ETV Bharat / bharat

ଆଜି ଲାଲୁଙ୍କ ଭାଗ୍ୟପରୀକ୍ଷା: ମୁକୁଳିବେ ନା ରହିବେ, ସୁପ୍ରିମକୋର୍ଟ ନେବେ ନିଷ୍ପତ୍ତି

author img

By

Published : Mar 15, 2019, 11:34 AM IST

ଆଜି ସୁପ୍ରିମକୋର୍ଟରେ ଲାଲୁ ପ୍ରସାଦ ଯାଦବଙ୍କ ଭାଗ୍ୟପରୀକ୍ଷା । ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କ ଜାମିନ ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଭାଗ୍ୟପରୀକ୍ଷା ହେବାକୁ ଯାଉଛି । ସୁପ୍ରିମକୋର୍ଟରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁଙ୍କ ଜାମିନର ଶୁଣାଣି ହେବ । ଗୋଖାଦ୍ୟ ମାମଲାରେ ଗିରଫ ହୋଇ ଡିସେମ୍ବର 2017ରୁ ଲାଲୁ ଜେଲରେ ଅଛନ୍ତି ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ପୂର୍ବରୁ ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟ ଗତ ଜାନୁୟାରୀ ୧୦ ତାରିଖରେ ଲାଲୁଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ସ୍ବାସ୍ଥ୍ୟବସ୍ଥା ଖରାପ ଥିବା ନେଇ ଜାମିନ ଆବେଦନ କରିଥିଲେ ଲାଲୁ ।

ତେବେ ଝାଡଖଣ୍ଡ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଲାଲୁଙ୍କ ଓକିଲ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ନିଜ ଖରାପ ସ୍ବାସ୍ଥ୍ୟ ଓ ବୟସାଧିକ କାରଣ ଦର୍ଶାଇ ଲାଲୁ ଜାମିନ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି । ବର୍ତ୍ତମାନ ସେ ରାଞ୍ଚିର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଚିକିତ୍ସିତ ହେଉଛନ୍ତି । ଗୋଖାଦ୍ୟ ଦୁର୍ନୀତି ମାମଲାରେ ଗତ ୨୦୧୭ ଡିସେମ୍ବର ମାସରୁ ଗିରଫ ହୋଇ ସେ ଜେଲରେ ରହୁଛନ୍ତି ।

Intro:Body:

BadalNew Delhi: Draft committee meeting between India and Pakistan regarding Kartarpur Sahib corridor took place on Thursday at Attari. Union minister Harsimrat Kaur Badal was part of Indian govt representatives that took part in ground breaking ceremony at Pakistan in Nov 2018. ETV Bharat talked exclusively to Harsimrat Kaur Badal on Kartarpur and other issues.

 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.