ETV Bharat / bharat

ଏମିତି ଏକ ଗାଁ: ମୋଦିଙ୍କ ପୂର୍ବରୁ ପ୍ଲାଷ୍ଟିକ ବ୍ୟାନ ପାଇଁ ନେଇଥିଲା ନିଷ୍ପତ୍ତି

author img

By

Published : Dec 12, 2019, 5:03 PM IST

ଗାନ୍ଧୀ ଜୟନ୍ତୀ ଠାରୁ ଦେଶରେ ବ୍ୟାନ ହୋଇଛି ପ୍ଲାଷ୍ଟିକ ବ୍ୟବହାର । ଅନେକ ସ୍ଥାନରେ ପ୍ଲାଷ୍ଟିକ ବ୍ୟବହାରରେ କଟକଣା ଲାଗିଥିବାବେଳେ ଏବେବି ଅନେକ ସ୍ଥାନରେ ଖୁଲମଖୁଲା ହେଉଛି ବ୍ୟବହାର । ଏକ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ରାଜସ୍ଥାନର କେଶବପୁରା ଗାଁ ।

plastic-free future
ପ୍ଲାଷ୍ଟିକ ବ୍ୟାନ କରି ଚର୍ଚ୍ଚାରେ କେଶଭପୁରା

ଜୟପୁର: ପ୍ଲାଷ୍ଟିକ ହଟାଅ ଦେଶ ବଞ୍ଚାଅ । ପ୍ଲାଷ୍ଟିକ ବ୍ୟବହାର ବନ୍ଦ ହେଲେ ସାରା ପୃଥିବୀ ହସିବ । ଏହି ମର୍ମକୁ ବେଶ୍ ଭଲଭାବେ ବୁଝିଛନ୍ତି ରାଜସ୍ଥାନ କୋଟା ଜିଲ୍ଲାର କେଶବପୁରା ଗ୍ରାମବାସୀ । ଦିନ ଥିଲା ଏହି ଗାଁରେ ବହୁ ଗୋରୁଗାଈ ପ୍ଲାଷ୍ଟିକ ଯୋଗୁଁ ପ୍ରାଣ ହରାଇଥିଲେ । ବାସ୍ ତା ପରଠୁ ଗ୍ରାମବାସୀ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ପ୍ରତିଜ୍ଞା ନେଲେ ।

ଏମିତି ଏକ ଗାଁ: ମୋଦିଙ୍କ ପୂର୍ବରୁ ପ୍ଲାଷ୍ଟିକ ବ୍ୟାନ ପାଇଁ ନେଇଥିଲା ନିଷ୍ପତ୍ତି

ଜୁଲାଇ 11, 2019 । ଗ୍ରାମବାସୀ ଗାଁର ଅଳିଆ ଆବର୍ଜନାକୁ ନପୋଡି ଏକ ଗର୍ତ୍ତ କରି ପୋତିଦେଇଥିଲେ । ଏହି ପଦପେକ୍ଷ ଯୋଗୁଁ କେବଳ ଗାଁଲୋକେ ନୁହେଁ ପଶୁପକ୍ଷୀ ମଧ୍ୟ ସୁରକ୍ଷିତ । ଅନ୍ୟପଟେ ଗ୍ରାମ୍ୟ ବିକାଶ ପରିଷଦ ପକ୍ଷରୁ ମଧ୍ୟ ସରକାରୀ ସ୍ତରରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାରକୁ ବ୍ୟାନ କରାଯାଇଛି । ଆଉ ଏଥିଯୋଗୁଁ ଗତ ଜୁଲାଇରୁ ପ୍ରାୟ 11ଟି ଭୋଜିରେ ପ୍ଲାଷ୍ଟିକ ପ୍ଲେଟ, ଗ୍ଲାସ ଆଦିର ବ୍ୟବହାର କରାଯାଇନାହିଁ । ଏପରିକି ପ୍ଲାଷ୍ଟିକ ବ୍ୟାଗ ପରିବର୍ତ୍ତେ କପଡା ବ୍ୟାଗ ନେଇ ମାର୍କେଟିଂ କରିବାକୁ ଯାଆନ୍ତି କେଶବପୁରାବାସୀ ।

ରାଜଧାନୀ ଜୟପୁରରୁ 40 କିଲୋମିଟର ଦୂରରେ ଅବସ୍ଥିତ କେଶବପୁରା ଗାଁ । ଏଠାରେ ପାଖାପାଖି 600 ଲୋକେ ରହୁଥିବାବେଳେ ଗାଁର ପ୍ଲାଷ୍ଟିକ ବ୍ୟାନ ପଦକ୍ଷେପ ପଡୋଶୀ ଗାଁ ମାନଙ୍କ ପାଇଁ ପାଲଟିଛି ଉଦାହରଣ ।

Intro:Body:

Blank


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.