ETV Bharat / bharat

Good News: ବୋମା ଧ୍ୱଂସ କରିବ DRDO ରୋବର୍ଟ

author img

By

Published : Jan 7, 2023, 3:34 PM IST

ବଢିବ ସେନାର ବଳ । ଖୁବଶୀଘ୍ର ସେନାରେ ସାମିଲ ହେବ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ଦ୍ବାରା ତିଆରି କରାଯାଇଥିବା ରୋବୋର୍ଟ । ଅଧିକ ପଢନ୍ତୁ

ବୋମା ନିଷ୍କ୍ରିୟ ରୋବର୍ଟ
ବୋମା ନିଷ୍କ୍ରିୟ ରୋବର୍ଟ

ବୋମା ନିଷ୍କ୍ରିୟ ରୋବର୍ଟ

ମୁମ୍ବାଇ: DRDOକୁ ପୁଣି ଏକ ସଫଳତା । ଭାରତୀୟ ସେନାକୁ ଆହୁରି ସଶକ୍ତ କରିବା ପାଇଁ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ଦ୍ବାରା ଏକ ରୋବରୋର୍ଟ ତିଆରି କରାଯାଇଛି । ଏହି ରୋବର୍ଟ ବୋମା ଚିହ୍ନଟ କରିବା ସହ ନଷ୍ଟ କରିବାରେ ସହାଯ୍ୟ କରିବ । ଏହାକୁ DRDO ପକ୍ଷରୁ ତିଆରି କରାଯାଇଥିବା ବେଳେ ଅତିଶୀଘ୍ର ଏହାକୁ ସେନାରେ ସାମିଲ କରାଯିବା ନେଇ ସୂଚନା ଦିଆଯାଇଛି । ଏହି ରୋବର୍ଟକୁ ଭାରତୀୟ ବିଜ୍ଞାନ କଂଗ୍ରେସରେ ଡିଆରଜଡିଓ ପକ୍ଷରୁ ପ୍ରଦର୍ଶିତ କରାଯାଇଛି । ଏହି ରୋବର୍ଟ ବିଷୟରେ ଜାଣିବା ପାଇଁ ସାଧାରଣ ଜନତାଙ୍କ ସହ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ମେଳାକୁ ଯାଉଛନ୍ତି ।

ରାଷ୍ଟ୍ରଷନ୍ତ ତୁକଦୋଜି ମହାରାଜ ନାଗପୁର ବିଶ୍ୱବିଦ୍ୟାଳୟ ପରିସରରେ ୧୦୮ ତମ ଭାରତୀୟ ବିଜ୍ଞାନ କଂଗ୍ରେସ ଆୟୋଜିତ ହୋଇଛି । ଏହି ମେଳାରେ ୧୦୦ରୁ ଅଧିକ ଉଦ୍ଭାବନର ଷ୍ଟଲ ଲଗାଯାଇଛି । କିନ୍ତୁ ଡିଆରଡିଓ କ୍ୟମ୍ପରେ ସବୁଠାରୁ ଅଧିକ ଭିଡ ପରିଲକ୍ଷିତ ହେଉଥିବା ସୂଚନା ରହିଛି । ସେନାରେ ବ୍ୟବହାର କରିବାକୁ ଥିବା ଏହି ରୋବର୍ଟ ବିଷୟରେ ଜାଣିବା ପାଇଁ ପ୍ରତ୍ୟେକ ଭାରତୀୟ ଇଚ୍ଛାପ୍ରକାଶ କରୁଥିବା ଦେଖିବାକୁ ମିଳୁଛୁ ।

ଭାରତୀୟ ସେନା ସର୍ବଦା ଶତ୍ରୁ ପରାଜୟ କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି । ଶତ୍ରୁକୁ ପରାଜୟ କରିବା ସମୟରେ ଅନେକ ଯବାନଙ୍କ ମଧ୍ୟ ଜୀବନ ଯାଉଛି । ତେବେ ଉଦ୍ଭାବନ କରାଯାଇଥିବା ଏହି ରୋବର୍ଟ ଦ୍ବାରା ସେନା ଯବାନଙ୍କ ବହୁମୂଲ୍ୟ ଜୀବନ ବଞ୍ଚାଯାଇ ପାରିବ । ତେବେ ଅନେକ ସମୟରେ ଆତଙ୍କବାଦୀମାନେ ଜନଗହଳିପୂର୍ଣ୍ଣ ସ୍ଥାନରେ ବୋମ ଖଞ୍ଜି ଲୋକଙ୍କ ପ୍ରାଣ ନେବା ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ ବର୍ତ୍ତମାନ ତାହା କେତେକାଶଂରେ କମିଯିବା ନେଇ ଆଶା କରାଯାଉଛି । ଏହି ରୋବର୍ଟ ବୋମା ଖୋଜିବା ସହ ନଷ୍ଟ କରିବାରେ ମଧ୍ୟ ସାହାଯ୍ୟ କରିବ ।

ଏହି ରୋବର୍ଟର ନାମ କନଫାଇଣ୍ଡସ୍ପେସ ରିମୋଟଲି ଅପୋରେଟଡ ଭେଇକଲ ଅଟେ । ଏହି ରୋବର୍ଟକୁ ୨୦୦ରୁ ୫୦୦ ମିଟର ଭିତରେ ପରିଚାଳିତ କରାଯାଇପାରିବ । ରେଲଓ୍ବ ଷ୍ଟେସନ ଭଳି ଗହଳି ସ୍ଥାନରେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରିବ । ଏହି ରୋବର୍ଟରେ ଅନେକ କ୍ୟାମେରା ଖଞ୍ଜାଯାଇଛି । ଯାହାକି ବୋମା ଜବତ କରିବା ସହ ନଷ୍ଟ କରିବାରେ ସାହାଯ୍ୟ କରିବା ନେଇ DRDO ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.