ETV Bharat / bharat

ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ, ଯାଞ୍ଚ କରୁଛି ସୁରକ୍ଷା ଏଜେନ୍ସି

author img

By ETV Bharat Odisha Team

Published : Dec 26, 2023, 10:40 PM IST

Updated : Dec 27, 2023, 8:52 AM IST

Blast Near Israeli Embassy: ନୂଆଦିଲ୍ଲୀରେ ଇସ୍ରାଏଲର ଦୂତାବାସ ନିକଟରେ ବିସ୍ଫୋରଣ । ଦୂତାବାସରେ ଦିଲ୍ଲୀ ପୋଲିସ ପିସିଆର ଏବଂ ଅନ୍ୟ ସୁରକ୍ଷା ଯାଞ୍ଚ ଏଜେନ୍ସି ଟିମ୍‌ ପହଞ୍ଚି ଯାଞ୍ଚ ଚଳାଇଛନ୍ତି । ଅଧିକ ପଢନ୍ତୁ

ଇସ୍ରାଏଲ ଦୂତାବାସକୁ ବୋମାରେ ଉଡାଇବାର ଧମକ , ଘଟଣାସ୍ଥଳରେ ଯାଞ୍ଚ ଜାରି
ଇସ୍ରାଏଲ ଦୂତାବାସକୁ ବୋମାରେ ଉଡାଇବାର ଧମକ , ଘଟଣାସ୍ଥଳରେ ଯାଞ୍ଚ ଜାରି

ଇସ୍ରାଏଲ ଦୂତାବାସକୁ ବୋମାରେ ଉଡାଇବାର ଧମକ , ଘଟଣାସ୍ଥଳରେ ଯାଞ୍ଚ ଜାରି

ନୂଆଦିଲ୍ଲୀ : ରାଜଧାନୀ ନୂଆଦିଲ୍ଲୀରେ ଚାଞ୍ଚଲ୍ୟ । ନୂଆଦିଲ୍ଲୀରେ ଇସ୍ରାଏଲର ଦୂତାବାସ ନିକଟରେ ବିସ୍ଫୋରଣ ଘଟିଛି । ଦୂତାବାସ ନିକଟରେ ବିସ୍ଫୋରଣ ହୋଇଥିବା ବେଳେ ଏଥିରେ କେହି ମୃତାହତ ହୋଇ ନାହାନ୍ତି । ଏହାପୂର୍ବରୁ ଏଠାରେ ବୋମା ରଖାଯାଇଥିବାର ଏକ ଧମକପୂର୍ଣ୍ଣ କଲ ଆସିଥିଲା । ଫଳରେ ଦୂତାବାସ ସମେତ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ସୂଚନା ମିଳିବା ମାତ୍ରକେ ଫାୟାର ବ୍ରିଗେଡ୍ , ଦିଲ୍ଲୀ ପୋଲିସ ପିସିଆର ଏବଂ ଅନ୍ୟ ସୁରକ୍ଷା ଯାଞ୍ଚ ଏଜେନ୍ସି ର ଟିମ୍‌ ସେଠାରେ ପହଞ୍ଚିଥିଲା । ଭାରତରେ ଥିବା ଇସ୍ରାଏଲର ଉଚ୍ଚାୟୁକ୍ତ ମଙ୍ଗଳବାର ସନ୍ଧ୍ୟା 5ଟା ବେଳେ ବିସ୍ଫୋରଣ ଘଟିଥିବା ନେଇ ସୂଚନା ଦେଇଛନ୍ତି । ଏହି ବୋମା ଧମକ ଇସ୍ରାଏଲ ଦୂତାବାସ ସହିତ ଜଡିତ ହୋଇ ଥିବାରୁ ପୋଲିସ ପ୍ରଶାସନ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସି କୌଣସି ପ୍ରକାରର ରିସ୍କ ନେବାକୁ ଚାହିଁ ନ ଥିଲେ । ଏହି ମାମଲାକୁ ଗମ୍ଭୀରତାର ସହିତ ନେଇ ତଦନ୍ତ ଚାଲିଛି ।

