ETV Bharat / bharat

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ନାଇଟ ଡ୍ୟୁଟି କଲେ ମିଳିବ ଏହିସବୁ ଫାଇଦା...

author img

By

Published : Jul 20, 2020, 9:19 PM IST

କେନ୍ଦ୍ର ସରକାରଙ୍କ ପକ୍ଷରୁ ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀକୁ ମାନି କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ନାଇଟ ଡ୍ୟୁଟି ଭତ୍ତା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ (DoPT- ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ) ସୂଚନା ଦେଇଛି ।

night duty allowance
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: କୋରୋନା ସଙ୍କଟ ମସୟରେ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାରଙ୍କ ପକ୍ଷରୁ ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀକୁ ମାନି କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ନାଇଟ ଡ୍ୟୁଟି ଭତ୍ତା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ (DoPT- ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ) ସୂଚନା ଦେଇଛି । ଗତ ସପ୍ତାହ 13 ଜୁଲାଇରେ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରିବା ସହ ଜୁଲାଇ 1ରୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି । ବର୍ତମାନ ପର୍ଯ୍ୟନ୍ତ ଏହି ଭତ୍ତା ଗ୍ରେଡ ପେ ଉପରେ ଆଧାରିତ ଥିଲା ।

ଏହା ସହିତ କେନ୍ଦ୍ର ସରକାର ବର୍ତ୍ତମାନର ବ୍ୟବସ୍ଥାରେ ସ୍ବତନ୍ତ୍ର ଗ୍ରେଡ ଦରମା ଆଧାରରେ ସମସ୍ତ କର୍ମଚାରୀଙ୍କ ପାଇଁ ନାଇଡ ଡ୍ୟୁଟି ଭତ୍ତା ବାତିଲ କରିଛନ୍ତି । ସପ୍ତମ ବେତନ ଆୟୋଗର ସୁପାରିଶ କାର୍ଯ୍ୟକାରୀ କରିବା ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ କେବଳ ଗ୍ରେଡ୍ ବେତନ ଆଧାରରେ ନାଇଟ୍ ଡ୍ୟୁଟି ଭତ୍ତା ପ୍ରଦାନ କରାଯାଉଥିଲା ।

- ଯେଉଁ କ୍ଷେତ୍ରରେ ନାଇଟ୍ ୱେଟେଜ ଆଧାରରେ କାର୍ଯ୍ୟ କରିବା ସମୟ ଗଣନା କରାଯାଇଛି, ଏହି ସବୁକ୍ଷେତ୍ରରେ କୌଣସି କ୍ଷତିପୂରଣ ପ୍ରଦାନ କରାଯିବ ନାହିଁ । ନାଇଟ୍ ଡ୍ୟୁଟି ସମୟରେ, ପ୍ରତି ଘଣ୍ଟା

ପାଇଁ 10 ମିନିଟର ୱେଟେଜ ଦିଆଯିବ ।

- ସରକାରଙ୍କ କହିବାନୁସାରେ, କେବଳ ସକାଳ 10 ରୁ 6 ଟା ମଧ୍ୟରେ କରାଯାଇଥିବା କାର୍ଯ୍ୟକୁ ରାତ୍ରି ଡ୍ୟୁଟି ଭାବେ ବିବେଚନା କରାଯିବ ।

-ନାଇଟ ଡ୍ୟୁଟି ଭତ୍ତା ପାଇଁ ମୂଳ ଦରମା ଆଧାରରେ ଏକ ସ୍ତର ସ୍ଥିର କରାଯାଇଛି । କର୍ମଚାରୀ ବିଭାଗ କହିଛନ୍ତି, 'ରାତ୍ରି ଡ୍ୟୁଟି ଭତ୍ତା ପାଇଁ ମୂଳ ଦରମାକୁ ସିଲିଙ୍ଗ 43,600 ଟଙ୍କା ପ୍ରତି ମାସ ଆଧାରରେ ଧାର୍ଯ୍ୟ କରାଯାଇଛି ।

- ସରକାର ଏହି ଭତ୍ତାକୁ ଘଣ୍ଟା ଭିତ୍ତିରେ ଦେବେ ଯାହା BP + DA / 200 ସହିତ ସମାନ ହେବ । ବିପି ଅର୍ଥ ହେଉଛି ବେସିସି-ପେ ସହ ଏବଂ DA ଅର୍ଥ ହେଉଛି ମହଙ୍ଗା ଭତ୍ତା ସହ ଜଡିତ । ସପ୍ତମ ବେତନ ଆୟୋଗ ଆଧାରରେ ଏହି ଦୁଇଟି ଗଣନା କରାଯିବ । ଏହି ଫର୍ମୁଲାକୁ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗର କର୍ମଚାରୀଙ୍କ ପାଇଁ ଲାଗୁ ହେବ ।

- ପ୍ରତ୍ୟେକ କର୍ମଚାରୀଙ୍କ ମୂଳ ବେତନ ଏବଂ ରାତ୍ରି ଡ୍ୟୁଟି ଆଧାରରେ କେନ୍ଦ୍ର ସରକାର ସ୍ଥିର କରି ରାତ୍ରି ଡ୍ୟୁଟି ଭତ୍ତା ପ୍ରଦାନ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.