ନୂଆଦିଲ୍ଲୀ: ଜାତୀୟସ୍ତରର ସାଧାରଣତନ୍ତ୍ର ଦିବସ ପରେଡରେ ଓଡିଶାର ଝଲକ । ଦିଲ୍ଲୀର ରାଜପଥରେ ପ୍ରଦର୍ଶିତ ହୋଇଛି ଓଡିଆଙ୍କ ଗର୍ବ ଓ ଗୌରବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପ୍ରଜ୍ଞାପନ ମେଢ। ଓଡିଶୀ ନୃତ୍ୟ ସହ ଏହାକୁ ପ୍ରଦର୍ଶନ କରିଛନ୍ତି କଳାକାରଗଣ ।
ସାଧାରଣତନ୍ତ୍ର ଦିବସ ପରେଡ ଅବସରରେ ନଜର ଆସିଛି ଏହି ପ୍ରଜ୍ଞାପନ ମେଢ । ତେବେ ଏହା ପ୍ରଦର୍ଶିତ ହେଉଥିବା ସମୟରେ ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ତାଳି ମାରି ଏହାକୁ ସ୍ବାଗତ କରୁଥିବାର ଦେଖିବାକୁ ମିଳିଛି ।