ETV Bharat / bharat

ସମବାୟ ବ୍ୟାଙ୍କ ଜାଲିଆତି ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଉତ୍ତରଦାୟୀ !

author img

By

Published : Oct 2, 2020, 7:53 AM IST

ସମବାୟ ବ୍ୟାଙ୍କଗୁଡିକର ପରିଚାଳନାରେ ସଂସ୍କାର ଆଣି ଦୁର୍ନୀତି ଦୂର କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପଦକ୍ଷେପ ନେବା ଉଚିତ୍ ବୋଲି ଆର.ଗାନ୍ଧୀ କମିଟି କିଛି ବର୍ଷ ପୂର୍ବେ ପ୍ରସ୍ତାବ ଦେଇଥିଲେ। ହେଲେ ଏ ବିଷୟରେ କେନ୍ଦ୍ର ସରକାର ଏ ଯାଏଁ ଏ ଦିଗରେ କୌଣସି କାର୍ଯ୍ୟୁନୁଷ୍ଠାନ ନେଇ ପାରିନାହାଁନ୍ତି ।

ସମବାୟ ବ୍ୟାଙ୍କ ଜାଲିଆତି ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଉତ୍ତରଦାୟୀ!
ସମବାୟ ବ୍ୟାଙ୍କ ଜାଲିଆତି ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଉତ୍ତରଦାୟୀ!

ସମବାୟ ବ୍ୟାଙ୍କଗୁଡିକର ପରିଚାଳନାରେ ସଂସ୍କାର ଆଣି ଦୁର୍ନୀତି ଦୂର କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପଦକ୍ଷେପ ନେବା ଉଚିତ୍ ବୋଲି ଆର. ଗାନ୍ଧୀ କମିଟି କିଛି ବର୍ଷ ପୂର୍ବେ ପ୍ରସ୍ତାବ ଦେଇଥିଲେ। ହେଲେ ଏ ବିଷୟରେ କେନ୍ଦ୍ର ସରକାର ଏ ଯାଏଁ ଏ ଦିଗରେ କୌଣସି କାର୍ଯ୍ୟୁନୁଷ୍ଠାନ ନେଇ ପାରିନାହାଁନ୍ତି। ଗତବର୍ଷ ପଂଜାବ-ମହାରାଷ୍ଟ୍ର ସମବାୟ ବ୍ୟାଙ୍କ (ପିଏମସି)ରେ ହୋଇଥିବା 11 ହଜାର 614 କୋଟି ଟଙ୍କାର ଆର୍ଥିକ ଜାଲିଆତି ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇ ଯାଇଥିଲା। ଏହି ସମବାୟ ବ୍ୟାଙ୍କରେ ସାତଟି ରାଜ୍ୟରୁ 9 ଲକ୍ଷ ଗ୍ରାହକଙ୍କ ଜମା ଟଙ୍କା ରହିଛି। ସମବାୟ ବ୍ୟାଙ୍କିଙ୍ଗ ଉଦ୍ୟୋଗ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ବାସ ବଜାୟ ରଖିବା ସକାଶେ କେନ୍ଦ୍ର ସରକାର ନିକଟରେ ଆଣିଥିବା ବ୍ୟାଙ୍କିଙ୍ଗ ନିୟାମକ (ସଂଶୋଧନ) ବିଲ୍ ପାର୍ଲାମେଣ୍ଟରେ ଗୃହୀତ ହୋଇଛି।

