ETV Bharat / bharat

ଘୋଷାରିନେଲା 2 କିଲୋମିଟର!

author img

By

Published : Mar 7, 2019, 1:10 PM IST

ରାସ୍ତାରେ ଗାଡିମୋଟର ଯିବାଆସିବା କରୁଥିବାବେଳେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିଲେ । ହଠାତ ଏକ ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗୋଟିଏ କାର ହର୍ଣ୍ଣ ବଜାଇ ଦ୍ରୁତଗତିରେ ମାଡି ଚାଲିଥିଲା । ଏପଟସେପଟ ହୋଇ ଏହା ଆଗକୁ ମାଡି ଚାଲିଥିଲା । କାରର ବନେଟ ଉପରେ ଜଣେ ବ୍ୟକ୍ତି ଝୁଲନ୍ତା ଅବସ୍ଥାରେ ରହିଥିଲେ । କାରଟି ଆଗକୁ ମାଡି ଚାଲିଥିବାବେଳେ ଉକ୍ତ ବ୍ୟକ୍ତି ଜଣକ ଝୁଲି ଝୁଲି ସାମନା ବନେଟରେ ଯାଉଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ଏଏନଆଇ

ଗାଜିଆବାଦ: ସାଧାରଣତଃ କାରର ଭିତର ସିଟରେ ବସି ଲୋକେ ଯାତ୍ରା କରିଥାନ୍ତି । କିନ୍ତୁ ଉତ୍ତର ପ୍ରଦେଶର ଗାଜିଆବାଦରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠାରେ କାରର ବନେଟ ପାଲଟିଛି ସିଟ । ତେବେ ଏଥିରେ କେହି ସ୍ବଇଚ୍ଛାରେ ବସି ନାହାନ୍ତି । ବରଂ ଘଟଣାକ୍ରମେ ଏଥିରେ ବସିବାକୁ ପଡିଥିଲା ।

ଘଟଣାଟି ଆଜି ସକାଳ ପ୍ରାୟ 10ଟାରୁ 11ଟା ଭିତରେ ଘଟିଛି । ରାସ୍ତାରେ ଗାଡିମୋଟର ଯିବାଆସିବା କରୁଥିବାବେଳେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିଲେ । ହଠାତ ଏକ ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗୋଟିଏ କାର ହର୍ଣ୍ଣ ବଜାଇ ଦ୍ରୁତଗତିରେ ମାଡି ଚାଲିଥିଲା । ଏପଟସେପଟ ହୋଇ ଏହା ଆଗକୁ ମାଡି ଚାଲିଥିଲା । ସାଇଡରେ ଯାଉଥିବା ଲୋକେ ଏଥିରେ ଭୟଭୀତ ହୋଇଯାଇଥିଲେ । କାରଣ ଏହା ଭିତରେ ଥିବା ଡ୍ରାଇଭର ଏପରି ବେପାରୁଆ ଭାବେ ଗାଡି ଚଲାଉଥିଲେ ଯେ କେତେବେଳେ କାହାକୁ ଧକ୍କା ଦେବେ ଜଣାନଥିଲା ।

  • #WATCH In a shocking case of road rage seen in Ghaziabad, driver of a car drove for almost 2 kilometers with a man clinging on to the car bonnet. The driver was later arrested by Police (6.3.19) (Note:Strong language) pic.twitter.com/hocrDi7qgg

    — ANI UP (@ANINewsUP) March 7, 2019 " class="align-text-top noRightClick twitterSection" data=" ">

ତେବେ ଏହାଠାରୁ ଆହୁରି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । କାରର ବନେଟ ଉପରେ ଜଣେ ବ୍ୟକ୍ତି ଝୁଲନ୍ତା ଅବସ୍ଥାରେ ରହିଥିଲେ । କାରଟି ଆଗକୁ ମାଡି ଚାଲିଥିବାବେଳେ ଉକ୍ତ ବ୍ୟକ୍ତି ଜଣକ ଝୁଲି ଝୁଲି ସାମନା ବନେଟରେ ଯାଉଥିଲେ । ତେବେ ସେ ନିଜ ଇଚ୍ଛାରେ ସେଠାରେ ବସିନଥିବା ସ୍ପଷ୍ଟ ହୋଇଥିଲା । କାରଣ କାଳେ ଖସିଯିବେ ଏହି ଡରରେ ସେ କାରର ଦୁଇଟି ୱାଇପରକୁ ପ୍ରାଣ ବିକଳରେ ଜାବୁଡି ଧରିଥିଲେ । କାରର ବେଗ ଦେଖି ନା ସେ କାରକୁ ଅଟକାଇ ପାରୁଥିଲେ ନା କାରରୁ ଓହ୍ଲାଇ ପାରୁଥିଲେ । ଅପେକ୍ଷା କରିଥିଲେ କାରଟି କେତେବେଳେ ରହିବ ।

