ETV Bharat / bharat

ଅତ୍ୟଧିକ କଫି ପିଉଛନ୍ତି କି ? ଭୋଗି ପାରନ୍ତି ଏହି ଅସୁବିଧା

author img

By

Published : Aug 11, 2019, 5:28 AM IST

Updated : Aug 11, 2019, 6:40 AM IST

'କଫି' ସାଜିପାରେ ମାଇଗ୍ରେନର କାରଣ । ତେଣୁ ଅତ୍ୟଧିକ 'କଫି' ପିଇବାର ଅଭ୍ୟାସ ରଖୁଥିଲେ ତୁରନ୍ତୁ ବଦାଳାନ୍ତୁ ଏହି ଅଭ୍ୟାସ । ନହେଲେ ଆପଣ ମଧ୍ୟ ହୋଇପାରନ୍ତି ଏହାର ଶିକାର ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ନ୍ୟୁୟର୍କ: ଅଧିକ କଫି ପିଉଛନ୍ତିକି ? ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଏହା ସ୍ବାସ୍ଥ୍ୟପ୍ରତି ଅତ୍ୟନ୍ତ କ୍ଷତିକାରକ । ଏକ ଅଧ୍ଯୟନରୁ ଜଣାପଡିଛି ଯେ, ଯଦି ଆପଣ ଗୋଟିଏ ଦିନରେ 3 ଥର କଫି ସେବନ କରୁଛନ୍ତି ତେବେ ଆପଣ ମାଇଗ୍ରେନରେ ପୀଡିତ ହୋଇପାରନ୍ତି । ମାଇଗ୍ରେନ ଏପରି ଏକ ରୋଗ ଯାହା ଦୁନିଆ ସାରା ଲୋକଙ୍କ ମଧ୍ୟରୁ ଏକ ବିଲିଅନରୁ ଅଧିକ ଲୋକ ଭୋଗୁଛନ୍ତି । ଯଦି ଆପଣଙ୍କୁ କଫି ପିଇବା ପରେ ମୁଣ୍ଡ ବ୍ୟଥା ହେଉଛି ତେବେ ଆପଣ ଏହାକୁ ହାଲୁକା ଭାବେ ଗ୍ରହଣ କରନ୍ତୁନି । କାରଣ ଆପଣଙ୍କୁ ମାଇଗ୍ରେନ ହେବାର ସମ୍ଭାବନା ରହିଛି ।

କଣ କୁହନ୍ତି ବିଶେଷଜ୍ଞ ?

ଜଣେ ଆମେରିକାର ବିଶେଷଜ୍ଞଙ୍କ କହିବାନୂସାରେ, ମାଇଗ୍ରେନରେ ମୁଣ୍ଡରେ ଭୟଙ୍କର ପୀଡା ହୋଇଥାଏ । ଆଉ ଶରୀରରେ ଏକ ଅଲଗା ପ୍ରକାର କଷ୍ଟ ଅନୁଭବ ହୋଇଥାଏ । ଏହା ଦ୍ବାରା ବ୍ୟକ୍ତି ବରିକ୍ତ ହୋଇଯାଇଥାଏ । ଆଉ କଫିଯୁକ୍ତ ପାନୀୟ ସେବନ କଲେ ଏହା ଆହୁରୀ ବଢିଯାଇଥାଏ ।

ବିଶେଷଜ୍ଞ ଏଲିଜାବେଥଙ୍କ କହିବାନୂଯାୟୀ, ଯେଉଁମାନେ ଏହି ରୋଗର ଶିକାର ହେଉଛନ୍ତି ସେମାନେ ଅତ୍ୟଧିକ କଫି ସେବନ କରୁଥିବା ଜଣାପଡିଛି । ଏଭଳି ବ୍ୟକ୍ତି ବିଶେଷ ମାନେ ଦିନକୁ 3 ଥର କିମ୍ବା ତା ଠାରୁ ଅଧିକ କଫି ପିଉଛନ୍ତି । ଏହା ବ୍ୟତୀତ ସ୍ବଳ୍ପ ସମୟ ଶୋଇଲେ ମଧ୍ୟ ମାଇଗ୍ରେନ ହୋଇଥାଏ ।

