ETV Bharat / bharat

ଜୋମାଟୋ ଡେଲିଭରିରୁ ନିର୍ବାଚନ ମୈଦାନ

author img

By

Published : Nov 10, 2019, 3:25 PM IST

ଜୋମାଟୋ ଡେଲିଭରିରୁ ନିର୍ବାଚନ ମଇଦାନ...

ଜଣେ ଟେକ୍ନିକାଲ ଏକଜିକ୍ୟୁଟିଭ ଭାବେ କ୍ୟାରିୟର ଆରମ୍ଭ କରି ପରବର୍ତ୍ତୀ ସମୟରେ ଜୋମାଟୋରେ ଡେଲିଭରି ଗାର୍ଲ ଭାବେ କାମ କରନ୍ତି ମେଘନା । ହେଲେ ନିତିଦିନିଆ ରାସ୍ତାରେ ଭୋଗୁଥିବା ଅସୁବିଧାକୁ ସମାଧାନ କରିବା ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ମନ ବଳାଇଛନ୍ତି ସେ।

ବେଙ୍ଗାଲୁରୁ: ସଂଘର୍ଷରୁ ସଫଳତା । ଉକ୍ତିଟିକୁ ବାସ୍ତବତାରେ ପରିଣତ କରିଛନ୍ତି ମାଙ୍ଗାଲୁରୁର ଜୋମାଟୋ ଡେଲିଭରି ଗର୍ଲ ମେଘନା ଦାସ । ଜଣେ ଟେକ୍ନିକାଲ ଏକଜିକ୍ୟୁଟିଭ ଭାବେ କ୍ୟାରିୟର ଆରମ୍ଭ କରି ପରବର୍ତ୍ତୀ ସମୟରେ ଜୋମାଟୋରେ ଡେଲିଭରି ଗର୍ଲ ଭାବେ କାମ କରନ୍ତି ମେଘନା । ହେଲେ ନିତିଦିନିଆ ରାସ୍ତାରେ ଭୋଗୁଥିବା ଅସୁବିଧାକୁ ସମାଧାନ କରିବା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ମନ ବଳାଇଛନ୍ତି ସେ।

କଥାଟା ଶୁଣିବାକୁ ଯେତେ ଆଶ୍ଚର୍ଯ୍ ଲାଗିଲେ ବି ସତ । ହଁ, ଆଜ୍ଞା ଜୋମାଟେ ଡେଲିଭରିରୁ ରାଜନୀତି ପର୍ଯ୍ୟନ୍ତ ଏହେଉଛି ମେଘନାଙ୍କ ଯାତ୍ରା । ଏନେଇ ସେ କହିଛନ୍ତି କି ପ୍ରତିଦିନ ରାସ୍ତାରେ ଯିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଏପରିକି ଅନେକ ଥର ଖରାପ ରାସ୍ତା ପାଇଁ ଦୁର୍ଘଟଣାର ଶିକାର ବି ହୋଇଛି । ତେଣୁ ଜଣେ ସାଧାରଣ ଜନତା ହିସାବରେ ସେମାନଙ୍କ ଅସୁବିଧାକୁ ଅତି ନିକଟରୁ ଅନୁଭବ କରିଥିବାରୁ ଏହାକୁ ସମାଧାନ କରିବାରେ ସକ୍ଷମ ବୋଲି ମନେ କରୁଛି ।

ମାଙ୍ଗାଲୁରୁ ନଗର ନିଗମ ନିର୍ବାଚନରେ 28 ନମ୍ବର ୱାର୍ଡରେ କଂଗ୍ରେସ ପକ୍ଷରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ମେଘନା । ଦଳ ତାଙ୍କୁ ନିର୍ବାଚନରେ ଲଢିବା ପାଇଁ ଟିକେଟ ଦେବ ବୋଲି ବିଶ୍ବାସ କରିନଥିଲେ ମଧ୍ୟ ଭଗବାନଙ୍କ କୃପାରୁ ଏହି ସୁଯୋଗ ପାଇ ଖୁସି ଜାହିର କରିଛନ୍ତି ମେଘନା । ତେଣୁ ସୁଯୋଗ ମିଳିଲେ ତୃଣମୂଳ ସ୍ତରରେ ଲୋକଙ୍କ ନିତିଦିନିଆ ଅସୁବିଧାର ସମାଧାନ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି ସେ ।

Intro:Body:

BLANK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.