ETV Bharat / bharat

ବଢିଲା ପେଟ୍ରୋଲ ଡିଜେଲ ଦର

author img

By

Published : Jun 7, 2020, 7:18 PM IST

ବଢିଲା ପେଟ୍ରୋଲ ଡିଜେଲ ଦର । ଲିଟର ପିଛା 60 ପଇସା ଲେଖା ବୃଦ୍ଧି ପାଇଛି ଦର । ଅଧିକ ପଢନ୍ତୁ...

petrol and diesel price hike all over india
ବଢିଲା ପେଟ୍ରୋଲ ଡିଜେଲ ଦର

ନୂଆଦିଲ୍ଲୀ: ସାରା ଦେଶରେ ବଢିଲା ପେଟ୍ରୋଲ ଡିଜେଲ ଦର । ଲିଟର ପିଛା 60 ପଇସା ଲେଖା ବୃଦ୍ଧି ପାଇଛି ଦର । ଲକଡାଉନ ସମୟରେ ଦର ହ୍ରାସ ପାଇଥିଲା ।

ବର୍ତ୍ତମାନ ଦୀର୍ଘ 80 ଦିନର ବ୍ୟବଧାନ ପରେ ଦରରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ମାର୍ଚ୍ଚ 16 ତାରିଖରେ ଦରରେ ପରବର୍ତ୍ତନ କରାଯାଇଥିଲା । ଏହାପରେ ରାଜ୍ୟ ସରକାର ରାଜସ୍ବ ବୃଦ୍ଧି ନେଇ ଭ୍ୟାଟ ବୃଦ୍ଧି କରିଥିଲେ । ପେଟ୍ରୋଲ ଲିଟର ପିଛା 10 ପଇସା ଏବଂ ଡିଜେଲ ଲିଟର ପିଛା 13 ପଇସା ଭ୍ୟାଟ ବୃଦ୍ଧି କରିଥିଲେ ।

ଏପ୍ରିଲ 2020 ରେ ପେଟ୍ରୋଲିୟମ ସାମଗ୍ରୀର ଚାହିଦା 46 ପ୍ରତିଶତ ହ୍ରାସ ପାଇଛି। ଏପ୍ରିଲ 2019 ତୁଳନାରେ ପେଟ୍ରୋଲ, ଡିଜେଲ ଏବଂ ଜେଟ ଇନ୍ଧନ (ଏଟିଏଫ) ର ବିକ୍ରି ଯଥାକ୍ରମେ 61 ପ୍ରତିଶତ, 56.7 ପ୍ରତିଶତ ଏବଂ 91.5 ପ୍ରତିଶତ ହ୍ରାସ ପାଇଛି । "ଭାରତର ବୃହତ୍ତମ ଖୁଚୁରା ବ୍ୟବସାୟୀ ଇଣ୍ଡିଆନ୍ ଅଏଲ୍ ଏହାର କାର୍ଯ୍ୟକଳାପ ଉପରେ କୋଭିଡ-19ର ପ୍ରଭାବ ଉପରେ ଏକ ନିୟାମକପତ୍ର ଦାଖଲ କରିଛି।

ଗତ ମାସରୁ କେନ୍ଦ୍ର ଏବଂ କିଛି ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଦ୍ଦିଷ୍ଟ କୋହଳ ହେତୁ ଏପ୍ରିଲ୍ 2020 ତୁଳନାରେ ମେ ମାସରେ ଉତ୍ପାଦଗୁଡିକର ବିକ୍ରିରେ ଉନ୍ନତି ଘଟିଥିଲା। ତଥାପି, ମେ 2019 ତୁଳନାରେ ଏହି ତିନୋଟି ଉତ୍ପାଦର ବିକ୍ରି 38.9 ପ୍ରତିଶତ କମ୍ ରହିଥିଲା। "ସୋମବାର ଠାରୁ 'ଅନଲକ୍ 1.0 ଅଧୀନରେ ମଲ୍ ଏବଂ ମାର୍କେଟ ପୁନଃ କାର୍ଯ୍ୟ ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.