ପାଖାପାଖି 2 କିଲୋମିଟର ଏମିତି ଘୋଷାରି ହୋଇ ଯିବା ପରେ ଶେଷରେ କାରଟି ରାସ୍ତା କଡ ଏକ ଡିଭାଇଡର ପାଖରେ ଅଟକି ଯାଇଥିଲା । ଆଉ ଆଶ୍ବସ୍ତ ହୋଇ କାର ବନେଟରୁ ଓହ୍ଲାଇଥିଲେ ବ୍ୟକ୍ତି ଜଣକ । ଜୀବନ ବଞ୍ଚିଗଲା ଭାବି ସେ ଦୀର୍ଘ ନିଶ୍ବାସ ନେଇଥିବେ। ଓହ୍ଲାଇବା ପରେ କାର ଡ୍ରାଇଭର ଉପରେ ସୁଝାଇଥିଲେ ନିଜ ରାଗ । ଚିତ୍କାର କରି ବାହାରକୁ ଆସିବା ପାଇଁ ଡ୍ରାଇଭରକୁ କହିଥିଲେ । ଏପରିକି ସେ କାର ବନେଟ ଉପରେ ଚଢିଯାଇ ବାହାରିବା ପାଇଁ ଡ୍ରାଇଭରକୁ ଧମକ ଦେଇଥିଲେ । ଡ୍ରାଇଭରର ମୁହଁ ଦେଖାଯାଉନଥିବାବେଳେ ପାଖରେ ଲୋକେ ଜମିଯାଇଥିଲେ । ତେବେ ଖବର ଅନୁସାରେ ପୋଲିସ ଉକ୍ତ ଡ୍ରାଇଭରକୁ ଗିରଫ କରିଥିବାର ସୂଚନା ରହିଛି ।

SLUG. ଗରିବ ମହିଳାଙ୍କୁ ଥାନା ଭିତରେ ପୋଲିସ ବାବୁ ଚାପୁଡ଼ା ମାରୁଥିବାର ଭିଡିଓ ଭାଇରଲ ଘଟଣା, ସସପେଣ୍ଡ ହେଲେ ଏ ଏସ ଆଇ ଦ୍ରୋଣାଚାର୍ଯ୍ୟ ସାହୁ।
Format.AVB
Reporter.Badsah Jusman Rana
Date.06-03-2019
Place.Sambalpur।* ଭିଜୁଆଲ FTP ରେ ଅଛି।

Anchor. ଗତ କିଛିଦିନ ତଳେ ସମ୍ବଲପୁର ରେ ଥାନା ଭିତରେ ମହିଳାଙ୍କୁ ପୋଲିସ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହୋଇଥିବା ଘଟଣା ରେ ରେ ସସପେଣ୍ଡ ହୋଇଛନ୍ତି ରେଙ୍ଗାଲି ଥାନା ଏ ଏସ ଆଈ ଦ୍ରୋଣାଚାର୍ଯ୍ୟ ସାହୁ।।ଏ ବାବଦରେ  ଅତିରିକ୍ତ ଏସ ପି  ଙ୍କୁ ତଦନ୍ତ ଦାୟିତ୍ବ ଦେଇଥିଲେ ସମ୍ବଲପୁର ଏସ ପି ସଂଜୀଵ ଆରୋରା।  ଏହି ଭାଇରାଲ ଭିଡ଼ିଓରେ ଥିବା ପୋଲିସ ଜଣଙ୍କ ଦ୍ରୋଣାଚର୍ଯ୍ୟ ସାହୁ ବୋଲି ପ୍ରମାଣିତ ହେବାରୁ ତା ଙ୍କୁ ସସପେଣ୍ଡ କରାଯାଇଛି ବୋଲି କହିଛନ୍ତି  ସମ୍ବଲପୁର ଅତିରିକ୍ତ ଏସ ପି ପ୍ରଦୀପ ମହାପାତ୍ର।

Byte..1..ପ୍ରଦୀପ କୁମାର ମହାପାତ୍ର, ଅତିରିକ୍ତ ଏସ ପି,ସମ୍ବଲପୁର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.