ETV Bharat / bharat

ପଦ୍ମ ବିନା ଅଧୁରା ମାଆଙ୍କ ପୂଜା, ଦୀପାବଳି ପାଇଁ ଆକାଶ ଛୁଆଁ ଦର

author img

By

Published : Oct 26, 2019, 2:22 PM IST

ଦୀପାବଳିରେ ଧନଦାତ୍ରୀ ମାଆ ଲକ୍ଷ୍ମୀଙ୍କ ପୂଜା ପାଇଁ ପଦ୍ମ ଫୁଲର ଚାହିଦା ବେଶ ଅଧିକ। ପରମ୍ପରା ଅନୁଯାୟୀ ଏହି ଫୁଲ ମାଆଙ୍କୁ ଲାଗିକଲେ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ରାୟପୁର: ରାତି ପାହିଲେ ଆଲୋକ ଓ ଖୁସିର ପର୍ବ ଦୀପାବଳି। ଅନ୍ଧାର ଉପରେ ହେବ ଆଲୋକର ବିଜୟ। ଦୀପାବଳିରେ ଭଗବାନ ଗଜାନନ ଓ ମାତା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। ଏହି ଉପଲକ୍ଷେ ଅନୁଷ୍ଠିତ ହେଉଥିବା ଲକ୍ଷ୍ମୀଙ୍କ ପୂଜା ଦୀପ, ମିଠା ସହିତ ପଦ୍ମ ଫୁଲରେ କରାଯାଇଥାଏ । କାରଣ ମାଆ ଧନଦାତ୍ରୀଙ୍କର ସବୁଠୁ ପ୍ରିୟ ଫୁଲ ହେଉଛି ପଦ୍ମ। ସେଥି ପାଇଁ ତ ତାଙ୍କର ଅନ୍ୟନାମ ହେଉଛି କମଳା।

ଦୀପାବଳି ଅବସରରେ ମାତା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରାଯାଉଥିବାରୁ ଏହାର ଚାହିଦା ବେଶ ଅଧିକ ରହିଥାଏ। ବଜାରରେ ଏବେ ବହୁଳ ମାତ୍ରାରେ ପଦ୍ମ ଫୁଲ ବିକ୍ରି ହେଉଛି। ଆଉ ଏହାର ଦାମ ଅନ୍ୟ ଦିନ ଅପେକ୍ଷା ଦୀପାବଳିରେ ବେଶ ଅଧିକ ରହିଥାଏ। ପଦ୍ମ ଫୁଲ ଚାଷ ପାଇଁ ଚାଷୀଙ୍କୁ ପ୍ରାୟ 6 ମାସରୁ ଅଧିକ ସମୟ ଲାଗିଥାଏ। ଦିନ ରାତି ଏକ କରି ଚାଷୀ ଏହି ଫୁଲ ଚାଷ କରିଥାଏ।

Maa Lakshmi
ମା' ଲକ୍ଷ୍ମୀ ପୂଜାରେ ଲାଗିହେବ ପଦ୍ମ

ଯାହା ଦ୍ବାରା ଭକ୍ତଙ୍କୁ ମାତାଙ୍କ ପାଖରେ ଅର୍ପଣ ପାଇଁ ଅତି ସହଜରେ ମିଳିପାରିବ। କାରଣ ଦୀପାବଳି ଅବସରରେ ପଦ୍ମ ଫୁଲର ବିକ୍ରି ବେଶ ଭଲ ହୋଇଥାଏ। ପଦ୍ମ ଫୁଲ ଚାଷ କରୁଥିବା ଚାଷୀଙ୍କ କହିବା ଅନୁସାରେ ଗୋଟିଏ ବର୍ଷରେ 2 ଥର ଏହି ଚାଷ କରାଯାଇଥାଏ। ଯେତିକି ପରିମାଣରେ ଫୁଲ ବିକ୍ରି ହେବ ତାକୁ ସେତିକି ପରିମାଣରେ ଲାଭ ମିଳିବ। ବର୍ଷା କାରଣରୁ ଫୁଲ ଚାଷ ଅନେକାଂଶରେ ନଷ୍ଟ ହେଉଛି । ଆଉ ବିଳମ୍ବରେ ମୌସୁମୀ ଆସିଲେ ମଧ୍ୟ ଏ ଚାଷରେ ସମସ୍ୟା ଦେଖା ଯାଇଥାଏ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ପ୍ରାୟ 5 ଏକର ଜମିରେ ପଦ୍ମ ଫୁଲ ଚାଷ କରା ଯାଇଥାଏ। ଏଥିରୁ ମିଳୁଥିବା ଲାଭ ହିଁ ଚାଷୀ ପରିବାରର ଗୁଜୁରାଣ ମେଣ୍ଟାଇଥାଏ। ପଦ୍ମ ଫୁଲ ଚାଷରେ ବାଧକ ସାଜନ୍ତି କୀଟ ପତଙ୍ଗ । ଏମାନଙ୍କ ଦାଉରୁ ପଦ୍ମ ଫୁଲକୁ ରକ୍ଷା କରିବାକୁ ହେଲେ କୀଟନାଶକର ବ୍ୟବହାର କରିବାକୁ ପଡିଥାଏ। ଏଥିପାଇଁ ପ୍ରତି ଏକର ପିଛା 10 ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ହେଲେ ଏଥିରୁ ମିଳୁଥିବା ଲାଭରୁ ଅଧିକାଂଶ ଭାଗ କୀଟନାଶକ କିଣିବାରେ ଚାଲିଯାଏ।

Intro:Body:

national issue


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.