ETV Bharat / bharat

ଥାନାରେ ସାତଜନ୍ମର ସାଥୀ ହେଲେ ପ୍ରେମୀଯୁଗଳ

author img

By

Published : Dec 9, 2020, 2:11 PM IST

ପରିବାର ଲୋକେ ବିବାହ କରିବାକୁ ମନା କରିବାରୁ ଥାନା ପରିସରରେ ବିବାହ କଲେ ପ୍ରେମୀଯୁଗଳ । ଅଧିକ ପଢନ୍ତୁ...

ଥାନା ପରିସରରେ ବିବାହ କଲେ ପ୍ରେମୀଯୁଗଳ
ଥାନା ପରିସରରେ ବିବାହ କଲେ ପ୍ରେମୀଯୁଗଳ

ରାୟପୁର: ଛତିଶଗଡର ମହାସମୁଦରେ ଘଟିଛି ଏକ ବିଚିତ୍ର ଘଟଣା । ଥାନା ପରିସରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପ୍ରେମୀଯୁଗଳ ।

ଥାନା ପରିସରରେ ବିବାହ କଲେ ପ୍ରେମୀଯୁଗଳ

ସୂଚନାଅନୁସାରେ, ବନ୍ଦେଲୀ ଗାଁର 29ବର୍ଷୀୟ ଯୁବତୀ ସୁମନ କୁମାର ପଟେଲ ଓ ରାମ କୁମାର ପଟେଲ ଦୁଇବର୍ଷ ହେବ ପରସ୍ପରକୁ ଭଲପାଉଥିଲେ । ସୁମନ ରାମଙ୍କଠାରୁ ବୟସରେ ବଡ ହୋଇଥିବାରୁ ରାମଙ୍କ ପରିବାର ତାଙ୍କ ବିବାହକୁ ନେଇ ରାଜି ନଥିଲେ । ରାମ ବି ପରିବାର ବିରୋଧରେ ଯାଇପାରୁ ନଥିଲେ ।

ତେବେ ଏନେଇ ସୁମନ ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ସମସ୍ତ ଘଟଣା ଶୁଣିବା ପରେ ରାମଙ୍କୁ ଥାନାକୁ ଡାକିଥିଲେ । ରାମଙ୍କଠାରୁ ସବୁ କଥା ଶୁଣିବା ପରେ ଥାନା ଅଧିକାରୀ ଭଭୟ ରାମ ଏ ସୁମନଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ସେମାନଙ୍କ ବିବାଦ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ଥାନା ପରିସରରେ ଥିବା ଏକ ଶିବ ମନ୍ଦିରରେ ବିବାହର ଆୟୋଜନ କରିଥିଲେ ଥାନା ଅଧିକାରୀ । ବିବାହ ସମୟରେ ସୁମନଙ୍କ ଭାଇ ସହ ସମସ୍ତ ଥାନାର କର୍ମଚାରୀ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.