ETV Bharat / bharat

ପ୍ରଥମ ଥର ରାଜ୍ୟ ବାହାରେ ଶକ୍ତି ଦେଖାଇବ BRS, ଲଢିବ ମହାରାଷ୍ଟ୍ର ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ନିର୍ବାଚନ

author img

By

Published : Mar 1, 2023, 10:56 PM IST

ମହାରାଷ୍ଟ୍ର ସ୍ଥାନୀୟ ନିର୍ବାଚନ ଲଢିବା କେସିଆରଙ୍କ ବିଆରଏସ । ଜାତୀୟ ଦଳ ହେବା ପରେ ଏହା ଦଳର ପ୍ରଥମ ରାଜ୍ୟ ବାହାର ନିର୍ବାଚନ । ଅଧିକ ପଢନ୍ତୁ

ପ୍ରଥମ ଥର ରାଜ୍ୟ ବାହାରେ ଶକ୍ତି ଦେଖାଇବ BRS, ଲଢିବ ମହାରାଷ୍ଟ୍ର ସ୍ଥାନୀୟ ନିର୍ବାଚନ
ପ୍ରଥମ ଥର ରାଜ୍ୟ ବାହାରେ ଶକ୍ତି ଦେଖାଇବ BRS, ଲଢିବ ମହାରାଷ୍ଟ୍ର ସ୍ଥାନୀୟ ନିର୍ବାଚନ

ହାଇଦ୍ରାବାଦ: ତେଲେଙ୍ଗାନା ରାଷ୍ଟ୍ର ସମିତିରୁ ଭାରତ ରାଷ୍ଟ୍ର ସମିତି ନାମରେ ନିଜକୁ ଜାତୀୟ ଦଳ ଭାବେ ଘୋଷଣା କରିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି.ଆରଙ୍କ ଦଳ ପ୍ରଥମ କରି ରାଜ୍ୟ ବାହାରେ ନିର୍ବାଚନ ଲଢିବାକୁ ଯାଉଛି । ଦଳ ପ୍ରଥମ ଥର ପାଇଁ ଅନ୍ୟ ରାଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛି । ମହାରାଷ୍ଟ୍ରରେ ହେବାକୁ ଥିବା ସ୍ଥାନୀୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ କେସିଆରଙ୍କ ବିଆରଏସ । ଏହି ପରିପ୍ରେକ୍ଷୀରେ ରବିବାର ଏବଂ ସୋମବାର ପ୍ରଗତି ଭବନରେ ମୁଖ୍ୟମନ୍ତ୍ରୀ ତଥା ଦଳ ମୁଖ୍ୟ କେସିଆରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଧାୟକ ଜୋଗୁ ରମଣନା, ପୂର୍ବତନ ସାଂସଦ ଗୋଦାମ ନାଗେଶ ଏବଂ ମହାରାଷ୍ଟ୍ରର ରାଜ୍ୟର ଦଳର ନେତା ମଧ୍ୟ ସାମିଲ ଥିଲେ । ଚଳିତ ମହାରାଷ୍ଟ୍ର ସ୍ଥାନୀୟ ନିର୍ବାଚନରେ ଦଳ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଥିବା ନିଷ୍ପତ୍ତି ସମ୍ପର୍କରେ ଏହି ବୈଠକରେ ମାନସମନ୍ଥନ ହୋଇଥିବା ସୂଚନା ମିଳିଛି ।

