନ ଓ ଏକ ପ୍ରମୁଖ ଗଣତାନ୍ତ୍ରିକ ରାଜନୈତିକ ଦଳ । ତେଣୁ କଂଗ୍ରେସ ବିନା ଦେଶରେ ଗଣତନ୍ତ୍ର ସମ୍ଭବ ନୁହେଁ । ସେ କଂଗ୍ରେସରେ ଯୋଗଦାନ କରି ଅତ୍ୟନ୍ତ ଖୁସି ଥିବା ମଧ୍ୟ ସେତେବେଳେ କହ୍ନେୟା କହିଥିଲେ ।

ଛାତ୍ର ରାଜନୀତିରେ ବେଶ ସକ୍ରିୟ ଥିବା କହ୍ନେୟା ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ଦାୟିତ୍ବରେ ଥିବା ବେଳେ ଦେଶବ୍ୟାପୀ ଚର୍ଚ୍ଚାକୁ ଆସିଥିଲେ । କ୍ୟାମ୍ପସରେ ତାଙ୍କ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତ ବିରୋଧୀ ନାରା ଓ ପାକିସ୍ତାନ ଜିନ୍ଦାବାଦ ନାରା ଲାଗିଥିବା ଅଭିଯୋଗ ହୋଇଥିଲା । ତାଙ୍କ ସମେତ ଏକାଧିକ ସହଯୋଗୀଙ୍କ ବିରୋଧରେ ବିରୋଧରେ ଦେଶଦ୍ରୋହ ମାମଲା ମଧ୍ୟ ରୁଜୁ କରାଯାଇଥିଲା । ସେ ଗିରଫ ହୋଇ ଜେଲ ଯାଇଥିଲେ । ତାଙ୍କ ସହ କମ୍ୟୁନିଷ୍ଟ ପାର୍ଟିର ଛାତ୍ର ଶାଖାର ଅନ୍ୟ କିଛି ଛାତ୍ର ନେତା ଓ ନେତ୍ରୀଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଥିଲା । ହେଲେ ଏହି ବିବାଦ ପରେ ତାଙ୍କୁ ସକ୍ରିୟ ରାଜନୀତିକୁ ଆସିବା ପାଇଁ ରାସ୍ତା ମିଳାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:- AIADMKରୁ ବହିଷ୍କୃତ ଏକମାତ୍ର ସାଂସଦ ଓପି ରବିନ୍ଦ୍ରନାଥଙ୍କ ନିର୍ବାଚନ ରଦ୍ଧ କଲେ ମାଡ୍ରାସ ହାଇକୋର୍ଟ

2019 ସାଧାରଣ ନିର୍ବାଚନରେ ସେ ଉତ୍ତର ପ୍ରଦେଶ ବେଗୁସରାଇ ସଂସଦୀୟ ଆସନରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ବିରୋଧରେ କମ୍ୟୁନିଷ୍ଟ ପାର୍ଟି ଟିକେଟରେ ନିର୍ବାଚନ ମଧ୍ୟ ଲଢିଥିଲେ । ହେଲେ ସେ ଏଥିରେ ପରାସ୍ତ ହୋଇଥିଲେ । ତାର ମାତ୍ର 2 ବର୍ଷର ବ୍ୟବଧାନ ପରେ ସେ କଂଗ୍ରେସରେ ଯୋଗଦାନ କରିଥିଲେ । ଏବେ ତାଙ୍କୁ ଛାତ୍ର କଂଗ୍ରେସର ପ୍ରଭାରୀ ଭାବେ ଦାୟିତ୍ବ ମିଳିଛି । ନିଜର ତୀକ୍ଷ୍ଣ ପ୍ରଶ୍ନ ଓ ଭାଷଣ ପାଇଁ କହ୍ନେୟା ବେଶ ପରିଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.