ETV Bharat / bharat

ମୋଦିଙ୍କ ସହ ସମୋସା ଖାଇବାକୁ ଅଷ୍ଟ୍ରେଲିଆ ପିଏମଙ୍କ ଇଚ୍ଛାପ୍ରକାଶ

author img

By

Published : May 31, 2020, 5:46 PM IST

କୋରୋନା କାଳରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନ ଆମ୍ବ ଚଟଣୀ, ସହିତ ଶୁଦ୍ଧ ଶାକାହାରୀ ସିଙ୍ଗଡା(ସମୋସା) ପ୍ରସ୍ତୁତ କରି ନିଜ ଭିତରେ ଏକ ନୂତନ ଦକ୍ଷତାକୁ ପ୍ରଦର୍ଶନ କରିଛନ୍ତି । ଏହାସହ ତାଙ୍କ ପ୍ରିୟ ବନ୍ଧୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏହି ସୁସ୍ବାଦୁ ସମୋସା ସେୟାର କରିବା କଥା କହିଛନ୍ତି ।

pm narendra modi accepts scott morrison samosa invitation
pm narendra modi accepts scott morrison samosa invitation

କାନବେରା: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ପିଏମ ସ୍କଟ ମୋରିସନଙ୍କ ମଧ୍ୟରେ ବନ୍ଧୁତା ବେଶ ସୁଦୃଢ । ଏହାର ବଳିଷ୍ଠ ଉଦାହରଣ ଅନେକ ଥର ଅନ୍ତର୍ଜାତୀୟ ମଞ୍ଚ ହେଉ ଅବା ସୋସିଆଲ ମିଡଆ ପ୍ଲାଟ ଫର୍ମରେ ଦେଖିବାକୁ ମିଳିଛି । କୋରୋନା କାଳରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନ ଆମ୍ବ ଚଟଣୀ, ସହିତ ଶୁଦ୍ଧ ଶାକାହାରୀ ସିଙ୍ଗଡା(ସମୋସା) ପ୍ରସ୍ତୁତ କରି ନିଜ ଭିତରେ ଏକ ନୂତନ ଦକ୍ଷତାକୁ ପ୍ରଦର୍ଶନ କରିଛନ୍ତି । ଏହାସହ ତାଙ୍କ ପ୍ରିୟ ବନ୍ଧୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏହି ସୁସ୍ବାଦୁ ସମୋସା ସେୟାର କରିବା କଥା କହିଛନ୍ତି ।

ସମୋସା ଡିପ୍ଲୋମାସି
ସମୋସା ଡିପ୍ଲୋମାସି

ଟ୍ବିଟ କରି ସ୍କଟ୍ ଲେଖିଛନ୍ତି ଯେ, "ଆମ୍ବ ଚଟଣୀ ସହିତ ରବିବାର ସ୍କୋମୋସା, ସମସ୍ତେ ସ୍କର୍ଚରୁ ତିଆରି - ଚଟଣୀ । ନିଜେ ତିଆରି କରିଥିବା କାରଣରୁ ସ୍କଟ ସମୋସାର ନାମ ସ୍କମୋସା ରଖିଛନ୍ତି । ଏହି ସପ୍ତାହରେ ନରେନ୍ଦ୍ର ମୋଦିଙ୍କ ସହ ଭିଡିଓ ଲିଙ୍କରେ ସାକ୍ଷାତ ହେବାକୁ ଯାଉଛି । ସେ ଶାକାହାରୀ , ମୁଁ ତାଙ୍କ ସହ ସମୋସା ସେୟାର କରିବାକୁ ପସନ୍ଦ କରିବି ବୋଲି ସେ ଟ୍ବିଟରେ ଲେଖିଛନ୍ତି । ସୂଚନା ଯେ, ପିଏମ ମୋଦି ଓ ପିଏମ ସ୍କଟ ମୋରିସନଙ୍କ ମଧ୍ୟରେ ଜୁନ୍ 4 ରେ ଏକ ଭର୍ଚୁଆଲ୍ ମିଟିଂର କାର୍ଯ୍ୟକ୍ରମ ରହିଛି ।

ନିଜ ଟ୍ବିଟର ପେଜର ସେ ଏକ ପ୍ଲେଟରେ ସମୋସା ଧରିଥିବା ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଅଷ୍ଟ୍ରେଲିଆ ପିଏମଙ୍କ ସମୋସା ସେୟାର ଟ୍ବିଟର ପ୍ରତିଉତ୍ତରରେ ସମୋସା ଖାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ପିଏମ ମୋଦି ଟ୍ବିଟ କରି କହିଛନ୍ତି ଯେ, ଦୁଇ ଦେଶ ଭାରତ ମହାସାଗର ଦ୍ବାରା ସଂଯୁକ୍ତ ଓ ଭାରତୀୟ ସାମୋସା ଦ୍ବାରା ମିଳିତ COVID-19 ବିପକ୍ଷରେ ଏକ ନିର୍ଣ୍ଣାୟକ ବିଜୟ ହାସଲ କରିବା ପରେ, ଆମେ ଏକତ୍ର ସମୋସା ଖାଇବା ବୋଲି ମୋଦି ଟ୍ବିଟ କରିଛନ୍ତି ।

4 ଜୁନରେ ଭିଡିଓ ସାକ୍ଷାତକୁ ଅପେକ୍ଷା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟରେ ଅବଗତ କରିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.