ଏହି ଦୀର୍ଘ ଆଲୋଚନାରେ ଜଣାପଡିଛି ଯେ ମହାରାଷ୍ଟ୍ରରେ ହେବାକୁ ଥିବା ଜିଲ୍ଲା ପରିସଦ ସଦସ୍ୟ (ଜେପିଟିସି) ଏବଂ ପଞ୍ଚାୟତ ସମିତି ସଦସ୍ୟ (MPTC) ନିର୍ବାଚନରେ ବିଆରଏସ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି । ମହାରାଷ୍ଟ୍ରରେ ଏକ ପଞ୍ଚାୟତ ସମିତି ଅଧୀନରେ ତିନୋଟି ଜିଲ୍ଲା ପରିଷଦ ଟେରିଟୋରିଆଲ ନିର୍ବାଚନୀ କ୍ଷେତ୍ର (ZPTC) ଏବଂ 6ଟି ମଣ୍ଡଳ ପ୍ରଜା ପରିଷଦ କ୍ଷେତ୍ର (MPTC) ରହିଥାଏ । ତେଣୁ ମହାରାଷ୍ଟ୍ରରେ ନିର୍ବାଚନ ହେବାକୁ ଥିବା ଏହି ସବୁ ସ୍ଥାନରେ କେସିଆରଙ୍କ ଭାରତ ରାଷ୍ଟ୍ର ସମିତି ପ୍ରାର୍ଥୀ ଲଢାଇବା ନେଇ ନିଷ୍ପତ୍ତି ନେଇଛି ।

ତେବେ କେବଳ ନିର୍ବଚନ ଲଢିବା ନିଷ୍ପତ୍ତି ନୁହେଁ ବରଂ ଏଥିପାଇଁ ସାଙ୍ଗଠନିକ ପ୍ରସ୍ତୁତି ମଧ୍ୟ ଦଳ ଆରମ୍ଭ କରିସାରିଛି । ତେଲେଙ୍ଗାନାର ବିଆରଏସ ନେତାମାନଙ୍କୁ ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରେ ପ୍ରଭାରୀ ଭାବେ ମଧ୍ୟ ଦାୟିତ୍ୱରେ ନିଯୁକ୍ତ କରାଯିବ । ଖୁବଶୀଘ୍ର ଦଳ ଏହି ଚୟନ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି । ତେଲେଙ୍ଗାନାର ଆଦିଲାବାଦ ନିକଟବର୍ତ୍ତୀ ମହାରାଷ୍ଟ୍ରର ୟାଭାତମାଲ, ୱାର୍ଦ୍ଦା ଏବଂ ୱାସିମ ଜିଲ୍ଲା ପାଇଁ ଆଦିଲାବାଦ ବିଧାୟକ ଜୋଗୁ ରମଣନା ଓ ପୂର୍ବତନ ସାଂସଦ ଗୋଦାମ ନାଗେଶଙ୍କୁ ପ୍ରଭାରୀ ଭାବେ ଦାୟିତ୍ୱରେ ନିଯୁକ୍ତ କରାଯିବ । ଉଭୟ ନିୟମିତ ସେହି ତିନୋଟି ଜିଲ୍ଲାକୁ ଯାତ୍ରା କରି ନିର୍ବାଚନୀ ରଣନୀତି ଓ ଦଳର ଏଜେଣ୍ଡାକୁ ଆଗକୁ ବଢାଇବେ ।

ତେଲେଙ୍ଗାନା ଗଠନ ହେବା ପରଠାରୁ କ୍ଷମତାରେ ଥିବା ଟିଆରଏସ ଚଳିତ ଥର ଜାତୀୟ ରାଜନୀତିରେ ପ୍ରବେଶ କରିଛି । ନିଜ ଦଳକୁ ଜାତୀୟ ଦଳରେ ପରିଣତ କରି ଭାରତ ରାଷ୍ଟ୍ର ସମିତି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ସେହିପରି ସେ ବିଜେପି ବିରୋଧୀ ମିଳିତ ମେଣ୍ଟ ଗଠନ ନେଇ ବିଭିନ୍ନ ଦଳମୁଖ୍ୟଙ୍କୁ ସାକ୍ଷାତ କରିବା ପରେ ଏବେ ଅନ୍ୟ ରାଜ୍ୟରେ ମଧ୍ୟ ନିର୍ବାଚନୀ ପ୍ରତିଦ୍ବନ୍ଦ୍ବିତା କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । 2024 ରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏବେ ମହାରାଷ୍ଟ୍ରରେ ଦଳ ପ୍ରଥମ କରି ସ୍ଥାନୀୟ ନିର୍ବାଚନ ଲଢିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.