ETV Bharat / bharat

ସିମଲାରେ କର୍ମ ନିଯୁକ୍ତି ସୃଷ୍ଟି କରିଛି ସ୍ନାପଡିଲ୍

author img

By

Published : Jul 24, 2020, 4:20 PM IST

Updated : Jul 25, 2020, 1:10 PM IST

ବଡ଼ ସହର ବାହାରେ କର୍ମ ନିଯୁକ୍ତି ସୃଷ୍ଟି କରିଛି ସ୍ନାପଡିଲ୍ । ନୂଆଦିଲ୍ଲୀର ଇ-କମର୍ସ ଜିଆଣ୍ଟ ସ୍ନାପଡାଲ ବର୍ତ୍ତମାନ ସିମଲାରେ ଏକ କଷ୍ଟମର କେୟାର ସେଣ୍ଟର ଖୋଲିଛି । ହିମାଚଳ ପ୍ରଦେଶ ରାଜଧାନୀରେ ଏହି ସେଣ୍ଟରଟି ଆସନ୍ତା ପର୍ବ ଭିତରେ ପରିଚାଳନା କରିବ ବୋଲି ଆଶା କରାଯାଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସିମଲାରେ କର୍ମ ନିଯୁକ୍ତି ସୃଷ୍ଟି କରିଛି ସ୍ନାପଡିଲ୍
ସିମଲାରେ କର୍ମ ନିଯୁକ୍ତି ସୃଷ୍ଟି କରିଛି ସ୍ନାପଡିଲ୍

ନୂଆଦିଲ୍ଲୀ: ବଡ଼ ସହର ବାହାରେ କର୍ମ ନିଯୁକ୍ତି ସୃଷ୍ଟି କରିଛି ସ୍ନାପଡିଲ୍ । ଏହି କୋରୋନା ସମୟରେ ଛୋଟ ସହରର ଅଧିକାଂଶ ଲୋକେ ଚାକିରି ହରାଇଛନ୍ତି । ଏଭଳି ଚ୍ୟାଲେଞ୍ଜିଂ ସମୟରେ ସ୍ନାପଡିଲ୍ ଲୋକଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଛି । ନୂଆଦିଲ୍ଲୀର ଇ-କମର୍ସ ଜିଆଣ୍ଟ ସ୍ନାପଡାଲ ବର୍ତ୍ତମାନ ସିମଲାରେ ଏକ କଷ୍ଟମର କେୟାର ସେଣ୍ଟର ଖୋଲିଛି । ହିମାଚଳ ପ୍ରଦେଶ ରାଜଧାନୀରେ ଏହି ସେଣ୍ଟରଟି ଆସନ୍ତା ପର୍ବ ଭିତରେ ପରିଚାଳନା କରିବ ବୋଲି ଆଶା କରାଯାଉଛି ।

ସ୍ନାପଡିଲର କୋ-ଫାଉଣ୍ଡର ତଥା ସିଇଓ କୁନାଲ ବାହଲ ଟ୍ୱିଟ୍ କରି ଏହି ଖବର ସେୟାର କରି କହିଛନ୍ତି, "ସ୍ନାପଡିଲ ବଡ ସହର ବାହାରେ ଚାକିରି ସୁଯୋଗ ସୃଷ୍ଟି କରିଥିବାରୁ ଆମେ ଗର୍ବିତ । ପ୍ରତିଭା ସବୁଠାରେ ଅଛି ଏବଂ ଇ-କମର୍ସ ଏଭଳି ପ୍ରତିଭାଙ୍କୁ ନେଇ ସକରାତ୍ମକ ମନୋଭାବରେ କାମ ଆରମ୍ଭ କିରିବାକୁ ଯାଉଛି। "

ସିମଲାରେ ଆମର ନୂତନ କଲ୍ ସେଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ନିଆଯିବାର ଏକ ମାତ୍ର କାରଣ ହେଉଛି, ମେଟ୍ରୋ ସହର ବାହାରେ ଅଧିକ ନିଯୁକ୍ତି ଏବଂ ଉଦ୍ୟୋଗ ସୁଯୋଗ ସୃଷ୍ଟି କରିବା । ବେରୋଜଗାରଙ୍କୁ ରୋଜଗାରକ୍ଷମ କରାଇବା ଆମର ପ୍ରୟାସର ଏକ ଅଂଶ । ଆମେ ବିଶ୍ବାସ କରୁ ଯେ ଆଜିର ଦିନରେ ବଢୁଥିବା ଡିଜିଟାଲାଇଜେସନ୍ ଏବଂ ଉନ୍ନତ ସଂଯୋଗୀକରଣ ଛୋଟ ସହରରେ ଅର୍ଥନୈତିକ କାର୍ଯ୍ୟକଳାପକୁ ଉତ୍ସାହିତ କରିବ ଏବଂ ଇ-ବାଣିଜ୍ୟର ଅଭିବୃଦ୍ଧି ସମଗ୍ର ଦେଶରେ ବ୍ୟାପିଯିବ ବୋଲି କହିଛନ୍ତି ସ୍ମାପଡିଲର ପ୍ରିତିଷ୍ଠାତା ।

ସ୍ନାପଡିଲରେ ବର୍ତ୍ତମାନ ଅଣ ମେଟ୍ରୋ ସହରରୁ କ୍ରେତାମାନଙ୍କର ଏକ ବଡ଼ ଅଂଶ ରହିଛି । ସ୍ନାପଡିଲ୍ ପାଇଁ ଏହା ଏକ ବଡ ସକରାତ୍ମକ ହୋଇଛି କାରଣ ଅଫଲାଇନ୍ ଯୋଗାଣ ଶୃଙ୍ଖଳରେ ସୀମିତତାକୁ ଦୃଷ୍ଟିରେ ରଖି ଛୋଟ ସହରରେ ଇ-ବାଣିଜ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସୂଚନା ଥାଉକି ସ୍ନାପଡିଲ ପ୍ଲାଟଫର୍ମରେ 213 ନିୟୁତରୁ ଅଧିକ ଲୋକଙ୍କ ତାଲିକା ସହିତ 5,00,000-ପ୍ଲସ୍ ପଞ୍ଜୀକୃତ ବିକ୍ରେତା ଅଛନ୍ତି ।

Last Updated : Jul 25, 2020, 1:10 PM IST

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.