ETV Bharat / bharat

ମହାରାଷ୍ଟ୍ରରେ ଶିଶୁ ବିକ୍ରି ଘଟଣା, ପାଞ୍ଚ ଗିରଫ

author img

By

Published : Sep 26, 2020, 4:27 PM IST

ମହାରାଷ୍ଟ୍ରରେ ଦେଢବର୍ଷର ଶିଶୁ ଚୋରି । ଜଣେ ସନ୍ତାନହୀନ ଦମ୍ପତିଙ୍କୁ 70,000 ଟଙ୍କାରେ ବିକ୍ରି । ଘଟଣାରେ ପାଞ୍ଚଜଣ ଗିରଫ ।

three women among 5  kidnapping and selling child
70,000ଟଙ୍କାରେ ଶିଶୁ ବିକ୍ରି

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଅଞ୍ଚଳରୁ ଶିଶୁ ଚୋରି ଘଟଣା ଚାଞ୍ଚଲ୍ୟ ସୃଷ୍ଚି କରିଛି । ଘଟଣାରେ ପାଞ୍ଚ ଜଣ ଧରା ପଡିଥିବା ଜଣାପଡିଛି ।ଦିନକୁ ଦିନ ରାଜ୍ୟରେ ଅପରାଧିକ କାର୍ଯ୍ୟ ବଢିବାରେ ଲାଗିଛି । ଥାନେ ଅଞ୍ଚଳରୁ ତିନି ଜଣ ମହିଳା ଓ ଦୁଇ ଜଣ ପୁରୁଷ ଗୋଟିଏ ଦେଢ ବର୍ଷର ଶିଶୁ ପୁତ୍ରକୁ ଚୋରି କରି 70,000 ଟଙ୍କାରେ ବିକ୍ରି କରିଛନ୍ତି । ସୂଚନାଅନୁସାରେ ଶିଶୁଟି ସେପ୍ଟେମ୍ବର 15ତାରିଖ ଦିନ ଅମ୍ବରନାଥରେ ଥିବା ତାଙ୍କ ନିଜ ଘର ପାଖ ସର୍କସ ଗ୍ରାଉଣ୍ଡରେ ଖେଳୁଥିବା ସମୟରେ ଚୋରି ହେଇଥିବା ପୋଲିସ ଅଧିକାରୀ ସଂଜୟ ଧୁମାଲ କହିଛନ୍ତି ।

ଶିଶୁଟି ଚୋରି ହେବା ପରେ ଘରଲୋକ ବହୁତ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ । ପରେ ପୋଲିସରେ ଜଣାଇଥିଲେ । ପୋଲିସ ନିଖୋଜ ଶିଶୁର ଫଟୋ ଅମ୍ବରନାଥ ସହରର ସମସ୍ତ ଅଟୋରେ ଲଗାଇଥିଲା । ପରେ ପୋଲିସ ଖବର ପାଇ ଉଲ୍ଲାସନଗର ସହରର ଭାରତ ନଗରରୁ ଉଦ୍ଧାର କରିଥିଲା । ପୋଲିସର ତଦନ୍ତ ପରେ ଶିଶୁଟି 70,000ଟଙ୍କାରେ ଜୈନତବି ଫକିର ମହୋମଦ ନାମକ ମହିଳାଙ୍କୁ ବିକ୍ରି କରାଯାଇଥିଲା ।

ଘଟଣାର ଅଧିକ ପଚରାଉଚରା କରିବା ପରେ ମହିଳା ଜଣକ ଏ ଘଟଣାରେ ଆଉ ଚାରିଜଣ ଲିପ୍ତ ଥିବା କହିଛନ୍ତି । ପୋଲିସ ଉକ୍ତ ମାମଲାରେ ପୂଜା ମହେଶ ଚେତିଆର(28), ସେରୁ ସୁଖ୍ରମ ସରେଜ(45), ମୁକେଶ ଅନିଲ ଖରଭା(36) ଓ ମାୟା ସୁଖଦେବ କାଲେଙ୍କୁ ଗିରଫ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.