ETV Bharat / bharat

Delhi liquor policy case: ତୃତୀୟ ପର୍ଯ୍ୟାୟରେ କବିତାଙ୍କୁ ୧୦ ଘଣ୍ଟା ଜେରା

author img

By

Published : Mar 22, 2023, 7:07 AM IST

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ତୃତୀୟ ପର୍ଯ୍ୟାୟରେ କବିତାଙ୍କୁ ୧୦ ଘଣ୍ଟା ଜେରା କଲା ଇଡି । ଅଧିକ ପଢନ୍ତୁ

ତୃତୀୟ ପର୍ଯ୍ୟାୟରେ କବିତାଙ୍କୁ ୧୦ ଘଣ୍ଟା ଜେରା
ତୃତୀୟ ପର୍ଯ୍ୟାୟରେ କବିତାଙ୍କୁ ୧୦ ଘଣ୍ଟା ଜେରା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ବିଆରଏସ ଏମଏଲସି ତଥା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ଜେରା କରାଯାଇଛି । ଲଗାତାର ଦ୍ବିତୀୟ ଦିନରେ ପାଖାପାଖି ୧୦ ଘଣ୍ଟାର ଜେରା ପରେ ରାତିରେ ଇଡି ଅଫିସରୁ ବାହାରିଛନ୍ତି କବିତା । ମଦ ଦୁର୍ନୀତିରେ ୪୪ ବର୍ଷୀୟା ବିଆରଏସ୍ ନେତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗୁଡାଇ ତୁଡାଇ ଅନେକ ପ୍ରଶ୍ନ କରିଛି । ଏହାର ଦିନକ ପୂର୍ବରୁ ଅର୍ଥାତ୍ ସୋମବାର ମଧ୍ୟ ସେ ୧୦ ଘଣ୍ଟା ଜେରାର ସାମ୍ନା କରିଥିଲେ ।

  • #WATCH | BRS MLC K Kavitha leaves from the office of the Enforcement Directorate in Delhi after close to 10 hours of questioning in the Delhi liquor policy case pic.twitter.com/zpZ08P0Eta

    — ANI (@ANI) March 21, 2023 " class="align-text-top noRightClick twitterSection" data=" ">

ସୂଚନା ମୁତାବକ, ସୋମବାର ଜେରା ପରେ ମଙ୍ଗଳବାର ଦିନ ୧୧ଟାରେ ପୁଣିଥରେ ପଚରାଉଚରା ପାଇଁ କବିତାଙ୍କୁ ନୋଟିସ୍ ମିଳିଥିଲା । ଏହାପରେ ନିର୍ଦ୍ଧାରିତ ସମୟରେ ସେ ହାଜର ହୋଇଥିଲେ । ଏହି ଅବସରରେ କବିତା ବ୍ୟବହାର କରୁଥିବା ସମସ୍ତ ମୋବାଇଲ ଫୋନ ଇଡି ନିକଟରେ ଦାଖଲ କରିଥିଲେ । ସେ ଇଡି ଅଫିସରେ ପ୍ରବେଶ କରିବା ପୂର୍ବରୁ ସମସ୍ତ ଫୋନକୁ ଏକ ଜରି ଭିତରେ ଭର୍ତ୍ତି କରି ସାମ୍ବାଦିକମାନଙ୍କୁ ମଧ୍ୟ ଦେଖାଇଥିଲେ । ଏହି ଦୁର୍ନୀତି ସମୟରେ ପ୍ରମାଣ ନଷ୍ଟ ପାଇଁ ମନୀଷ ସିସୋଦିଆଙ୍କ ସମେତ ଅନ୍ୟାନ୍ୟ ଅଭିଯୁକ୍ତ ୧୪୦ରୁ ଅଧିକ ମୋବାଇଲ ବ୍ୟବହାର କରିଥିବା ଇଡି ଦାବି କରିଥିଲା । ଏଥିପାଇଁ କବିତା ପୂର୍ବରୁ ବ୍ୟବହାର କରିଥିବା ସମସ୍ତ ମୋବାଇଲ ଇଡିକୁ ହସ୍ତାନ୍ତର କରିଥିଲେ ।

ଏହାମଧ୍ୟ ପଢନ୍ତୁ: Delhi excise policy case: 24ରେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି

ପ୍ରକାଶଥାଉ କି, ବହୁଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ ଭାରତୀୟ ରାଷ୍ଟ୍ର ସମିତି ଏମଏଲସି କବିତାଙ୍କୁ ପ୍ରଥମେ ଗତ ୧୧ ତାରିଖରେ ଜେରା କରାଯାଇଥିଲା । ଏହି ସମୟରେ ତାଙ୍କୁ ପୂର୍ବରୁ ଗିରଫ ହୋଇଥିବା ହାଇଦ୍ରାବାଦ ବ୍ୟବସାୟୀ ଅରୁଣ ରାମଚନ୍ଦ୍ର ପିଲାଇଙ୍କ ସାମ୍ନାସାମ୍ନି କରିଥିଲା ଇଡି । ଏହାପରେ ପୁଣିଥରେ ମାର୍ଚ୍ଚ ୧୬ରେ ହାଜର ହେବାକୁ ଡକାଇଥିଲା । କିନ୍ତୁ ସେ ହାଜର ହୋଇନଥିଲେ । ପରେ ସେ ଗତ ୨୦ ତାରିଖରେ ଇଡି ଅଫିସରେ ପହଞ୍ଚିଥିଲେ । ଦୀର୍ଘ ଘଣ୍ଟା କାଳ ଜେରା ଓ ବୟାନ ରେକର୍ଡ ପରେ ସେ ରାତି ୯ଟାରେ ବାହାରିଥିଲେ । ଏହି ଦୁର୍ନୀତି ମାମଲାରେ ଏକାଧିକ ଥର ସମନ ଓ ଜେରା ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପୂର୍ବରୁ ସିବିଆଇ ଗିରଫ କରିସାରିଛି ।

ଏହାମଧ୍ୟ ପଢନ୍ତୁ: Threat Calls To Gadkari: ପୁଣି ଗଡକରୀଙ୍କୁ ଫୋନ କଲରେ ଧମକ, ଅଭିଯୁକ୍ତ ମାଗିଲା 10 କୋଟି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.