ETV Bharat / bharat

ଲିଙ୍ଗଗତ ବିଭେଦତା ଦୂର ପାଇଁ USAID ସହ ହାତ ମିଳାଇଲା ରିଲାଏନ୍ସ ଫାଉଣ୍ଡେସନ

author img

By

Published : Aug 13, 2020, 12:38 AM IST

ରିଲାଏନ୍ସ ଫାଉଣ୍ଡେସନ ଭାରତରେ ଡିଜିଟାଲ ଲିଙ୍ଗଗତ ବିଭାଜନକୁ ଦୂର କରିବା ପାଇଁ ଆମେରିକା ଏଜେନ୍ସି ଫର୍ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ (USAID) ସହିତ ହାତ ମିଳାଇଛି । ମଙ୍ଗଳବାର ଦିନ ଓ୍ବିମେନ ଗ୍ଲୋବାଲ୍ ଡେଭଲପମେଣ୍ଟ ଆଣ୍ଡ ପ୍ରୋସ୍ପୋରିଟି (ଡବ୍ଲୁ-ଜିଡିପି) କାର୍ଯ୍ୟକ୍ରମରେ ଏହି ସହଭାଗିତା ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ଲିଙ୍ଗଗତ ବିଭେଦତା ଦୂର ପାଇଁ USAID ସହ ହାତ ମିଳାଇଲା ରିଲାଏନ୍ସ ଫାଉଣ୍ଡେସନ
ଲିଙ୍ଗଗତ ବିଭେଦତା ଦୂର ପାଇଁ USAID ସହ ହାତ ମିଳାଇଲା ରିଲାଏନ୍ସ ଫାଉଣ୍ଡେସନ

ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନ ଭାରତରେ ଡିଜିଟାଲ ଲିଙ୍ଗଗତ ବିଭାଜନକୁ ଦୂର କରିବା ପାଇଁ ଆମେରିକା ଏଜେନ୍ସି ଫର୍ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ (USAID)ସହିତ ହାତ ମିଳାଇଛି । ମଙ୍ଗଳବାର ଦିନ ଓ୍ବିମେନ ଗ୍ଲୋବାଲ୍ ଡେଭଲପମେଣ୍ଟ ଆଣ୍ଡ ପ୍ରୋସ୍ପୋରିଟି (ଡବ୍ଲୁ-ଜିଡିପି) କାର୍ଯ୍ୟକ୍ରମରେ ଏହି ସହଭାଗିତା ଘୋଷଣା କରାଯାଇଛି ।

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ନୀତା ଏମ ଅମ୍ବାନୀ କହିଛନ୍ତି, ‘ମିଳିତ ଭାବେ ଆମେ 2020 ମସିହାରେ ଭାରତରେ ଓ୍ବିମେନ ଗ୍ଲୋବାଲ୍ ଡେଭଲପମେଣ୍ଟ ଆଣ୍ଡ ପ୍ରୋସ୍ପୋରିଟି (ଡବ୍ଲୁ-ଜିଡିପି) ମହିଳା କନେକ୍ଟ ଚ୍ୟାଲେଞ୍ଜ ଆରମ୍ଭ କରିବୁ।’

ଡବ୍ଲୁ-ଜିଡିପି ଇଭେଣ୍ଟକୁ ଆମେରିକାର ଡେପୁଟି ସେକ୍ରେଟେରୀ ଷ୍ଟିଫେନ୍ ବିଗୁନ୍ ଆୟୋଜନ କରିଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବରେ ଇଭାଙ୍କା ଟ୍ରମ୍ପ, ଆମେରିକାର ରାଷ୍ଟ୍ରପତିଙ୍କ ଉପଦେଷ୍ଟା ତଥା ଡେପୁଟି ୟୁଏସଏଆଇଡି ଆଡମିନିଷ୍ଟ୍ରେଟର ବୋନି ଗ୍ଲିକ୍ ଯୋଗଦେଇଥିଲେ ।

ମହିଳାଙ୍କ ଅର୍ଥନୈତିକ ସଶକ୍ତିକରଣକୁ ଆଗକୁ ନେବା ପାଇଁ ଡବ୍ଲୁ-ଜିଡିପି ପାଣ୍ଠି ସୃଷ୍ଟି କରାଯାଇଥିଲା। ଆମେ ଆମେରିକା ସରକାର ଏବଂ ବେସରକାରୀ କ୍ଷେତ୍ରର ସମ୍ବଳ ଏବଂ ପାରଦର୍ଶିତାକୁ ଉପଯୋଗ କରି ବିଭିନ୍ନ କାର୍ଯ୍ୟକ୍ରମ କରୁଛୁ ଯାହା ସାମୂହିକ ଭାବେ ଗଭୀର ପ୍ରଭାବ ପକାଇବ ବୋଲି ଇଭାଙ୍କା ଟ୍ରମ୍ପ କହିଛନ୍ତି।

ଡବ୍ଲୁ-ଜିଡିପି ମହିଳା କନେକ୍ଟ ଚ୍ୟାଲେଞ୍ଜ (ଡବ୍ଲୁସିସି) ଘରୋଇ କ୍ଷେତ୍ର ଦ୍ୱାରା ପରିଚାଳିତ ଆଭିମୁଖ୍ୟକୁ ସମର୍ଥନ କରେ ଯାହା ଲିଙ୍ଗଗତ ଡିଜିଟାଲ ବିଭାଜନକୁ ବନ୍ଦ କରିଥାଏ, ବ୍ୟବସାୟ ସୁଯୋଗ ପ୍ରଦାନ କରିଥାଏ ଓ ନାରୀ ସଶକ୍ତିକରଣ ପ୍ରକ୍ରିୟାକୁ ଗତିଶୀଳ କରାଇଥାଏ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.