ତେବେ 2 ସପ୍ତାହ ଧରି 98 ଜଣ ଲୋକଙ୍କୁ ଏକ ସ୍ଥାନରେ ରଖାଗଲା ଆଉ ସକାଳେ ସନ୍ଧ୍ୟାର ସେମାନଙ୍କ କାର୍ଯ୍ୟକଳାପ ଉପରେ ଧ୍ୟାନ ଦିଆଯାଇଥିଲା । ସେମାନଙ୍କୁ ପ୍ରତ୍ୟକ ଦିନ ଚା, ସୋଢା, କଫି ଓ ଏନର୍ଜି ଡ୍ରିଙ୍ଗ ଦିଆଯାଇଥିଲା । ଆଉ ଦେଖାଗଲା ଯେଉଁମାନେ କଫି ପିଉଛନ୍ତି ସେମାନେ ମାଇଗ୍ରେନରେ ଅଧିକ ପୀଡିତ ଅଛନ୍ତି ।

କ'ଣ ଏହି ମାଇଗ୍ରେନ ?

ମାଇଗ୍ରେନ ଏକ ମୁଣ୍ଡ ବିନ୍ଧା ରୋଗ । ଏଥିରେ ବ୍ୟକ୍ତି ଅସହ୍ୟ ମୁଣ୍ଡ ବ୍ୟଥାର ଶିକାର ହୋଇଥାଏ । ତେବେ ଏହା ଫାଳିକିଆ ମୁଣ୍ଡ ବିନ୍ଧି ଥାଏ । ଆଉ 3 ଦିନ ଧରି ରହିବା ସହ ଶରୀରରେ ଏକ ଅଦ୍ଭୁତ ପ୍ରକାର କଷ୍ଟ ଅନୁଭବ ହୋଇଥାଏ, ବାନ୍ତି ମଧ୍ୟ ହୋଇଥାଏ । ଆଲୋକ, ଶବ୍ଦ, ଗନ୍ଧ ଏସବୁ ଅନୁଭବ କରିବା କଷ୍ଟକର ହୋଇପଡିଥାଏ ।

ଆମେରିକୀୟ ମାଇଗ୍ରେନ ଆସୋସିଏସନ ଅନୁସାରେ, 12 ପ୍ରତିଶତ ଲୋକ ମାଇଗ୍ରେନ ଭଳି ମୁଣ୍ଡ ବ୍ୟଥାର କଷ୍ଟ ସହୁଛନ୍ତି । ଆମେରିକାରେ 3 କୋଟିରୁ ଊର୍ଦ୍ଧ୍ବ ଲୋକ ଏହାର କବଳରେ ଅଛନ୍ତି । ତେବେ ଏହା କ'ଣ ପାଇଁ ହୋଇଥାଏ ଆଜି ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ଭାବେ ଜଣାପଡିନାହିଁ । କୁହାଯାଏ ମସ୍ତିଷ୍କରେ ଅସାମାନ୍ୟ ଗତି ବିଦ୍ଧି ଯୋଗୁଁ ଏପରି ହୋଇଥାଏ । ଯାହାଦ୍ବାରା ମସ୍ତିଷ୍କରେ କେମିକାଲ ଓ ରକ୍ତ ଦୂଷିତ ରକ୍ତ ପ୍ରଭାହିତ ହୋଇଥାଏ ।

ତେବେ ମହିଳା ମାନଙ୍କର ମାସିକ ଧର୍ମ ଯୋଗୁଁ ମାଇଗ୍ରେନ ସମସ୍ୟା ଅଧିକ ପ୍ରଭାହିତ ହୋଇଥାଏ । ଏହାଦ୍ବାରା ହର୍ମୋନରେ ହେଉଥିବା ପରିବର୍ତ୍ତନ ପାଇଁ ମୁଣ୍ଡରେ ପ୍ରବଳ ବ୍ୟଥା ଅନୁଭବ ହୋଇଥାଏ । ଏହ ବ୍ୟତୀତ ଅବସାଦ ମଧ୍ୟ ଅନ୍ୟ ଏକ କାରଣ ସାଜିଥାଏ । କୌଣସି ପ୍ରକାର ଚିନ୍ତା, କିମ୍ବା କୌଣସି ଦୁର୍ଘଟଣା ପାଇଁ ଅତ୍ୟଧିକ ଦୁଃଖ ଅନୁଭବ କରିବା ଦ୍ବାରା ମାଇଗ୍ରେନ ବୃଦ୍ଧି ପାଇଥାଏ ।

Intro:Body:Conclusion:
Last Updated : Aug 11, 2019, 6:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.