ETV Bharat / bharat

ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନକୁ ନେଇ ଲୋକସଭାରେ ଝଡ, ଗୃହ ସୋମବାର ପର୍ଯ୍ୟନ୍ତ ମୁଲତବୀ

author img

By

Published : Feb 7, 2020, 12:42 PM IST

Updated : Feb 7, 2020, 2:25 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନକୁ ନେଇ ଶୁକ୍ରବାର ଲୋକସଭାରେ ଝଡ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଲୋକସଭାକୁ ପ୍ରଥମେ ମଧ୍ୟାହ୍ନ 1ଟା ପରେ 2 ଟା ଓ ଶେଷରେ ସୋମବାର ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ବାଚସ୍ପତି । ଅଧିକ ପଢନ୍ତୁ...

Lok Sabha
ଲୋକସଭା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନକୁ ନେଇ ଶୁକ୍ରବାର ଲୋକସଭାରେ ଝଡ ସୃଷ୍ଟି ହୋଇଛି। ଲୋକସଭାରେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ଏହି ପ୍ରସଙ୍ଗ ଉଠାଇବା ପରେ କଂଗ୍ରେସ ସାଂସଦ ମାନେ ଏହାକୁ ବିରୋଧ କରିଥିଲେ ।

ଲୋକସଭା

କଂଗ୍ରେସର ଜଣେ ସାଂସଦ ମନ୍ତ୍ରୀଙ୍କ ପାଖକୁ ଯାଇ ବିରୋଧ କରିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ପରିସ୍ଥିତି ଏପରି ହୋଇଥିଲା ଯେ ବାଚସ୍ପତି ପ୍ରଥମେ ପୂର୍ବାହ୍ନ 1ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ ।

ପରେ 1ଟାରେ ଗୃହ ଆରମ୍ଭ ହେବା ମାତ୍ରେ ପୁଣି ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଯେଉଁଥି ଲାଗି ବାଚସ୍ପତି ପୂର୍ବାହ୍ନ 2ଟା ଓ ଶେଷରେ ସୋମବାର ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ କରିଛନ୍ତି ।

ସୂଚନା ଥାଉକି, ଦିଲ୍ଲୀର ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ ଯୁବପୀଢିଙ୍କ ରୋଜଗାରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ ।

Intro:kartika purnima hindi byte_


Body:_kartika purnima hindi byte_


Conclusion:
Last Updated : Feb 7, 2020, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.