ଦେଶରେ ଥିବା 1482ଟି ଅର୍ବାନ୍ ଏବଂ ଅନ୍ୟ 58ଟି ମଲଟି ଷ୍ଟେଟ୍ସ ମବାୟ ବ୍ୟାଙ୍କରେ ମୋଟ ଜମାକାରୀଙ୍କ ସଂଖ୍ୟା ହେଉଛି 8 କୋଟି 60 ଲକ୍ଷ। ସମବାୟ ବ୍ୟାଙ୍କରେ ମୋଟ ଜମା ରାଶି ହେଉଛି ପାଖାପାଖି ପାଞ୍ଚ ଲକ୍ଷ କୋଟି ଟଙ୍କା! ଅର୍ଥମନ୍ତ୍ରୀ କହିଛନ୍ତି ଯେ, 277ଟି ଅର୍ବାନ ସମବାୟ ବ୍ୟାଙ୍କର ସ୍ଥିତି ଦୁର୍ବଳ ରହିଛି, 105ଟି ବ୍ୟାଙ୍କ ନିୟମ ମୁତାବକ ସର୍ବନିମ୍ନ ପୁଞ୍ଜି ବିନିଯୋଗ ଲକ୍ଷ୍ୟ ପୂରଣ କରିପାରୁନାହାଁନ୍ତି ଏବଂ 328ଟି ବ୍ୟାଙ୍କର ନନ୍ ପରଫରମିଙ୍ଗ ଆସେଟ୍ ବା ଏନପିଏ ବୃଦ୍ଧି ପାଇ 15 ପ୍ରତିଶତରୁ ଅଧିକ ହୋଇଗଲାଣି। ସମବାୟ ବ୍ୟାଙ୍କଗୁଡ଼ିକର କାରବାରରେ ପେଶାଗତ ଦକ୍ଷତା ବୃଦ୍ଧି ଚାହୁଁଥିବାରୁ ସରକାର ଅଧିକ ପୁଞ୍ଜି ସଂଗ୍ରହ, ପରିଚାଳନାରେ ଉନ୍ନତି ଏଭଂ ଜମାକାରୀଙ୍କ ସ୍ବାର୍ଥରକ୍ଷା ପାଇଁ ଭିନ୍ନ ଭିନ୍ନ ଉପାୟ ବାହାର କରିଛନ୍ତି।ଏସବୁର ତଦାରଖ କରିବା ପାଇଁ ରିଜର୍ଭ ବ୍ୟାଙ୍କ ପାଇଁ ବି ପଥ ପରିଷ୍କାର କରି ଦେଇଛନ୍ତି। ସମବାୟ କ୍ଷେତ୍ରରେ ପୂର୍ଣ୍ଣ କ୍ଷମତା ଏବଂ ପ୍ରତି ସଦସ୍ୟ ପିଛା ଗୋଟିଏ ଭୋଟ ପ୍ରଦାନର ଅଧିକାର ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିବା ପରେ

ମହାରାଷ୍ଟ୍ରର ମହାସଂଘ ଏବଂ ଅନ୍ୟମାନେ ଏଥିରେ ସନ୍ତୋଷ ପ୍ରକାଶ କରିଛନ୍ତି। ଆଶା କରାଯାଉଥିଲା ରିଜର୍ଭ ବ୍ୟାଙ୍କର ତତ୍ତ୍ବାବଧାନରେ ସ୍ଥିତିରେ ସୁଧାର ଆସିବ। କିନ୍ତୁ ଏହା ବାସ୍ତବତାଠାରୁ ବହୂ ଦୂରରେ ରହିଯାଇଛି। ଆର୍ଥିକ ଜାଲିଆତି କାରଣରୁ ପଙ୍ଗୁ ହୋଇଯାଇଥିବା ପିଏମସି ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ତତ୍ତ୍ବାବଧାନ କରିବାର ବର୍ଷକ ପରେ ଜମାକାରୀଙ୍କ ଅବସ୍ଥା ଆହୁରି ଅଧିକ ଖରାପ ହୋଇପଡ଼ିଛି। ସେମାନଙ୍କ ଅବସ୍ଥା ତତଲା କଡ଼େଇରୁ ଯାଇ ନିଆଁ ଭିତରେ ପଡ଼ିଯିବା ଭଳି ହୋଇଛି। ବାସ୍ତବରେ ଆରବିଆଇ ଏମ୍ପ୍ଲଇଜ କୋଅପରେଟିଭ ସୋସାଇଟିଜର ପାଖାପାଖି 200 କୋଟି ଟଙ୍କା ସମବାୟ ବ୍ୟାଙ୍କଗୁଡ଼ିକରେ ପଡ଼ିରହିଛି ଏବଂ ସ୍ଥିତିରେ କିପରି ସୁଧାର ଆସିବ ତାହା ସନ୍ଦୀହାନ ହୋଇ ରହିଛି। ଆରବିଆଇ 1935ରେ ଗଠନ ହୋଇଥିଲା ଏବଂ 1947ରେ ଦେଶ ସ୍ବାଧୀନତା ହାସଲ କରିବା ବେଳକୁ ଶହ ଶହ ବ୍ୟାଙ୍କ ଦେବାଳିଆ ହୋଇ ହାତ ଟେକି ଦେଇଥିଲେ। ରେକର୍ଡରେ ଦର୍ଶାଯାଇଛି ଯେ, 1947ରୁ 1969 ମଧ୍ୟରେ 665ଟି ବ୍ୟାଙ୍କ ଏବଂ ଏହାପରେ 2019 ସୁଦ୍ଧା 37ଟି ବ୍ୟାଙ୍କ ଦେବାଳିଆ ହୋଇଛନ୍ତି।

