ETV Bharat / bharat

ପଞ୍ଜାବ ସୀମାରେ ଉଡିଲା ପାକିସ୍ତାନୀ ଡ୍ରୋନ, ଠାବ କଲା BSF

author img

By ETV Bharat Odisha Team

Published : Nov 14, 2023, 8:56 AM IST

ପୁଣି ପାକିସ୍ତାନୀ ଡ୍ରୋନ୍ ଠାବ । ପଞ୍ଜାବ ଫିରୋଜପୁର ଜିଲ୍ଲା ଟିଣ୍ଡି ୱାଲା ଗାଁରୁ ଏକ ପାକ୍ ଡ୍ରୋନ ଠାବ ହୋଇଛି । ଅଧିକ ପଢନ୍ତୁ

BSF intercepted pakistani drone
ପଞ୍ଜାବ ଫିରୋଜପୁରରେ ଉଡିଲା ପାକିସ୍ତାନୀ ଡ୍ରୋନ

ଚଣ୍ଡିଗଡ: ପୁଣି ଭାରତ ଆକାଶରେ ଉଡିଲା ପାକିସ୍ତାନୀ ଡ୍ରୋନ୍ । କିଛି ଦିନର ବ୍ୟବଧାନ ପରେ ପୁଣି ପାକିସ୍ତାନୀ ଡ୍ରୋନ ଠାବ ହୋଇଛି । ପଞ୍ଜାବ ଫିରୋଜପୁର ଜିଲ୍ଲା ଟିଣ୍ଡି ୱାଲା ଗାଁରୁ ଏହି ଡ୍ରୋନ ଠାବ ହୋଇଛି । ପାକିସ୍ତାନ ସନ୍ଦିଗ୍ଧ ଡ୍ରୋନ ଠାବ କରିଛି ବିଏସଏଫ । ଡ୍ରୋନଟି ପାକିସ୍ତାନ ପଟୁ ଆସୁଥିବାବେଳେ ବିଏସଏଫ ଯବାନ ଗୁଳି କରି ଖସାଇଛନ୍ତି । ସୀମା ପାର ଚୋରାଚାଲାଣ ପାଇଁ ବ୍ୟବହାର ହେଉଥିଲା ଡ୍ରୋନ । ଡ୍ରୋନ ଠାବ ନେଇ ପଞ୍ଜାବ ସୀମା ସୁରକ୍ଷା ବଳ ପକ୍ଷରୁ ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

  • BSF intercepted a suspected drone coming from Pakistan to Indian territory near the village - Tindi Wala, District - Ferozepur. As per the laid down drill, BSF troops immediately reacted to stop the misadventure by smugglers: Punjab Border Security Force

    (Video Source: BSF) pic.twitter.com/Sd4GLevMzi

    — ANI (@ANI) November 13, 2023 " class="align-text-top noRightClick twitterSection" data=" ">

ଆଜି ଭୋର ପ୍ରାୟ 4ଟା ସମୟରେ ପଞ୍ଜାବ ଫିରୋଜପୁର ସେକ୍ଟର ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ସନ୍ଦିଗ୍ଧ ଡ୍ରୋନ ଠାବ ହୋଇଛି । ପଞ୍ଜାବ ଫିରୋଜପୁର ଜିଲ୍ଲାର ଟିଣ୍ଡି ୱାଲା ଗାଁରୁ ଠାବ ହୋଇଥିବା ଡ୍ରୋନ ପାକିସ୍ତାନ ପଟୁ ଆସୁଥିଲା । ଏହି ସମୟରେ ସୀମାରେ ପାଟ୍ରୋଲିଂ କରୁଥିବା ବିଏସଏଫ ଯବାନ ଏହାକୁ ଗୁଳି କରି ଖସାଇଥିଲେ । ସୀମା ପାର ଚୋରାଚାଲାଣ ପାଇଁ ବ୍ୟବହାର ହେଉଥିଲା ଡ୍ରୋନ । ପାକିସ୍ତାନୀ ଏହି ଡ୍ରୋନ ପଠାଇ କିଛି ବଡ ଧରଣର ଯୋଜନା କରୁଥିବା ଅନୁମାନ କରାଯାଉଛି । ଯାହାକୁ ସୀମାରେ ସଜାଗ ଥିବା ବିଏସଏଫ ପଣ୍ଡ କରିଛି । ସ୍ଥାନୀୟ ଅଞ୍ଚଳରେ ସୀମା ସୁରକ୍ଷା ବଳୟ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଭାରତ ସୀମାରେ ପାକିସ୍ତାନ ଡ୍ରୋନ ଠାବ ହେବା ପ୍ରଥମ ଘଟଣା ନୁହେଁ । ଲଗାତାର ପାକ ଏପରି କାର୍ଯ୍ୟକଳାପ କରୁଛି । ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ପଞ୍ଜାବରେ ଏକ ପାକିସ୍ତାନୀ ଡ୍ରୋନ ଠାବ ହୋଇଥିଲା । ଏକ ଚାଷଜମିରୁ ମେଡ ଇନ ଚାଇନା ଲେଖାଥିବା ଡ୍ରୋନ ଜବତ ହୋଇଥିଲା । ଏହା ପୂର୍ବରୁ ମାର୍ଚ୍ଚ ମାସରେ ପଞ୍ଜାବ ଗୁରୁଦାସପୁର ସେକ୍ଟରର ମେଟାଲ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନ ମିଳିଥିଲା ।

ଏହା ବି ପଢନ୍ତୁ: ପଞ୍ଜାବ ଗୁରୁଦାସପୁର ସୀମାରେ ଉଡିଲା ପାକ୍ ଡ୍ରୋନ

ଏହା ବି ପଢନ୍ତୁ: ଭାରତ ସୀମାରେ ପାକ୍ ଡ୍ରୋନ, ଗୁଳି କରି ଖସାଇଲା BSF

ଭାରତ ସୀମାର ପାକିସ୍ତାନ ପାର୍ଶ୍ୱରୁ ଡ୍ରୋନ୍ ଆସିଥିବା ଘଟଣା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଯାହା ଦେଶକୁ କ୍ଷତି ପହଞ୍ଚାଉଛି । ଯାହା ଫଳରେ ଭାରତରେ ସ୍ମଗଲରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଡ୍ରୋନ ଭାରତରେ ଚଳପ୍ରଚଳ କରିବା ଦ୍ବାରା ଦେଶରେ ଡ୍ରଗ୍ସ ଚୋରା ଚାଲାଣକାରୀ, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକାରୀ ବୃଦ୍ଧି ପାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.