ETV Bharat / bharat

ଏକାଠି ଗଲେ ଏକାଠି ଆସିଲେ, କୋରୋନାକୁ ମାତ ଦେଲେ

author img

By

Published : Apr 4, 2020, 5:44 PM IST

ଏମାନଙ୍କ କୋରୋନା ଆକ୍ରାନ୍ତ କାହାଣୀ କୌଣସି ଫିଲ୍ମଠାରୁ କମ ନଥିଲା । ଉଭୟଙ୍କ ଶେଷ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଅଧିକ ପଢନ୍ତୁ...

ଏକାଠି ଗଲେ ଏକାଠି ଆସିଲେ, କୋରୋନାକୁ ମାତ ଦେଲେ
ଏକାଠି ଗଲେ ଏକାଠି ଆସିଲେ, କୋରୋନାକୁ ମାତ ଦେଲେ

ଥିରୁୱନନ୍ତପୁରମ: କୋରୋନା କବଳରେ ଏବେ ସାରା ବିଶ୍ବ । ଭାରତରେ ମଧ୍ୟ ଏହା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏପର୍ଯ୍ୟନ୍ତ ଏହି ରୋଗରେ 50ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ତେବେ 150ରୁ ଅଧିକ ଲୋକ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏମାନଙ୍କ ଭିତରେ ରହିଛନ୍ତି କେରଳର ଏକ ବୟସ୍କ ଦମ୍ପତ୍ତି । ଶୁକ୍ରବାର ଏମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଉଭୟଙ୍କ ଶେଷ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏହି ଦମ୍ପତ୍ତି ହେଲେ 93 ବର୍ଷିୟ ଥୋମାସ ଓ 88 ବର୍ଷିୟା ଥରେସୟାମ୍ମା । ଉଭୟ କୋଟ୍ଟାୟାମର ବାସିନ୍ଦା ।

ତେବେ ଏମାନଙ୍କ କୋରୋନା ଆକ୍ରାନ୍ତ କାହାଣୀ କୌଣସି ଫିଲ୍ମଠାରୁ କମ ନଥିଲା । ଉଭୟେ ଏକାସହ କୋରୋନା ପଜିଟିଭର ଶିକାର ହୋଇଥିଲେ । ଆକ୍ରାନ୍ତ ଜଣାପଡିବା ପରେ ସେମାନେ ଏକାଠି କୋଟ୍ଟାୟାମ ମେଡିକାଲ ହସ୍ପିଟାଲ ମଧ୍ୟ ଯାଇଥିଲେ । ଏପରିକି ଉଭୟଙ୍କୁ ପାଖାପାଖି ଆଇସୋଲେସନ ୱାର୍ଡରେ ରଖାଯାଇଥିଲା । ଆଉ ସେମାନେ ସୁସ୍ଥ ହୋଇ ମଧ୍ୟ ଏକାଠି ଫେରିଛନ୍ତି । ଡିସଚାର୍ଜ ସମୟରେ ଉଭୟ ହସ ହସ ମୁହଁରେ ମିଡିଆକୁ ସାକ୍ଷାତ ଦେଇ କହିଥିଲେ ଯେ ସେମାନଙ୍କ ଭଲ ପାଇବା ଓ ଦୃଢ ବିଶ୍ବାସ ହିଁ ସେମାନଙ୍କୁ ଏହି ରୋଗରୁ ସୁସ୍ଥ କରିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.