ଏହି କଲ କିଏ କରିଥିଲା ଏହାର ମଧ୍ୟ ଯାଞ୍ଚ ଚାଲିଛି । ଏହି କଲ୍‌ କରିିବା ବ୍ୟକ୍ତି ଯେଉଁ ସ୍ଥାନ ରେ ବୋମା ଥିବାର ସୂଚନା ଦେଇଥିଲା , ସେହି ସ୍ଥାନ ରେ ସମସ୍ତ ପ୍ରକାର ସୁରକ୍ଷା ବଳ ଏବଂ ଏଜେନ୍ସି ପହଞ୍ଚି ନିଜ ଆଡୁ ଅନୁସନ୍ଧାନ ଆରମ୍ଭ କରିଥିଲେ । ଇଟିଭି ଭାରତକୁ ସୂଚନା ଦେଇ ଇସ୍ରାଏଲର ଉଚ୍ଚାୟୁକ୍ତ କହିଛନ୍ତି, "ପ୍ରାୟ ସନ୍ଧ୍ୟା 5ଟା ବେଳେ ଦୂତାବାସନ ନିକଟରେ ଏକ ବିସ୍ଫୋରଣ ଘଟିଥିଲା । କିନ୍ତୁ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ । ଆମର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସୁରକ୍ଷିତ ରହିଛନ୍ତି । ସୁରକ୍ଷା ଏଜେନ୍ସିର ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦିଲ୍ଲୀ ପୋଲିସକୁ ସମସ୍ତ ପ୍ରକାର ସହାୟତା କରାଯାଉଛି ।" ବର୍ତ୍ତମାନ ଇସ୍ରାଏଲ-ପାଲେଷ୍ଟାଇନ୍‌ ମଧ୍ୟରେ ଯୁଦ୍ଧା ଜାରି ରହିଥିବା ବେଳେ ଏଭଳି ବିସ୍ଫୋରଣ ଘଟିଛି । ଏହାକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୌଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ ... ଏକାସଙ୍ଗେ ୪୪ ସ୍କୁଲକୁ ବିସ୍ଫୋରଣରେ ଉଡାଇବାକୁ ଧମକ, ଛାନଭିନ କଲା ସନ୍ଧାନୀ କୁକୁର

ସୂଚନାଯୋଗ୍ୟ ଯେ ମଧ୍ୟ ପ୍ରାଚ୍ୟରେ ବର୍ତ୍ତମାନ ଇସ୍ରାଏଲ ଓ ହମାସ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଚାଲିଛି । ଏହାକୁ ନେଇ ବିଭିନ୍ନ ରାଷ୍ଟ୍ରରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଇସ୍ରାଏଲ ଦୂତାବାସର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଯେ ଫାୟର କଣ୍ଟ୍ରୋଲ ରୁମକୁ ସନ୍ଧ୍ୟା ୫.୪୩ ସମୟରେ କଲ ଆସିଥିଲା ଏବଂ ନିକଟସ୍ଥ ଚାଣକ୍ୟ ପୁରୀ ଫାୟର ଷ୍ଟେସନରୁ ଦମକଳ ଗାଡି ଆସି ପହଞ୍ଚିଥିଲା । ଏହାପୂର୍ବରୁ 2021ରେ ମଧ୍ୟ ସମାନ ଧରଣ ଏକ ଘଟଣା ଘଟିଥିଲା । ଇସ୍ରାଏଲ ଦୂତାବାସ ନିକଟରେ ଏକ ଛୋଟ ଧରଣର ବିସ୍ଫୋରଣ ଘଟିଥିଲା। NIA ଏହାର ଯାଞ୍ଚ ଆରମ୍ଭ କରିଥିଲେ ସୁଦ୍ଧାର ଏହାର ପରିଣାମ ଏବେ ବି ଅସ୍ପଷ୍ଟ ରହିଛି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

Last Updated : Dec 27, 2023, 8:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.