ଆରବିଆଇ ହାତରେ ସମସ୍ତ ନିୟନ୍ତ୍ରଣ ଏବଂ ତଦାରଖ କ୍ଷମତା ଥାଇ ସୁଦ୍ଧା ବ୍ୟାଙ୍କ ଗୁଡ଼ିକର ବିଫଳତା ରୋକିବାରେ ଦେଶର ସର୍ବୋଚ୍ଚ ବ୍ୟାଙ୍କ ସକ୍ଷମ ହୋଇନଥିବା ପଛରେ ଅନେକ ପ୍ରମାଣ ରହିଛି। ଆରବିଆଇ କ୍ଷତିରେ ଚାଲୁଥିବା ସମବାୟ ବ୍ୟାଙ୍କଗୁଡ଼ିକୁ ଆର୍ଥିକ ସ୍ବଚ୍ଛଳ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ପରିଚାଳିତ ବ୍ୟାଙ୍କ ସହିତ ମିଶ୍ରଣ କରାଇ ନିଜର ଦାୟିତ୍ବରୁ ଓହରି ଯାଇଛନ୍ତି। ସରକାରୀ ବ୍ୟାଙ୍କଗୁଡ଼ିକରେ ଖୋଲାଖୋଲି ଆର୍ଥିକ ଅନିୟମିତତା ଏବଂ ଜାଲିଆତି ହେଉଥିବା ବେଳେ ରିଜର୍ଭ ବ୍ୟାଙ୍କ ଅସହାୟ ଭାବେ କେବଳ ଏହାକୁ ଦେଖିଆସିଛି। 2018 ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟାଙ୍କିଙ୍ଗ ଉଦ୍ୟୋଗରେ ନନ୍ ପରଫରମିଙ୍ଗ ଆସେଟସ (ଏନପିଏ) ପରିମାଣ ଥିଲା 9.61 ଲକ୍ଷ କୋଟି ଟଙ୍କା। ଏହା ଉଲ୍ଲେଖ କରି ଦେଶର ମହା ହିସାବ ନୀରିକ୍ଷକ ବା ସିଏଜି ରାଜୀବ ମହର୍ଷିଙ୍କ ପ୍ରଶ୍ନ ଥିଲା, " ଏହି ସଂକଟ ପାଇଁ ଆରବିଆ ଦାୟୀ ନା ନୁହେଁ?"। ସିଏଜିଙ୍କ ଏହି ପ୍ରଶ୍ନକୁ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ବ୍ୟାଙ୍ଗିଙ୍ଗ ଉଦ୍ୟୋଗରେ ହୋଇଥିବା ବଡ଼ ବଡ଼ ଜାଲିଆତି ବିଷୟ ଉଲ୍ଲେଖ କରି ଅଡିଟର ଜେନେରାଲ ଶଶିକାନ୍ତ ଶର୍ମା କହିଥିଲେ ଯେ, ଆରବିଆଇ ଦୁଇ ବର୍ଷ ପୂର୍ବେ ‘ସିଏଜି’ ଅଡିଟ୍ କରାଇବା ଉଚିତ୍ ଥିଲା। ଗତ ପାଞ୍ଚ ବର୍ଷ ଭିତରେ ଆର୍ଥିକ ଦୁର୍ବଳ ବ୍ୟାଙ୍କଗୁଡ଼ିକୁ କେନ୍ଦ୍ର ସରକାର ସାଢେ ତିନି ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇ ଆସିଛନ୍ତି! ବ୍ୟାଙ୍କଗୁଡ଼ିକରେ ହୋଇଥିବା ଜାଲିଆତି ଘଟଣା ଜାଣିବାରେ ଆରବିଆଇକୁ ଯେଉଁଭଳି ପାଞ୍ଚ ବର୍ଷ ଲାଗିଗଲା ସେଥିରୁ ଏହାର ‘ପେଶାଗତ ବୁଦ୍ଧିମତା ଏବଂ ପରିଚାଳନାଗତ ଦକ୍ଷତା’ କେତେ ତାହା ଜଳ ଜଳ ଦିଶୁଛି ! ରିଜର୍ଭ ବ୍ୟାଙ୍କ ଏ କ୍ଷେତ୍ରରେ କିପରି ସଂସ୍କାରମୂଳକ ପଦକ୍ଷେପ ତ୍ବରାନ୍ବିତ କରିପାରିବ ଆଜି ତାହାର ଅଧିକ ଆବଶ୍ୟକତା ରହିଛି !

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.