ETV Bharat / bharat

ଛତିଶଗଡରେ ସ୍ବାସ୍ଥ୍ଯ ବ୍ୟବସ୍ଥାର ନଗ୍ନ ଦୃଶ୍ୟ: ଟଙ୍କା ଅଭାବରୁ ନେଲାନି ଆମ୍ବୁଲାନ୍ସ, 70 କିମି ଚାଲିଲା ରୋଗୀ

author img

By

Published : Sep 10, 2020, 10:29 PM IST

ପୁଣି ପଦାରେ ପଡିଲା ଆମ ଦେଶର ସ୍ବାସ୍ଥ୍ଯ ବ୍ୟବସ୍ଥାର ନଗ୍ନ ଦୃଶ୍ୟ । ଏଥର ସରକାରୀ ଆମ୍ବୁଲାନ୍ସ ସଞ୍ଜୀବନୀ 108 ରୋଗୀଙ୍କୁ ମାଗଣାରେ ନେବାକୁ ସିଧାସଳଖ ମନା କରିଦେଲା । ଯଦି ଆମ୍ବୁଲାନ୍ସରେ ଯିବେ ତା ହେଲେ ଦେବାକୁ ପଡିବ 4 ହଜାର ଟଙ୍କା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସଞ୍ଜୀବନୀ 108 ଅମ୍ବୁଲାନ୍ସ ସେବାରେ ଦୁର୍ନୀତି
ସଞ୍ଜୀବନୀ 108 ଅମ୍ବୁଲାନ୍ସ ସେବାରେ ଦୁର୍ନୀତି

ରାୟପୁର: ପୁଣି ପଦାରେ ପଡିଲା ଆମ ଦେଶର ସ୍ବାସ୍ଥ୍ଯ ବ୍ୟବସ୍ଥାର ନଗ୍ନ ଦୃଶ୍ୟ । ଏଥର ସରକାରୀ ଆମ୍ବୁଲାନ୍ସ ସଞ୍ଜୀବନୀ 108 ରୋଗୀଙ୍କୁ ମାଗଣାରେ ନେବାକୁ ସିଧାସଳଖ ମନା କରିଦେଲା । ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ ଜଣେ ରୋଗୀଙ୍କଠାରୁ 4 ହଜାର ଟଙ୍କା ମାଗିଥିଲେ । ରୋଗୀ ଜଣକ ଦେୟ କରିବାକୁ ଅସମର୍ଥ ହେବାରୁ ଆମ୍ବୁଲାନ୍ସ ସେବାକୁ ବାରଣ କରିଦେଲେ । ଘଟଣାଟି ଘଟିଛି ଛତିଶଗଡ଼ର କାଙ୍କେର ଜିଲ୍ଲାରେ ।

ସୂଚନା ଅନୁସାରେ ଗାଟକାଲ ଗାଁର ଅମାଲୁରାମଙ୍କୁ ଏକ କୁରାଢି ଦ୍ୱାରା ଆଖିରେ ଆଘାତ ଲାଗିଥିଲା । ଯେଉଁଥି ପାଇଁ ସେ କାଙ୍କେର ଜିଲ୍ଲା ଡାକ୍ତରଖାନାକୁ ଯାଇଥିଲେ। ତେବେ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାୟପୁର ଯିବାକୁ ପରାମର୍ଶ ଦିଆଯାଇଥିଲା ।

କିନ୍ତୁ ରାୟପୁର ଯିବାକୁ ଅମାଲୁରାମଙ୍କ ପାଖରେ ଟଙ୍କା ନଥିଲା, ତେଣୁ ସେ ନିଜ ଗାଁକୁ ଫେରିବାକୁ ଚାହୁଁଥିଲେ । ସେତେବେଳେ ଡାକ୍ତରଖାନାରେ ଥିବା ସଞ୍ଜୀବନୀ 108 ଆମ୍ବୁଲାନ୍ସ ଅମାଲୁରାମଙ୍କୁ ନେବା ପାଇଁ ରାଜି ହୋଇଥିଲା ଏବଂ ତାଙ୍କୁ ତାଙ୍କ ଘରେ ଛାଡି ଦିଆଯିବ ବୋଲି କହିଥିଲେ ।

ପରବର୍ତ୍ତୀ ସମୟରେ ଉକ୍ତ ଡ୍ରାଇଭର ଅମାଲୁରାମଙ୍କୁ କହିଲା ଯେ ମଙ୍ଗଳବାର ଡାକ୍ତରଖାନା ଏବଂ ଆମ୍ବୁଲାନ୍ସ ସେବା କାମ କରୁନାହିଁ । ଯଦି ସେ ଆମ୍ବୁଲାନ୍ସ ଯୋଗେ ନିଜ ଗାଁକୁ ଯିବାକୁ ଚାହାଁନ୍ତି, ତେବେ ତାଙ୍କୁ 4000 ଟଙ୍କା ଦେବାକୁ ପଡିବ । ଅମାଲୁରାମ ପୁଣି କହିଛନ୍ତି ଯେ ତାଙ୍କ ପାଖରେ ଟଙ୍କା ନଥିଲା ବୋଲି ସେ ବାଧ୍ୟ ହୋଇ ତାଙ୍କ ପରିବାର ସଦସ୍ୟଙ୍କ ସାଙ୍ଗରେ 70 କିମି ଚାଲି ଚାଲି ଗାଁକୁ ଯିବାକୁ ବାହାରିଲେ ।

ତେବେ ଅମାଲୁରାମ 2 ଦିନ କାଳ ନିଜ ପରିବାର ସହ ଚାଲିଲେ ଏବଂ ଟଙ୍କା ନଥିବାରୁ ବିସ୍କୁଟ ଓ ପାଣି ପିଇ ରହିଥିଲେ । ଏହି ଦୃଶ୍ୟ ଦେଖି କିଛି ସ୍ବେଚ୍ଛାସେବୀ ଅମାଲୁରାମଙ୍କୁ ଏକ କାରର ବ୍ୟବସ୍ଥା କରି ଘରକୁ ପଠାଇଥିଲେ । ତେବେ ଏହି ଘଟଣାଟି ଯେତେବେଳେ ଲୋକଲୋଚନକୁ ଆସିଲା, ସେତେବେଳେ ସଞ୍ଜୀବନୀର ଇନଚାର୍ଜ ଅସିମ ଖାନ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି । ସେପଟେ ଆମ୍ବୁଲାନ୍ସ ଚାଳକଙ୍କ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଛନ୍ତି ଅସିମ ଖାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.