ETV Bharat / bharat

କୋରୋନା ଭୟରେ ଆତ୍ମହତ୍ୟା କଲେ ଆଇଆରଏସ ଅଧିକାରୀ

author img

By

Published : Jun 15, 2020, 3:48 PM IST

ଦିଲ୍ଲୀର ଦ୍ବାରକା ଅଞ୍ଚଳରେ କୋରୋନା ଭୟରେ ଜଣେ ଆଇଆରଏସ ଅଧିକାରୀ ଆତ୍ମହତ୍ୟା କରିଛନ୍ତି । ଅଧିକାରୀ ଶିବରାଜ ସିଂହ ଏସିଡ ଭଳି ପଦାର୍ଥ ପିଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି ।

ଆଇଆରଏସ ଅଧିକାରୀ
ଆଇଆରଏସ ଅଧିକାରୀ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମଣର ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ତେବେ କୋରୋନା ଭୟ ମଧ୍ୟରେ ଏବେ ଆତ୍ମହତ୍ୟା କରିବାର ଏକ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀର ଦ୍ବାରକା ଅଞ୍ଚଳରେ କୋରୋନା ଭୟରେ ଜଣେ ଆଇଆରଏସ ଅଧିକାରୀ ଆତ୍ମହତ୍ୟା କରିଛନ୍ତି । ଅଧିକାରୀ ଶିବରାଜ ସିଂହ ଏସିଡ ଭଳି ପଦାର୍ଥ ପିଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି ।

ସୂଚନା ମୁତାବକ, ପ୍ରାୟ 3 ଦିନ ତଳେ ଅଧିକାରୀଙ୍କର କୋରୋନା ପରୀକ୍ଷା ହୋଇଥିଲା । ଯାହାର ରିପୋର୍ଟ ନେଗେଟିଭ ଆସିଥିଲା । ଏହାସତ୍ବେ ତାଙ୍କୁ ଲାଗିଲା ଯେ, ଯଦି ସେ କୋରୋନା ସଂକ୍ରମିତ ହୁଅନ୍ତି ତାହେଲେ ତାଙ୍କର ପରିବାରର ଅନ୍ୟ ସଦସ୍ୟ ସମସ୍ୟାରେ ପଡିବେ । ତେଣୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ଲୋକ ଏସମ୍ବନ୍ଧରେ ଅବଗତ ହେବାପରେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ତାଙ୍କ ଘରୁ ଏକ ସୁଇସାଇଡ ନୋଟ ଜବତ ହୋଇଛି । ଯେଉଁଥିରେ ସେ କୋରୋନା ଭୟ ଯୋଗୁଁ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.