ETV Bharat / bharat

ଭୂମିକମ୍ପରେ ତୁର୍କୀରେ 20 ଘର ନଷ୍ଟ, ଗ୍ରୀସରେ ମାଡି ଆସିଲା ସୁନାମୀ

author img

By

Published : Oct 30, 2020, 10:51 PM IST

ତୁର୍କୀ ଓ ଗ୍ରୀସ ସୀମା ହୋଇଥିବା ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି । ଇଜମିରରେ ଅନେକ ଘର ଭାଙ୍ଗି ନଷ୍ଟ ହୋଇଯାଇଛି । ଗ୍ରୀସରେ ମାଡି ଆସିଛି ସୁନାମୀ । ଅଧିକ ପଢନ୍ତୁ...

ଭୂମିକମ୍ପ: ତୁର୍କୀରେ 20 ଘର ନଷ୍ଟ, ଗ୍ରୀସରେ ମାଡି ଆସିଲା ସୁନାମୀ
ଭୂମିକମ୍ପ: ତୁର୍କୀରେ 20 ଘର ନଷ୍ଟ, ଗ୍ରୀସରେ ମାଡି ଆସିଲା ସୁନାମୀ

ଅଙ୍କାରା: ତୁର୍କୀ ଓ ଗ୍ରୀସ ସୀମାରେ ହୋଇଥିବା ବଡ ଧରଣର ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଭୂମିକମ୍ପର ଝଟକା ପରେ ଗ୍ରୀସରେ ମାଡି ଆସିଛି ସୁନାମୀ । ଅନ୍ୟପକ୍ଷେ ତୁର୍କୀରେ ମଧ୍ୟ କ୍ଷୟକ୍ଷତିର ଦୃଶ୍ୟ ସାମ୍ନାକୁ ଆସିଛି । ଇଜମିରରେ ଅନେକ ଘର ଭାଙ୍ଗି ନଷ୍ଟ ହୋଇଯାଇଛି ।

ଭୂମିକମ୍ପ ପ୍ରଭାବରେ ତୁର୍କୀରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 200ରୁ ଅଧିକ ଆହତ ହୋଇଛନ୍ତି । ତେବେ ଭଗ୍ନାବଶେଷ ତଳୁ ବର୍ତ୍ତମାନ ପର୍ଯ୍ୟନ୍ତ 70 ଜଣଙ୍କୁ ଉଦ୍ଧାର କରାଯାଇଥିବା ତୁର୍କୀର ଗଭର୍ଣ୍ଣର ସୂଚନା ଦେଇଛନ୍ତି ।

ତୁର୍କୀ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଟ୍ବିଟରରେ ସୂଚନା ଦେଇଛନ୍ତି, 200ରୁ ଅଧିକ ଜଣ ଆହତ ହୋଇଛନ୍ତି । 20 ଘର ଭାଙ୍ଗି ନଷ୍ଟ ହୋଇଯାଇଛି । ତେବେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.