ETV Bharat / bharat

ପାକିସ୍ତାନ ଛାଡିଥିବା ସାମ୍ବାଦିକଙ୍କ ମୃତ ଶରୀର ସ୍ବିଡେନରୁ ଉଦ୍ଧାର !

author img

By

Published : May 2, 2020, 11:01 AM IST

ପାକିସ୍ତାନ ସାମ୍ବାଦିକଙ୍କ ମୃତଦେହ ସ୍ବିଡେନରୁ ଉଦ୍ଧାର କରାଯାଇଛି। ମାର୍ଚ୍ଚରୁ ସାମ୍ବାଦିକଙ୍କ ଜଣକ ନିଖୋଜ ଥିବା ବେଳେ ତାଙ୍କର ମୃତଦେହ ମିଳିବା ଘଟଣାରେ ଟ୍ବିଷ୍ଟ ନେଇ ଆସିଛି। ମୃତ ସାମ୍ବାଦିକ ଜଣକ ହଲେ ସାଜିଦ୍ ହୁସେନ୍। ଅଧିକ ଖବର ପଢନ୍ତୁ...

sajid-hussain-baloch-journalist
ପାକିସ୍ତାନ ଛାଡିଥିବା ସାମ୍ବାଦିକଙ୍କ ମୃତ ଶରୀର ସ୍ବିଡେନରୁ ଉଦ୍ଧାର !

ନୂଆଦିଲ୍ଲୀ: ପାକିସ୍ତାନ ସାମ୍ବାଦିକଙ୍କ ମୃତଦେହ ସ୍ବିଡେନରୁ ଉଦ୍ଧାର କରାଯାଇଛି। ମାର୍ଚ୍ଚରୁ ସାମ୍ବାଦିକଙ୍କ ଜଣକ ନିଖୋଜ ଥିବା ବେଳେ ତାଙ୍କର ମୃତଦେହ ମିଳିବା ଘଟଣାରେ ଟ୍ବିଷ୍ଟ ନେଇ ଆସିଛି। ମୃତ ସାମ୍ବାଦିକ ଜଣକ ହଲେ ସାଜିଦ୍ ହୁସେନ୍। ମୃତ୍ୟୁ ଧମକ ପାଇବା ପରେ 2012ରୁ ସାଜିଦ୍ ପାକିସ୍ତାନ ଛାଡି ପଳାଇଥିଲେ ଏବଂ ତାଙ୍କୁ ସ୍ବିଡେନରେ ରାଜନୈତିକ ଆଶ୍ରୟ ଦିଆଯାଇଥିଲା।

ପୋଲିସ ସୂଚନା ଅନୁସାରେ, ସାଜିଦଙ୍କ ମୃତଦେହ ଏପ୍ରିଲ୍ 23 ରେ ଫିରିସ୍ ନଦୀରୁ ଉଦ୍ଧାର କରାଯାଇଥିଲା। ଏହା ପୂର୍ବରୁ ସେ ମାର୍ଚ୍ଚ ୨ ରୁ ନିଖୋଜ ହୋଇଯାଇଥିଲେ। ତେବେ ହୁସେନ୍‌ଙ୍କ ମୃତ୍ୟୁ ଏକ ଦୁର୍ଘଟଣା କିମ୍ବା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ପାରିନଥିଲେ ମଧ୍ୟ ହତ୍ୟାକାଣ୍ଡକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦିଆଯାଇ ପାରିବ ନାହିଁ।

ସୂଚନା ଥାଉକି, ମୃତ ସାମ୍ବାଦିକ ସାଜିଦ୍ ହୁସେନ ବାଲୋଚିସ୍ତାନର ବାସିନ୍ଦା। ସେ ପ୍ରତିଷ୍ଠା କରିଥିବା ଏକ ଅନଲାଇନ୍ ପତ୍ରିକା ବାଲୁଚିସ୍ତାନ ଟାଇମ୍ସର ମୁଖ୍ୟ ସମ୍ପାଦକ ଥିଲେ। ତେବେ ଜଣେ ନିର୍ଭୀକ ସାମ୍ବାଦିକ ଭାବେ ଡ୍ରଗ୍ କାରବାର, ଅପହରଣ, କ୍ରାଇମ ର୍ୟାକେଟ୍ ଏବଂ ଉକ୍ତ ଅଞ୍ଚଳରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିଭିନ୍ନ ବିଦ୍ରୋହ ବିଷୟରେ ସେ ଲେଖିଥିଲେ। ଯେଉଁଥି ପାଇଁ ତାଙ୍କୁ ପାକିସ୍ତାନ ଛାଡି ସ୍ବିଡେନ ଯିବାକୁ ପଡିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.