ETV Bharat / bharat

ସୋମବାର ଭର୍ଚୁଆଲରେ 100 ଟଙ୍କା ମୁଦ୍ରା ପ୍ରକାଶ କରିବେ ମୋଦି

author img

By

Published : Oct 11, 2020, 10:35 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭର୍ଚୁଆଲ ସମାରୋହ ମାଧ୍ୟମରେ 100 ଟଙ୍କା ମୂଲ୍ୟରେ ଏକ ସ୍ମରଣୀୟ ମୁଦ୍ରା ପ୍ରକାଶ କରିବେ ।

00 ଟଙ୍କା ମୂଲ୍ୟରେ ଏକ ସ୍ମରଣୀୟ ମୁଦ୍ରା
00 ଟଙ୍କା ମୂଲ୍ୟରେ ଏକ ସ୍ମରଣୀୟ ମୁଦ୍ରା

ନୂଆଦିଲ୍ଲୀ: ଆସନ୍ତାକାଲି(ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭର୍ଚୁଆଲ ସମାରୋହ ମାଧ୍ୟମରେ 100 ଟଙ୍କା ମୂଲ୍ୟରେ ଏକ ସ୍ମରଣୀୟ ମୁଦ୍ରା ପ୍ରକାଶ କରିବାକୁ ଯାଉଛନ୍ତି । ବିଜେପିର ପୂର୍ବତନ ଦିବଙ୍ଗତ ନେତା ବିଜୟ ରାଜେ ସିନ୍ଧିଆଙ୍କ ଜନ୍ମବାର୍ଷିକି ଅବସରରେ ତାଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଅର୍ଥ ମନ୍ତ୍ରଣାଳୟ ଦ୍ବାରା ଏହି ମୁଦ୍ରାକୁ ଛପା ଯାଇଛି ।

ରାଜମାତା ଭାବେ ବେଶ ଜଣାଶୁଣା ବିଜୟ ରାଜେ ସିନ୍ଧିଆ ଥିଲେ ଗ୍ବାଲିଅରର ଶେଷ ମହାରାଜା ଜିଭାଜିରାଓ ସିନ୍ଧିଆଙ୍କ ଧର୍ମପତ୍ନୀ। ସେ ଅକ୍ଟୋବର 12, 1919 ମସିହାରେ ସାଗରରେ ଜନ୍ମଗ୍ରହଣ କରିଥିଲେ ଏବଂ 25 ଜାନୁୟାରୀ 2001 ରେ ନୂଆଦିଲ୍ଲୀରେ ମୃତ୍ୟୁବରଣ କରିଥିଲେ।

ତାଙ୍କ ଜନ୍ମବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଏହି ମୁଦ୍ରା ପ୍ରକାଶ କରାଯିବ। ଏହି ଉତ୍ସବର ଏକ ଅଂଶ ଭାବରେ ଅର୍ଥ ମନ୍ତ୍ରଣାଳୟ ଦ୍ବାରା ଏହି ମୁଦ୍ରାକୁ ଛପା ଯାଇଥିଲା। ସିନ୍ଧିଆ ପରିବାର ସଦସ୍ୟ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଏହି ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନରୁ ଏହି ସମାରୋହରେ ଯୋଗଦେବେ ବୋଲି ଜଣାପଡିଛି ।

କଂଗ୍ରେସର ସ୍ବର୍ଗତ ନେତା ମାଧବ ରାଓ ସିନ୍ଧିଆ ଏବଂ ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ମାତା ଥିଲେ ବିଜୟ ରାଜେ। ବିଜେପିର ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ହେଉଛନ୍ତି ତାଙ୍କ ନାତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.