ETV Bharat / bharat

ଅଲମ୍ପିକ୍ସ ସଂଘ ପରିଚାଳନା କରିବ କୁସ୍ତି ! ପ୍ୟାନେଲ୍‌ ଗଠନ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ

author img

By ETV Bharat Odisha Team

Published : Dec 24, 2023, 6:53 PM IST

Centre Asks Indian Olympic Association To Form Panel To Run Wrestling Body: ଏକ ଅନ୍ତରୀଣ ପ୍ୟାନେଲ ଗଠନ କରି କୁସ୍ତି ପରିଚାଳନା ଭାର ନେବାକୁ ଭାରତୀୟ ଅଲମ୍ପିକ୍ସ ସଂଘକୁ ନିର୍ଦ୍ଦେଶ ଦେଲା କ୍ରୀଡା ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

କୁସ୍ତି ପରିଚାଳନା କରିବ ଅକମ୍ପିକ୍ସ ସଂଘ ! ପ୍ୟାନେଲ ଗଠନ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ
କୁସ୍ତି ପରିଚାଳନା କରିବ ଅକମ୍ପିକ୍ସ ସଂଘ ! ପ୍ୟାନେଲ ଗଠନ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (WFI)କୁ ନିଲମ୍ବିତ କରାଯିବା ପରେ ଭାରତୀୟ ଅକମ୍ପିକ୍ସ ସଂଘକୁ ଏକ ଅସ୍ଥାୟୀ କମିଟି ଗଠନ କରି ଏହାର ପରିଚାଳନା ଭାର ନେବାକୁ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ଭାରତୀୟ ଅଲମ୍ପିକ୍ସ ସଂଘ (IOA) ଏକ ଅସ୍ଥାୟୀ ବା ମଧ୍ୟବର୍ତ୍ତୀକାଳୀନ ପ୍ୟାନେଲ ଗଠନ କରିବ । ଏହି ପ୍ୟାନେଲ କୁସ୍ତି ମହାସଂଘର କାର୍ଯ୍ୟ ତୁଲାଇବା ନେଇ କ୍ରୀଡା ମନ୍ତ୍ରଣାଳୟ ଅଲମ୍ପିକ୍ସ ସଂଘର ମୁଖ୍ୟଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅନ୍ତରୀଣ ପ୍ୟାନେଲ କୁସ୍ତିଯୋଦ୍ଧାଙ୍କ ଚୟନ, ବୋର୍ଡର ନିୟନ୍ତ୍ରଣ ଓ କୁସ୍ତି ବ୍ୟାପାରର ସମସ୍ତ ଦାୟିତ୍ବ ପରିଚାଳନା କରିବ ।

ଚିଠିରେ କ୍ରୀଡ଼ା ମନ୍ତ୍ରଣାଳୟ ଲେଖିଛି, କ୍ରୀଡ଼ା ସଂସ୍ଥାଗୁଡ଼ିକରେ ଉତ୍ତମ ଶାସନର ନୀତିକୁ ବଜାୟ ରଖିବା ପାଇଁ ଏହା ତୁରନ୍ତ ଓ କଠୋର ସଂଶୋଧନ ପଦକ୍ଷେପ ଆବଶ୍ୟକ କରେ । ଏବେ କୁସ୍ତି ମହାସଂଘର କାର୍ଯ୍ୟ ପରିଚାଳନା ପାଇଁ ମଧ୍ୟବର୍ତ୍ତୀକାଳୀନ ଭାବେ ଉପଯୁକ୍ତ ବ୍ୟବସ୍ଥା କରିବା ଭାରତୀୟ ଅଲମ୍ପିକ୍ସ ସଂଘର ଦାୟିତ୍ବ । ଯେପରି କୁସ୍ତି ଅନୁଶାସନର ଆଥଲେଟମାନେ କୌଣସି ପ୍ରକାରେ କ୍ଷତିଗ୍ରସ୍ତ ନହୁଅନ୍ତି ଓ କ୍ରୀଡାସଂସ୍ଥାର ଉତ୍ତମ ଶାସନ ନୀତି ବିପଦରେ ପଡ଼ିବ ନାହିଁ ସେ ସମ୍ପର୍କରେ ଭାରତୀୟ ଅଲମ୍ପିକ୍ସ ସଂଘ ଦାୟିତ୍ବ ଗ୍ରହଣ କରିବ ।

ଚଳିତ 21 ତାରିଖରେ ନିର୍ବାଚିତ ହୋଇଥିବା କୁସ୍ତି ମହାସଂଘକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଆଜି ନିଲମ୍ବିତ କରିଛି । ମହାସଂଘର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ସଞ୍ଜୟ ସିଂହଙ୍କ ପଦ ମଧ୍ୟ ରଦ୍ଦ କରାଯାଇଛି । ଅଧ୍ୟକ୍ଷଙ୍କ ସମେତ ସମସ୍ତ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କ ପଦ ମଧ୍ୟ ଅବୈଧ ଘୋଷିତ ହୋଇଛି । ସଂଘର ସଭାପତି ପଦ ସହିତ ଜଣେ ବରିଷ୍ଠ ଉପାଧ୍ୟକ୍ଷ, 4 ଉପାଧ୍ୟକ୍ଷ, ଜଣେ ମହାସଚିବ, ଜଣେ କୋଷାଧ୍ୟକ୍ଷ, ଦୁଇ ଯୁଗ୍ମ ସଚିବ ଓ 5 କାର୍ଯ୍ୟକାରୀ ସଚିବଙ୍କ ପଦ ପାଇଁ ଏହି ନିର୍ବାଚନ ଶେଷ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ :- ସଞ୍ଜୟ ସିଂ ମୋର ସମ୍ପର୍କୀୟ ନୁହନ୍ତି, ମୁଁ କୁସ୍ତିରୁ ସନ୍ନ୍ୟାସ ନେଇ ସାରିଛି: ବ୍ରିଜଭୂଷଣ

ଏଥିରେ ପୂର୍ବତନ ସଭାପତି ବ୍ରିଜଭୂଷଣଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ସଞ୍ଜୟ ସିଂ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ବିପକ୍ଷରେ ଥିବା ମହିଳା ପ୍ରାର୍ଥୀ ତଥା କମନୱେଲଥ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଅନୀତା ଶୋରାନଙ୍କୁ ସେ ପରାସ୍ତ କରିଥିଲେ । ହେଲେ ନିର୍ବାଚନ ପରବର୍ତ୍ତୀ ସମୟରେ ଏହାକୁ କୁସ୍ତିଯୋଦ୍ଧାଙ୍କ ଦ୍ବାରା ବିରୋଧ କରାଯାଇଥିଲା । ଯାହା ପରେ ଆଜି କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ କୁସ୍ତି ମହାସଂଘକୁ ଭଙ୍ଗ କରିଛି । ଏବେ ଏହାର ମଧ୍ୟବର୍ତ୍ତୀକାଳୀନ ପରିଚାଳନା ଭାର ଭାରତୀୟ ଅଲମ୍ପିକ୍ସ ସଂଘ ହାତକୁ ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.