ETV Bharat / bharat

ଯାତ୍ରା ସମୟରେ ଷଣ୍ଢ ମିଳିବେ ଚାଲି ପାରିବ ତ ଚାଲ, ଏମିତି କାହିଁକି ଲେଖିଲେ ଅଖିଳେଶ

author img

By

Published : Mar 17, 2022, 9:36 AM IST

ସପା ମୁଖ୍ୟଙ୍କ ଆଗରେ ପଶିଲା ଷଣ୍ଢ
ସପା ମୁଖ୍ୟଙ୍କ ଆଗରେ ପଶିଲା ଷଣ୍ଢ

ବାଟେ ବାଟେ ଗାଡିରେ ଯାଉଥିଲେ ସପା ମୁଖ୍ୟ ଅଖିଳେଶ ଯାଦବ । ହଠାତ ଗାଡି ଆଗକୁ ପଶି ଆସିଲା ଏକ ଷଣ୍ଢ । ଆଉ ଏହାକୁ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି ସପା ମୁଖ୍ୟ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଅଖିଳେଶଙ୍କ ଗାଡି ଆଗକୁ ପଶି ଆସିଲା ଷଣ୍ଢ । ବାଟେ ବାଟେ ଗାଡିରେ ଯାଉଥିଲେ ସପା ମୁଖ୍ୟ ଅଖିଳେଶ ଯାଦବ । ହଠାତ ଗାଡି ଆଗକୁ ପଶି ଆସିଲା ଏକ ଷଣ୍ଢ । ଆଉ ଏହାକୁ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି ସପା ମୁଖ୍ୟ । ସେ କହିଛନ୍ତି ୟୁପିରେ ଯାତାୟତ କରିବା ବହୁତ କଷ୍ଟ । ଯାତ୍ରା ସମୟରେ ଷଣ୍ଢ ତ ମିଳିବେ ଚାଲି ପାରିବ ତ ଚାଲ ବୋଲି କହିଛନ୍ତି ଅଖିଳେଶ ।

  • सफ़र में साँड़ तो मिलेंगे… जो चल सको तो चलो…
    बड़ा कठिन है यूपी में सफ़र जो चल सको तो चलो! pic.twitter.com/ZunRV6qlPa

    — Akhilesh Yadav (@yadavakhilesh) March 16, 2022 " class="align-text-top noRightClick twitterSection" data=" ">

ସୂଚନାଅନୁସାରେ, ୟୁପି ବିଧାନସଭା ନିର୍ବାଚନ ଫଳାଫଳ ପରେ ବୁଧବାର ସୀତାପୁର ଗସ୍ତରେ ଯାଇଥିଲେ ସମାଜବାଦୀ ପାର୍ଟି ଜାତୀୟ ସଭାପତି ଅଖିଳେଶ ଯାଦବ । ପୂର୍ବତନ ମନ୍ତ୍ରୀ ନରେନ୍ଦ୍ର ବର୍ମାଙ୍କ ଭାଇ ସ୍ବର୍ଗତ ମହେନ୍ଦ୍ର ବର୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିଲେ ସପା ମୁଖ୍ୟ । ଅଖିଳେଶଙ୍କ ସହ ଅନ୍ୟ ନେତା ମଧ୍ୟ ସାମିଲ ଥିଲେ । ସେଠାରୁ ସେ ଫେରିବା ସମୟରେ ସୀତାପୁର ମହମ୍ମୁଦାବାଦ ବସଷ୍ଟାଣ୍ଡ ନିକଟରେ ତାଙ୍କ ଗାଡି ଆଗକୁ ଏକ ଷଣ୍ଢ ପଶି ଆସିଥିଲା । ଏହାପରେ ସେ ତାର ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ୟୁପି ବିଷୟରେ କିଛି ଏମିତି ଲେଖିଥିଲେ । ସେ ଲେଖିଥିଲେ ଯାତ୍ରା ସମୟରେ ଆଗରେ ଷଣ୍ଢ ତ ମିଳିବେ ହେଲେ ଚାଲି ପାରିବ ତ ଚାଲ । ୟୁପିରେ ଚାଲିବା କଠିନ । ଅଖିଳେଶ ଯାଦବ ଏହି ଭିଡିଓ ସେୟାର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି ।

ପ୍ରକାଶ ଥାଉ କି, କିଛି ଦିନ ତଳେ ଦ କାଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ଅଖିଳେଶ କହିଥଲେ ଯଦି ଏହି ସିନେମା ତିଆରି ହୋଇପାରିଛି ତେବେ ଲଖିମପୁରରେ ଗାଡି ଚଢାଇ କରାଯାଇଥିବା ହତ୍ୟା ଘଟଣାକୁ ନେଇ କାହିଁକି ଲଖିମପୁର ଫାଇଲ୍ସ ତିଆରି କରାଯିବ ନାହିଁ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.