ETV Bharat / bharat

Emergency landing: ଆସାମରେ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ବିମାନର ଜରୁରୀ ଅବତରଣ

author img

By

Published : Jan 4, 2023, 10:55 PM IST

ଖରାପ ପାଗ ଯୋଗୁ ଆସାମରେ ଜରୁରୀ ଅବତରଣ କଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ବତନ୍ତ୍ର ବିମାନ (Central HM Amit Shahs flight emergency landing)। ଅଗରତାଲା ଅଭିମୁଖେ ଭରିଥିଲା ଉଡାଣ । ଆଜି ରାତି ଗୌହାଟୀରେ କାଟିବେ ଶାହ । ଅଧିକ ପଢନ୍ତୁ

ଆସାମରେ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ବିମାନର ଜରୁରୀ ଅବତରଣ
ଆସାମରେ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ବିମାନର ଜରୁରୀ ଅବତରଣ

ହାଇଦ୍ରାବାଦ: ଆସାମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ବତନ୍ତ୍ର ବିମାନ ଜରୁରୀ ଅବତରଣ କରିଛି (Central HM Amit Shahs flight emergency landing)। ଆଜି ଅଗରତାଲା ଗସ୍ତରେ ଥିଲେ ଶାହ । ଖରାପ ପାଗ ପାଇଁ ତାଙ୍କ ସ୍ବତନ୍ତ୍ର ବିମାନ ଆସାମ ରାଜଧାନୀ ଗୌହାଟୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି ।

ଗୃହମନ୍ତ୍ରୀ ଶାହଙ୍କ ବିମାନ ଗୌହାଟୀ ଲୋକପ୍ରିୟ ଗୋପୀନାଥ ବୋର୍ଡୋଲାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଛି । ତେବେ ଜରୁରୀ ଅବତରଣ କରିବା ପରେ ଗୃହମନ୍ତ୍ରୀ ଶାହ ଆଜି (ବୁଧବାର) ଗୌହାଟୀର ଏକ ହୋଟେଲରେ ରାତି କାଟିବେ । ଆସନ୍ତାକାଲି (ଗୁରୁବାର) ସକାଳେ ସେ ପୁନଃ ଗୌହାଟୀରୁ ଅଗରତାଲା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.