ETV Bharat / bharat

ପାକିସ୍ତାନର ଆଉ ଏକ ମିଛକୁ ପଦାରେ ପକାଇଲା ଆଇଏସ

author img

By

Published : Jun 29, 2019, 2:29 PM IST

Updated : Jun 29, 2019, 3:03 PM IST

ବାରମ୍ବାର ଭାରତ ନାମରେ ମିଛ ଅଭିଯୋଗ ଆଣୁଥିବା ପାକ ନିଜ ଜାଲରେ ଫସିଛି । ପାକିସ୍ତାନର ମିଛକୁ ପଦାରେ ପକାଇଛି ଆଇଏସ ସଙ୍ଗଠନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ ଉର୍ଦ୍ଦୁ

ନୂଆଦିଲ୍ଲୀ: ଭାରତ ବିରୋଧରେ ଅନେକ ସମୟରେ ମିଛ ଅଭିଯୋଗ ଆଣୁଥିବା ପାକିସ୍ତାନର ଆଉ ଏକ ମିଛ ନିକଟରେ ଧରାପଡିଛି । ଆତଙ୍କୀ ସଙ୍ଗଠନ ଇସଲାମିକ ଷ୍ଟେଟ(ଆଇଏସ)ର ଜଣେ ସଦସ୍ୟଙ୍କୁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ମାରିଥିବା ନେଇ ଆଇଏସ ଅଭିଯୋଗ କରିଛି । ଉକ୍ତ ସଦସ୍ୟଙ୍କୁ ଭାରତୀୟ ଏଜେନ୍ସି ହତ୍ୟା କରିଥିବା ପାକିସ୍ତାନ ସଫେଇ ଦେଇଥିଲା ।

ଏକ ଭିଡିଓ ଜାରି କରି କାଶ୍ମୀରରେ ଆଇଏସର ପ୍ରାନ୍ତୀୟ ଶାଖା ୱିଲାୟା ଅଲ ହିନ୍ଦ ସଙ୍ଗଠନ ଏହି ବିବୃତି ଦେଇଛି । ଶୁକ୍ରବାର ଏହି ଭିଡିଓ ବିଭିନ୍ନ ଟେଲିଗ୍ରାମ ଚ୍ୟାନେଲରେ ପ୍ରସାରିତ ହୋଇଥିଲା । ଏଥିରେ ଆଇଏସର ଏକ କଳା ପତାକା ଥିବାର ଦେଖାଯାଇଥିଲା । ଉକ୍ତ ସଙ୍ଗଠନର ମୁଖପାତ୍ର ଖତୀବ ଦାସ ଏହି ପ୍ରସଙ୍ଗ ଉପରେ ସଫେଇ ଦେଇ କହିଥିଲେ ଯେ ପ୍ରକୃତରେ ପାକିସ୍ତାନ ଯାହା ଅଭିଯୋଗ କରୁଛି, ତାହା ମିଛ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ ଉର୍ଦ୍ଦୁ

ସଙ୍ଗଠନର ସଦସ୍ୟ ଅଦିଲ ରେହମନ ଦରଙ୍କୁ ପାକିସ୍ତାନ ସମର୍ଥିତ ହିଜବୁଲ ମୁଜହିଦ୍ଦିନ ଓ ଲସ୍କର ଇ ତୋଏବାର 3 ଜଣ ଆତଙ୍କବାଦୀ ଖୋଜି ଖୋଜି ମାରିଛନ୍ତି । ଏଥିଲାଗି ହିଜବୁଲ କମାଣ୍ଡର ରିୟାଜ ନାଇକୋଙ୍କୁ ଖତୀବ ଦାୟୀ କରିଛନ୍ତି । ଏନେଇ ତାଙ୍କ ପାଖରେ ଯଥେଷ୍ଟ ପ୍ରମାଣ ଥିବାର ସେ କହିଛନ୍ତି । ଅଦିଲ ସହ ସଙ୍ଗଠନର ଆଉ ଜଣେ ସଦସ୍ୟ ଉକ୍ତ 3 ଆତଙ୍କବାଦୀଙ୍କୁ ଭେଟିଥିଲା । କିନ୍ତୁ ଗୁଳି ଚାଲିବା ସମୟରେ ସେ ସେଠାରୁ ଖସି ପଳାଇ ଆସିଥିଲା ବୋଲି ଖତୀବ ଭିଡିଓରେ କହୁଥିବାର ଦେଖାଯାଇଛି ।

ଉକ୍ତ ଭିଡିଓରେ ଖତୀବ ସେମାନଙ୍କ ଫଟୋ ମଧ୍ୟ ଦେଖାଇଥିଲେ । ଆଉ କହିଥିଲେ ଯେ ଆପଣ ସମସ୍ତେ ଦେଖିପାରୁଥିବେ ଏମାନେ ଭାରତୀୟ ନୁହଁନ୍ତି ପାକିସ୍ତାନୀ ଆତଙ୍କବାଦୀ । ଏମାନଙ୍କ ପଛରେ ପାକିସ୍ତାନ ସରକାରଙ୍କ ସମର୍ଥନ ରହିଛି । ତେବେ ଗୁରୁବାର ଅଦିଲର ମୃତ ଶରୀର ମିଳିବା ପରେ ପାକିସ୍ତାନ ପକ୍ଷରୁ ଏଥିଲାଗି ଭାରତକୁ ଦାୟୀ କରାଯାଇଥିଲା । କାଶ୍ମୀରର ବିଜବେହେରା ଠାରେ ଅଦିଲକୁ ଭାରତୀୟ ଗୁଇନ୍ଦା ହତ୍ୟା କରିଥିବା କୁହାଯାଇଥିଲା । ଏକେ 47 ବନ୍ଧୁକ ନେବା ଲାଗି ଏପରି କରାଯାଇଥିଲା ବୋଲି ପାକିସ୍ତାନ ସୂଚନା ଦେଇଥିଲା ।

ତେବେ ଖତୀବ ଏହାକୁ ଖଣ୍ଡନ କରି କହିଛନ୍ତି ଯେ ପ୍ରକୃତରେ ସେମାନଙ୍କ ସଙ୍ଗଠନ ସହ ମିଶିବା ଲାଗି ରିୟାଜ ନିଜ ସାଥୀଙ୍କ ସହ ଅଦିଲକୁ ପ୍ରବର୍ତ୍ତାଇଥିଲା । କିନ୍ତୁ ଖତୀବ ନ ମାନିବାରୁ ତାକୁ ହତ୍ୟା କରିଛନ୍ତି । କେବଳ ବନ୍ଧୁକ ନେବାର ଥିଲେ ସେମାନେ ଅଦିଲକୁ ବାନ୍ଧି ପାରିଥାନ୍ତେ । ହେଲେ ସେମାନେ ତାହାକୁ ହତ୍ୟା କରି ଭାରତୀୟଙ୍କ ନାମରେ ଦୋଷ ଦେଇଥିଲେ ବୋଲି ଖତୀବ ଅଭିଯୋଗ କରିଛନ୍ତି ।

Intro:Body:Conclusion:
Last Updated : Jun 29, 2019, 3:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.