ETV Bharat / bharat

Give Indiaକୁ 5 କୋଟିର ସହାୟତା ରାଶି ପ୍ରଦାନ କଲେ ସୁନ୍ଦର ପିଚାଇ

author img

By

Published : Apr 13, 2020, 3:36 PM IST

ଆଲଫାବେଟ୍ ଏବଂ ଗୁଗଲ୍ ସିଇଓ ସୁନ୍ଦର ପିଚାଇ Give India ସଂସ୍ଥାକୁ 5 କୋଟି ଟଙ୍କା ଦାନ କରିଛନ୍ତି । ଏହାପୂର୍ବରୁ ଗୁଗୁଲ ମଧ୍ୟ 5 କୋଟି ଟଙ୍କା ଅନଲାଇନ୍ ଡୋନେସନ ସଂସ୍ଥାଙ୍କୁ ଦାନ କରିଥିଲା ।

Sundar Pichai
ସୁନ୍ଦର ପିଚାଇ

ନୂଆଦିଲ୍ଲୀ: ଆଲଫାବେଟ୍ ଏବଂ ଗୁଗଲ୍ ସିଇଓ ସୁନ୍ଦର ପିଚାଇ Give India ସଂସ୍ଥାକୁ 5 କୋଟି ଟଙ୍କା ଦାନ କରିଛନ୍ତି । ଏହାପୂର୍ବରୁ ଗୁଗୁଲ ମଧ୍ୟ 5 କୋଟି ଟଙ୍କା ଅନଲାଇନ୍ ଡୋନେସନ ସଂସ୍ଥାଙ୍କୁ ଦାନ କରିଥିଲା । Give India ଟ୍ବିଟ୍ କରି ଏହି ସୂଚନା ଦେଇଛି । ‘ଗରିବ, ଦିନ ମଜୁରିଆଙ୍କୁ 5କୋଟିର ସହାୟତା ରାଶି ପ୍ରଦାନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ’ବୋଲି ଟ୍ବିଟ କରିଛି Give India ।

Give India ବର୍ତ୍ତମାନ ସୁଦ୍ଧା 12 କୋଟିରୁ ଅଧିକ ଟଙ୍କା ସଂଗ୍ରହ କରି ସାରା ଦେଶରେ ଅସୁରକ୍ଷିତ ପରିବାରକୁ ସହାୟତା କରୁଛି। ଗତ ମାସରେ ପିଚାଇ ଘୋଷଣା କରିଥିଲା ​​ଯେ, କମ୍ପାନୀ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ (SMBs), ସ୍ବାସ୍ଥ୍ୟ ସଂଗଠନ, ସରକାରଙ୍କୁ COVID-19 ମହାମାରୀ ସହାୟତା ପାଇଁ 800 ମିଲିୟନ ଡଲାରରୁ ଅଧିକ ଟଙ୍କା ପ୍ରଦାନ କରିବ।

ଏହାସହ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏବଂ ବିଶ୍ବରେ 100 ରୁ ଅଧିକ ସରକାରୀ ଏଜେନ୍ସିଗୁଡିକ COVID-19 ର ପ୍ରସାରକୁ କିପରି ରୋକିବା ପାଇଁ 250 ମିଲିୟନ ଡଲାର ଦିଆଯିବା ନେଇ ମଧ୍ୟ କହିଥିଲେ ସୁନ୍ଦର ପିଚାଇ । ଗୁଗୁଲ୍ ଆହୁରୀ 200 ନିୟୁତ ଡଲାରର ପୁଞ୍ଜି ବିନିଯୋଗ ପାଣ୍ଠି ଦେଇଛି ଯାହା ସାରା ବିଶ୍ବରେ ଏନଜିଓ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡିକୁ ସହାୟତା କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.