ETV Bharat / bharat

ମୃତ୍ୟୁ ମୁଖରୁ ବଞ୍ଚିଗଲେ ମହିଳା, ଭିଡିଓ ଭାଇରାଲ

author img

By

Published : Aug 3, 2019, 2:06 PM IST

ମାଆଙ୍କ ସହ ଝଗଡା କରି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଲୋକେ ଠିକ୍ ସମୟରେ ସେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି।

ଫାଇଲ ଫଟୋ

ଲକ୍ଷ୍ନୌ: ଆତ୍ମହତ୍ୟା ଉଦ୍ୟମ କରି ଅଳ୍ପକେ ବଞ୍ଚିଗଲେ ଜଣେ ମହିଳା । ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାସ୍ଥିତ ସାରଦା ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିବା ବେଳେ, ଲୋକେ ଠିକ ସମ୍ମା‌ରେ ପହଞ୍ଚି ଯିବାରୁ ସେ ବଞ୍ଚି ଯାଇଛନ୍ତି।


ତେବେ ଏହି ସମୟରେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ଏହି ଦୃଶ୍ୟକୁ ନିଜ ମୋବାଇଲ କ୍ୟାମେରାରେ କଏଦ କରି ନେଇଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଭିଡିଓ ସୌଜନ୍ୟ:ଟ୍ବିଟର@mukeshmukeshs


ତେବେ କିଛି ଲୋକଙ୍କ କହିବା ଅନୁଯାୟୀ ମହିଳା ଜଣଙ୍କ ମାନସିକ ରୋଗୀ ଏବଂ ସେ ତାଙ୍କ ମାଆଙ୍କ ସହ ଝଗଡା କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତଦନ୍ତରୁ ଜଣାପଡିଛି ଯେ ସମ୍ପୃକ୍ତ ମହିଳା ଆଗରୁ ମଧ୍ୟ ବହୁ ଥର ଏହି ମେଡିକାଲକୁ ଚିକିତ୍ସା ପାଇଁ ଆସିଛନ୍ତି। ଏ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Intro: ମହାମାରୀ ର ରୂପ ନେବାକୁ ବସିଲାଣି କିଡନୀ ରୋଗ । ଆଉ ନଳକୂପର ପାଣିରୁ ଏହି ରୋଗ ବ୍ୟାପୁଥିବା ଆଶଙ୍କା କରୁଛନ୍ତି ଲୋକେ ।ଏପଟେ ନଳକୂପରୁ ବାହାରୁଛି ମଇଳା ତଥା ଲୁହାଗୁଣ୍ଡ ଯୁକ୍ତ ପାଣି ।ଏହା ଫ୍ଲୋରାଇଡ ଯୁକ୍ତ ନା ଆଇରନ ଯୁକ୍ତ ତାହାତ ପରୀକ୍ଷା ପରେ ଜଣାପଡିବ ।ଏବେ କିନ୍ତୁ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସାମ୍ପୋଚ ପଞ୍ଚାୟତ ଅନ୍ତର୍ଗତ ବରଝୁଲି ଗ୍ରାମରେ ଏବେ ନଳକୂପର ପାଣିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଗ୍ରାମବାସୀ ।କାରଣ ଗାଁରେ ଥିବା ନଳକୂପରୁ ଦୂଷିତ ତଥା ଲୁହାଗୁଣ୍ଡ ଯୁକ୍ତ ପାଣି ବାହାରୁଛି ।ଆଉ ଅନ୍ୟ ଉପାୟ ନଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଉକ୍ତ ପାଣିକୁ ପିଇବା ଠାରୁ ଆରମ୍ଭ କରି ସବୁ କାମରେ ବ୍ୟବହାର କରୁଛନ୍ତି ।ଗୋଟିଏ ପଟେ ଅଞ୍ଚଳରେ କିଡନୀ ରୋଗର ଆତଙ୍କ ଓ ଅନ୍ୟ ପଟରେ ନଳକୂପର ମଇଳା ପାଣି । କିନ୍ତୁ ଅନୋନ୍ୟପାୟ ହୋଇ ରୋଗ ସମ୍ପର୍କରେ ସଚେତନ ହୋଇ ମଧ୍ୟ ଉକ୍ତ ପାଣିକୁ ବ୍ୟବହାର କରୁଛନ୍ତି ।ଏସମ୍ପର୍କରେ ଈଟିଭି ଠାରୁ ଜାଣିବା ପରେ ବିଭାଗୀୟ ଅଧିକାରୀ ନଳକୂପ ପାଣିକୁ ପରୀକ୍ଷା ସହ ତୁରନ୍ତ ଏଦିଗରେ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି ।


Body:ନଳକୂପରୁ ବାହାରୁଛି ଦୂଷିତ ପାଣି ।


Conclusion:ବାଇଟ-୧-ସୁବାସିନୀ, ଗ୍ରାମବାସୀ
ବାଇଟ-୨-ବିଶ୍ବାମିତ୍ର ମହାକୁଳ, ଗ୍ରାମବାସୀ
ବାଇଟ-୩-ଭଞ୍ଜ କିଶୋର ମନୋହାରୀ, ନିର୍ବାହୀ ଯନ୍ତ୍ରୀ, ଜଳଯୋଗାଣ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.