ETV Bharat / bharat

ଜମ୍ମୁ କାଶ୍ମୀରର ଅର୍ଥନୀତିକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି ବିଜେପି : ମେହବୁବା ମୁଫତି

author img

By

Published : Apr 10, 2022, 5:03 PM IST

କେନ୍ଦ୍ର ସରକାରଙ୍କୁ ପୁଣି ଥରେ ଟାର୍ଗେଟ କଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା PDP ମୁଖ୍ୟ ମେହବୁବା ମୁଫତି । ଜମ୍ମୁ କାଶ୍ମୀରର ଅର୍ଥନୀତିକୁ ଧ୍ବଂସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଗିପଡିଥିବା ସେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ଜମ୍ମୁ କାଶ୍ମୀରର ଅର୍ଥନୀତିକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି ବିଜେପି : ମେହବୁବା ମୁଫତି
ଜମ୍ମୁ କାଶ୍ମୀରର ଅର୍ଥନୀତିକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି ବିଜେପି : ମେହବୁବା ମୁଫତି

ଶ୍ରୀନଗର: ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(PDP) ସଭାପତି ମେହବୁବା ମୁଫତିଙ୍କ(Mehbooba Mufti) ଟାର୍ଗେଟରେ ପୁଣି କେନ୍ଦ୍ର ସରକାର । ମେହବୁବା କହିଛନ୍ତି, ଜମ୍ମୁ କାଶ୍ମୀରର ଅର୍ଥନୀତିକୁ ଧ୍ବଂସ କରିବା ପାଇଁ ଲାଗିପଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗତ ତିନି ବର୍ଷ ଧରି ଜମ୍ମୁ କାଶ୍ମୀରର ଅର୍ଥନୀତିକୁ ନଷ୍ଟ କରିବାକୁ BJP ଚେଷ୍ଟା କରୁଛି । ଜମ୍ମୁ କାଶ୍ମୀରର ହ୍ୟାଣ୍ଡୱାରା(Handwara)ରେ ନିକଟରେ ଜଣେ ଜବାନ ଶହୀଦ ହୋଇଯାଇଥିଲେ । ଶହୀଦଙ୍କ ପରିବାରଙ୍କୁ ଭେଟିବା ସହ ସମବେଦନା ଜଣାଇବାକୁ ପହଞ୍ଚିଥିଲେ ପିଡିପି ମୁଖ୍ୟ ମେହବୁବା ମୁଫତି । ସେବେ ସେଠାରେ ଗଣମାଧ୍ୟମରେ ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି ମେହବୁବା ।

ମେହବୁବା ଅଭିଯୋଗ କରିଛନ୍ତି, ଗତ ତିନିବର୍ଷ ଧରି ବିଜେପି ଏଠାରେ ଏକ ଭୟଙ୍କର ବାତାବରଣ ସୃଷ୍ଟି କରିଛି । କାର୍ଯ୍ୟରତ କର୍ମଚାରୀମାନଙ୍କୁ ଚାକିରୀରୁ ବରଖାସ୍ତ କରାଯାଉଛି । ଅନ୍ୟପଟେ ବାହାର ଲୋକଙ୍କୁ ଏଠାରେ ପୁନଃନିଯୁକ୍ତି ପ୍ରଦାନ କରାଯାଉଛି । ଫଳରେ ଜମ୍ମୁ କାଶ୍ମୀର ଅର୍ଥନୀତିକୁ ନଷ୍ଟ ହେବାରେ ଲାଗିଛି । ଯେଉଁମାନେ ସତ୍ୟ କହୁଛନ୍ତି ସେମାନଙ୍କୁ ବନ୍ଧା ଯାଉଛି । ଆଉ ଜେଲ୍‌ରେ ରଖାଯାଉଛି । ସାମ୍ବାଦିକ ସାଜଜାଦ ଗୁଲ୍‌ ଏବଂ ଫହାଦ ଶାହା (journalists Sajjad Gul and Fahad Shah)ଙ୍କ ଗିରଫଦାରୀର ସେ ଉଦାହରଣ ମଧ୍ୟ ଦେଇଛନ୍ତି । ପିଡିପି ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ଯେ ସାଧାରଣ ଲୋକ ଏଠାରେ କଥା ମଧ୍ୟ ହୋଇପାରିବେ ନାହିଁ।

ଯଦି କାଶ୍ମୀରର ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ତେବେ ଜମ୍ମୁ କାଶ୍ମୀରରେ କାହିଁକି ସେନାଙ୍କ ସଂଖ୍ୟା କମ ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସର୍ଚ୍ଚ ଅପରେସନ କମିଛି, କିନ୍ତୁ ସକରାତ୍ମକ ଘଟଣା ସେପରି କିଛି ହୋଇନି । ଏଥରୁ ସ୍ପଷ୍ଟ ହେଉଛି ଯେ, ଜମ୍ମୁ କାଶ୍ମୀରର ସ୍ଥିତି ଏବେବି ଶାନ୍ତିପୂର୍ଣ୍ଣ ନାହିଁ । ପିଏସଏ(PSA) ଓ (UAPA) ୟୁଏପିଏ ସମେତ ବିପଜ୍ଜନକ ଆଇନ ଏଠାରେ ଲାଗୁ ହେଉଛି । କିନ୍ତୁ କେନ୍ଦ୍ର ସରକାରଙ୍କୁ କହିବାକୁ ଚାହେଁ ଯେ ଏହା ଅଧିକ ଦିନ ଏଠାରେ ରହିବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.