ETV Bharat / bharat

Bhopal: ଗୋକାଷ୍ଠରୁ ବିଦ୍ୟୁତ ଉତ୍ପାଦନ କଲେ ବୈଜ୍ଞାନିକ

author img

By

Published : Jul 1, 2023, 10:16 PM IST

ଗୋକାଷ୍ଠରୁ ବିଦ୍ୟୁତ ଉତ୍ପାଦନ କଲେ ଭୋପାଳ ବୈଜ୍ଞାନିକ । କୋଇଲା ପରିବର୍ତ୍ତେ ଇନ୍ଧନ ଭାବେ ବ୍ୟବହାର ହେଲା ଗୋକାଷ୍ଠ । ପରୀକ୍ଷାମୂଳକ ପ୍ରୟୋଗରେ ଉତ୍ପନ ହେଲା 19 ମେଗାଓ୍ବାଟ ବିଦ୍ୟୁତ । ଅଧିକ ପଢନ୍ତୁ

ଗୋକାଷ୍ଠରୁ ବିଦ୍ୟୁତ ଉତ୍ପାଦନ କଲେ ଭୋପାଲ ବୈଜ୍ଞାନିକ
ଗୋକାଷ୍ଠରୁ ବିଦ୍ୟୁତ ଉତ୍ପାଦନ କଲେ ଭୋପାଲ ବୈଜ୍ଞାନିକ

ଭୋପାଳ: ଗୋକାଷ୍ଠ (ଗୋବରୁ ପ୍ରସ୍ତୁତ କଠ) ରୁ ବିଦ୍ୟୁତ ଉତ୍ପାଦନ କଲେ ଭୋପାଳର ବୈଜ୍ଞାନିକ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବୈଜ୍ଞାନିକ ଡ. ଯୋଗେନ୍ଦ୍ର କୁମାର ସକ୍ସେନା ଗୋକାଠରୁ ବିଦ୍ୟୁତ ଉତ୍ପାଦନ କରିବାରେ ସକ୍ଷମ ହୋଇଛନ୍ତି । କ୍ୟାପ୍ଟିଭ ପାଓ୍ବାର ପ୍ଲାଣ୍ଟରେ କୋଇଲା ପରିବର୍ତ୍ତେ ଇନ୍ଧନ ଭାବେ ଏହି ଗୋକାଷ୍ଠର ପରୀକ୍ଷାମୂଳକ ବ୍ୟବହାର କରାଯାଇଥିଲା । ଯାହା ସଫଳ ହୋଇଛି । ପ୍ରାଥମିକ ଭାବେ ଏହି ପରୀକ୍ଷଣରେ 19 ମେଗାଓ୍ବାଟ ବିଦ୍ୟୁତ ଉତ୍ପାଦନ ହୋଇଛି । ଏହି ସଫଳତା ସହ ଦିନେ ଗୋକାଷ୍ଠ ପରିବେଶକୁ ପ୍ରଦୂଷଣରୁ ସୁରକ୍ଷା ଦେବା ସହ ବିଦ୍ୟୁତ୍ ଉତ୍ପାଦନର ପ୍ରମୁଖ ଉତ୍ସ ହେବା ନେଇ ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି ।

ଗୋକାଷ୍ଠରୁ ବିଦ୍ୟୁତ ଉତ୍ପାଦନ ପାଇଁ ବୈଜ୍ଞାନିକ ଡ.ଯୋଗେନ୍ଦ୍ର କୁମାର ସକ୍ସେନା ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ଅନୁସନ୍ଧାନ ଜାରି ରଖିଥିଲେ । ଡ. ଯୋଗେନ୍ଦ୍ର କୁହନ୍ତି, ସେ ହିଁ ଅନ୍ତିମ ସଂସ୍କାରରେ ମଧ୍ୟ ଗୋକାଷ୍ଠର ବ୍ୟବହାର ଆରମ୍ଭ କରିଥିଲେ । ତେଣୁ ଏହି ଚନ୍ତାଧାରା ତାଙ୍କ ମନରେ ଆସିଲା ଯେ ଏହା ମାଧ୍ୟମରେ କାହିଁକି ବିଦ୍ୟୁତ୍ ଉତ୍ପାଦନ କରିପାରିବ ନାହିଁ ? ତେଣୁ ସେ ଏହାକୁ କ୍ୟାପ୍ଟିଭ ପାଓ୍ବାର ପ୍ଲାଣ୍ଟରେ ବ୍ୟବହାର ହେଉଥିବା କୋଇଲାର ବିକଳ୍ପ ଭାବେ ବ୍ୟବହାର କରିବା ପାଇଁ ଚିନ୍ତା କଲେ । ପରୀକ୍ଷାମୂଳକ ଭାବେ କୋଇଲା ପରିବର୍ତ୍ତେ ଗୋକାଷ୍ଠର ବ୍ୟବହାର ମଧ୍ୟ କରିଥିଲେ । ତେବେ ତାଙ୍କ ଧାରଣା ବାସ୍ତବତାରେ ପରିଣତ ହେଲା । ଗୋକାଷ୍ଠ କୋଇଲା ଅନୁରୂପ ଶକ୍ତି ଉତ୍ପନ କରିବାରେ ସମ୍ପୂର୍ଣ୍ଣ ସକ୍ଷମ । ପରୀକ୍ଷଣରେ 19 ମେଗାଓ୍ବାଟର ବିଜୁଳି ମଧ୍ୟ ଉତ୍ପନ ହୋଇଛି ।

ଡ.ଯୋଗେନ୍ଦ୍ର କହିଛନ୍ତି, କୋଇଲା ଉତ୍ସ ସବୁଦିନ ପାଇଁ ରହିବନାହିଁ । ଏହା ସୀମିତ ପ୍ରାକୃତିକ ଉତ୍ସ ମଧ୍ୟ । ତେଣୁ ଏହାର ବିକଳ୍ପର ଆବଶ୍ୟକତା ପରପିଢିକୁ ନିଶ୍ଚିୟ ପଡିବ । ତେଣୁ ଏହି ଗୋକାଷ୍ଠକୁ କୋଇଲାର ବିକଳ୍ପ ଭାବେ ବ୍ୟବହାର କାରାଯାଇ ପାରିବ । ଏହା କୋଇଲା ତୂଳନାରେ କମ ପ୍ରଦୂଷଣଯୁକ୍ତ ମଧ୍ୟ । ଏହା ଫଳରେ ଇନ୍ଧନ ଖର୍ଚ୍ଚ ମଧ୍ୟ ଯଥେଷ୍ଟ ହ୍ରାସ କରାଯାଇପାରିବ । ଭାରତରେ ଏହାର ପ୍ରଚୁର ଉପଲବ୍ଧତା ମଧ୍ୟ ରହିଛି । ଏହାକୁ ପ୍ରସ୍ତୁତ କରିବା ମଧ୍ୟ ସହଜ ଓ କମ ଖର୍ଚ୍ଚଯୋଗ୍ୟ । ତେଣୁ ପ୍ରାୟ ସମସ୍ତ କ୍ୟାପ୍ଟିଭ ବିଦ୍ୟୁତ ଉତ୍ପାଦନକାରୀ ପ୍ଲାଣ୍ଟରେ କୋଇଲା ବଦଳରେ ଗୋକାଷ୍ଠ ବ୍ୟବହାର କରାଯାଇ ବିଜୁଳି ଉତ୍ପାଦନ କରାଯାଇ ପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.