ETV Bharat / bharat

ଟଙ୍କା ମଜବୁତ, ଖସିଲା ସୁନା ଦାମ

author img

By

Published : Jan 13, 2021, 9:22 PM IST

ସୁନା ଦାମ ହ୍ରାସ । ହେଲେ ରୂପା ଦାମରେ ସାମାନ୍ୟ ବୃଦ୍ଧି ଦେଖାଦେଇଛି । ଡଲାର ତୁଳନାରେ ଟଙ୍କା ମଜବୁତ ରହିଛି । ଅଧିକ ପଢନ୍ତୁ..

ଟଙ୍କା ମଜବୁତ, ଖସିଲା ସୁନା ଦାମ
ଟଙ୍କା ମଜବୁତ, ଖସିଲା ସୁନା ଦାମ

ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କା ମଜବୁତ ହେବା ପରେ ବହୁମୂଲ୍ୟ ଧାତୁ ଦାମ ବୃଦ୍ଧିରେ ବ୍ରେକ ଲାଗିଛି । ଦିଲ୍ଲୀ ସରଫରା ବଜାରରେ ବୁଧବାର ସୁନା ଦାମ ହ୍ରାସ ହୋଇଛି । ହେଲେ ରୂପା ଦାମ ସାମାନ୍ୟ ବଢିଛି ।

ଆଜି ସୁନା ଦାମ 10 ଗ୍ରାମ ପିଛା 108 ଟଙ୍କା ହ୍ରାସ ହୋଇ 48,877 ଟଙ୍କାରେ ପହଞ୍ଚିଛି । ଏଚଡିଏଫସି ସିକ୍ୟୁରିଟିଜ ଏନେଇ ସୂଚନା ଦେଇଛି । ଏହା ପୂର୍ବ କାରବାର ସିଜନରେ ସୁନା ଦାମ 10 ଗ୍ରାମ ପ୍ରତି 48,985 ଟଙ୍କାରେ ବନ୍ଦ ହୋଇଥିଲା । ତେବେ ରୂପା ବର୍ତ୍ତମାନ ସମୟରେ କିଲୋଗ୍ରାମ ପିଛା 144 ଟଙ୍କା ବଢିବା ସହ 65,351 ଟଙ୍କା ରହିଛି । ଯାହାକି ଏହାର ପୂର୍ବ କାରବାର ସିଜନରେ କିଲୋ ପ୍ରତି 65,207 ଟଙ୍କା ରହିଥିଲା ।

ବୁଧବାରକୁ ଟଙ୍କା ଲଗାତାର ଦ୍ବିତୀୟ ଦିନ ଧରି ବଢିଛି । ବିଦେଶୀ ନିବେଶକଙ୍କ ଲଗାତାର ନିବେଶ ଓ ଡଲାର ମୂଲ୍ୟ ଦୁର୍ବଳ ଯୋଗୁଁ ଆଜି ଟଙ୍କା 10 ପଇସା ସୁଦୃଢ ହୋଇ 73.15 ଟଙ୍କାରେ ବନ୍ଦ ହୋଇଛି । ସେହିଭଳି ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ମଜବୁତ ହୋଇ ଆଉନ୍ସ ପିଛା 1,857 ଡଲାର ରହିଛି । ଯେତେବେଳେ କି ରୂପା ଆଉନ୍ସ ପ୍ରତି 25.48 ଡଲାରରେ ଅପରିବର୍ତ୍ତିତ ଅଛି । ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଲେଷକ ତପନ ପଟେଲ କହିଛନ୍ତି କି, ‘‘ ଡଲାର ହ୍ରାସ ଯୋଗୁଁ ସୁନାର ଦାମରେ ପରିବର୍ତ୍ତନ ଜାରି ରହିଛି । ’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.