ETV Bharat / bharat

ଭୋଟ୍‌ ଦେଲେ ଆରଏସଏସ ମୁଖ୍ୟ

author img

By

Published : Apr 11, 2019, 9:52 AM IST

Updated : Apr 11, 2019, 10:26 AM IST

ମହାରାଷ୍ଟ୍ରର 7ଟି ଲୋକସଭା ଆସନ ପାଇଁ ଆଜି ମତଦାନ ହେଉଛି । ଏହି ଆସନରେ ଲଢୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ହଂସରାଜ ଅହିର।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ନାଗପୁର: ଆଜି ସାରା ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି । ଏହି ଅବସରରେ ମତଦାନ କରିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭଗୱତ । ପ୍ରଭାବଶାଳୀ ରାଜନେତାଙ୍କ ମଧ୍ୟରେ ଭୋଟ୍‌ ଦେବାରେ ମୋହନ ପ୍ରଥମ ।

ମହାରାଷ୍ଟ୍ରର ନାଗପୁର ଲୋକସଭା ନିର୍ବାଚନମଣ୍ଡଳୀର 216 ପୋଲିଂ ବୁଥ୍‌ରେ ସେ ନିଜ ଭୋଟ୍‌ ଦେଇଛନ୍ତି । ଭୋଟ୍‌ ଗ୍ରହଣ ଆରମ୍ଭ ହେବାର କିଛି ସମୟ ମଧ୍ୟରେ ଭଗୱତ ବୁଥ୍‌ରେ ପହଞ୍ଚି ଯାଇଥିଲେ । ମତଦାନ ପରେ ସେ ଦେଶବାସୀଙ୍କୁ ଏଥିରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି । ଭୋଟ୍‌ ଦେବା ଆମ କର୍ତ୍ତବ୍ୟ । ସମସ୍ତେ ଏହା ପାଳନ କରିବା ଉଚିତ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ରର 7ଟି ଲୋକସଭା ଆସନ ପାଇଁ ଆଜି ମତଦାନ ହେଉଛି । ଏହି ଆସନରେ ଲଢୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ହଂସରାଜ ଅହିର । ନିର୍ବାଚନ ଉପଲକ୍ଷେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ହେବ ବୋଲି ସୂଚନା ରହିଛି । ସାରା ଦେଶରେ ମୋଟ୍‌ 91ଟି ଲୋକସଭା ଆସନ ପାଇଁ ଆଜି ମତଦାନ ହେଉଛି ।

Last Updated : Apr 11, 2019, 10:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.