ସିମଲା: ଉତ୍ତର ଭାରତରେ ଭାରୀ ତୁଷାରପାତ ଆରମ୍ଭ ହୋଇଗଲାଣି । ଖାସ୍ କରି ପାହାଡି ରାଜ୍ୟ ହିମାଚଳ ପ୍ରଦେଶ, ଜମ୍ମୁ ଓ କଶ୍ମୀର ଓ ଉତ୍ତରାଖଣ୍ଡରେ ତୁଷାରପାତ ହେବାକୁ ଲାଗିଲାଣି । ଯାହାକୁ ନେଇ ବିମାନସେବା ବାଧାପ୍ରାପ୍ତ ।
ତେବେ ହିମାଚଳ ପ୍ରଦେଶର ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ କୁଲ୍ଲୁ ମନାଲୀ ନିକଟରେ ଆସି ସକାଳୁ ତୁଷାରପାତ ବର୍ଷା ହୋଇଛି । ସେହିପରି ମନାଲି -ଲେହ ମାର୍ଗ ରୋହତାଙ୍ଗରେ ଗାଡି ସବୁକୁ ଯାତାୟତ ପାଇଁ ପ୍ରଶାସନ ମନା କରିଛି । ଏପଟେ ପର୍ଯ୍ୟଟକଙ୍କ ପାଇଁ ଖୁସିର ବିଷୟ ହୋଇଥିବା ବେଳେ ସ୍ଥାନୀୟ ଲୋକମାନଙ୍କ ଯାତାୟତରେ ବାଧା ସୃଷ୍ଟି ହେଉଛି ।
ସେହିପରି ଶ୍ରୀନଗରେରେ ଭାରୀମାତ୍ରାରେ ତୁଷାରପାତ ଯୋଗୁଁ 2ଟି ବିମାନ ଉଡାଣକୁ ରଦ୍ଦ କରାଯାଇଛି ଓ ଅନ୍ୟ ଫ୍ଲାଇଟ୍ ସବୁ ବିଳମ୍ବରେ ଉଡାଣ ଭରୁଛି । ଏଥିସହ ତୁଷାରପାତ ଯୋଗୁଁ ରଜୋରୀ ସ୍ଥିତ ମୋଗଲ ରୋଡ ବନ୍ଦ ହୋଇଯାଇଛି । ସେହିପରି ଉତ୍ତରାଖଣ୍ଡ ରାଜ୍ୟର ଗଙ୍ଗୋତ୍ରୀ ଧାମ, ବଦ୍ରୀନାଥ ଧାମ ଓ କେଦାରନାଥ ଧାମରେ ତୁଷାରପାତ ହୋଇଛି ।