ETV Bharat / bharat

ଛତିଶଗଡରେ ଏନକାଉଣ୍ଟର, ଜଣେ ନକ୍ସଲ ନିହତ

author img

By

Published : Aug 31, 2020, 7:53 PM IST

ରବିବାର ବିଳମ୍ବିତ ରାତିରେ ଧାମତରୀରେ ହୋଇଥିବା ଏହି ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲ ନିହତ ହୋଇଛି ।

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲ ନିହତ
ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲ ନିହତ

ରାୟପୁର: ଛତିଶଗଡରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ରବିବାର ବିଳମ୍ବିତ ରାତିରେ ଧାମତରୀରେ ହୋଇଥିବା ଏହି ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲ ନିହତ ହୋଇଛି । ମୃତ ନକ୍ସଲର ମୃତଦେହ ସହ ବନ୍ଧୁକ ଜବତ କରିଛନ୍ତି ସୁରକ୍ଷାକର୍ମୀ ।

ସୂଚନାନୁସାରେ, ଗାରିଆବନ୍ଦ ଧାମତରୀ ସୀମାରେ ଥିବା ଗୋରା ଗାଁର ଜଙ୍ଗଲରେ 30 ରୁ ଅଧିକ ନକ୍ସଲ ଲୁଚି ରହିଥିବା ସୁରକ୍ଷାକର୍ମୀଙ୍କୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ସୂଚନା ଆଧାରରେ ସିଆରପିଏଫ ଏବଂ ଡିଆରଜି ଯବାନ ସର୍ଚ୍ଚ ଅପରେଶନ କରିଥିଲେ । ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ଭୟଭୀତ୍ତ ଥିବା ନକ୍ସଲମାନେ ପ୍ରଥମେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ଉତ୍ତରରେ ସୁରକ୍ଷାକର୍ମୀ ପାଲଟା ଗୁଳିଚାଳନା କରିଥିଲେ ।

ସୂଚନାଯୋଗ୍ୟ ଯେ, ନକ୍ସଲ ପ୍ରଭାବିତ ଅଞ୍ଚଳରେ ଜିଲ୍ଲା ପୋଲିସ ଫୋର୍ସ ଏବଂ ସିଆରପିଏଫ ଯବାନ ନକ୍ସଲମାନଙ୍କ କାର୍ଯ୍ୟକଳାପକୁ ରୋକିବା ପାଇଁ ନିରନ୍ତର ଅପରେଶନ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.