ETV Bharat / bharat

ମୋଦିଙ୍କ ଆମ୍ବ ବନାମ ରାହୁଲଙ୍କ ସମୋସା

author img

By

Published : May 18, 2019, 12:46 AM IST

‘ଇଟିଭି ଭାରତ’ ସହ ସ୍ବତନ୍ତ୍ର ସାକ୍ଷାତକାର ବେଳେ ରାହୁଲ ସାମ୍ବାଦିକଙ୍କୁ କହିଥିଲେ ଯେ ଆପଣ ମୋଦିଙ୍କୁ ସହଜ ପ୍ରଶ୍ନ ପଚାରନ୍ତି । ମୋଦିଙ୍କୁ ସେ ଆମ୍ବ କିପରି ଖାଉଛନ୍ତି ବୋଲି ପ୍ରଶ୍ନ ପଚାରୁଛନ୍ତି କିନ୍ତୁ ମୋ ବେଳକୁ ଏତେ କଠିନ ପ୍ରଶ୍ନ କାହିଁକି ବୋଲି କହିଥିଲେ ରାହୁଲ ।

ଡିଜାଇନ ଫଟୋ

ସୋଲନ: ନିର୍ବାଚନ ମୋହୋଲରେ ଯେ ଖାଲି ନେତାଙ୍କ ଭାଷଣ ଚର୍ଚ୍ଚାରେ ଥାଏ ତା ନୁହେଁ, ନେତାଙ୍କ ଖାଇବା ଓ ପିନ୍ଧିବାକୁ ନେଇ ମଧ୍ୟ ଚର୍ଚ୍ଚା ସୃଷ୍ଟି ହୋଇଥାଏ । ପ୍ରଧାନମନ୍ତ୍ରୀ ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଧିକାଂଶ ସମୟରେ ବିଭିନ୍ନ ନିଆରା ପ୍ରସଙ୍ଗରେ ମଧ୍ୟ ଖବରକାଗଜର ଶିରୋନାମା ପାଲଟିଥାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ହିମାଚଳ ପ୍ରଦେଶ

କିଛି ଦିନ ତଳେ ଅଭିନେତା ଅକ୍ଷୟ କୁମାରଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାର ବେଳେ ଖିଲାଡି କୁମାର ମୋଦିଙ୍କୁ ଆମ୍ବ ଖାଇବା ନେଇ ପ୍ରଶ୍ନ ପଚାରିଥିଲେ । ଯାହାପରେ ଏନେଇ ବିରୋଧୀ ମୋଦିଙ୍କୁ ଟାର୍ଗେଟ କରିଥିଲେ । ତେବେ ଶୁକ୍ରବାର ‘ଇଟିଭି ଭାରତ’ ସହ ସାକ୍ଷାତକାର ବେଳେ ରାହୁଲ ସାମ୍ବାଦିକଙ୍କୁ କହିଥିଲେ ଯେ ଆପଣ ମୋଦିଙ୍କୁ ସହଜ ପ୍ରଶ୍ନ ପଚାରନ୍ତି । ମୋଦିଙ୍କୁ ସେ ଆମ୍ବ କିପରି ଖାଉଛନ୍ତି ବୋଲି ପ୍ରଶ୍ନ ପଚାରୁଛନ୍ତି କିନ୍ତୁ ମୋ ବେଳକୁ ଏତେ କଠିନ ପ୍ରଶ୍ନ କାହିଁକି ?

rahul gandhi, statement, modi, mango, eating, samosa
ଫାଇଲ ଫଟୋ

ଏହାର ଜବାବରେ ଆମ ସାମ୍ବାଦିକ ମଧ୍ୟ କିଛିଦିନ ତଳେ ରାହୁଲ ସମୋସା ଖାଉଥିବା ଭିଡିଓ ନେଇ ରାହୁଲଙ୍କୁ ପାଲଟା ପ୍ରଶ୍ନ କରିଥିଲେ । ଏହାର ଜବାବରେ ରାହୁଲ ଆମ ସାମ୍ବାଦିକଙ୍କୁ ପଚାରିଥିଲେ ଭିଡିଓଟି ଆପଣଙ୍କୁ ଭଲ ଲାଗିଥିଲା ? ପ୍ରକାଶ ଯେ, ପୂର୍ବରୁ ରାହୁଲ ଅମେଠୀରେ ଏକ ରାଲି କଲାବେଳେ ସମୋସା ଖାଉଥିଲେ, ଏହି ସମୟରେ ଜଣେ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିଥିଲେ ସମୋସା କେମିତି ଲାଗୁଛି, ରାହୁଲ କିଛି ନକହି ସାମ୍ବାଦିକଙ୍କ ପାଟିରେ ସମୋସା ପୁରାଇ ଦେଇଥିଲେ । ଆଗରୁ ମଧ୍ୟ ରାହୁଲ ସମୋସା ଖାଉଥିବାର ଅନେକ ଫଟୋ ଭାଇରାଲ ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

FGH


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.