ETV Bharat / bharat

ତେଲେଙ୍ଗାନାରେ ମହିଳାଙ୍କୁ ଦୁର୍ଷ୍କମ, ଦୁର୍ଷ୍କମକାରୀଙ୍କୁ 20ବର୍ଷ କାରାଦଣ୍ଡ

author img

By

Published : Dec 7, 2020, 8:29 PM IST

ତେଲେଙ୍ଗାନାରେ ଇଟାଭାଟିରେ କାମ କରିବାକୁ ଆସିଥିବା ମହିଳାଙ୍କୁ ଚାରି ସହକର୍ମୀଙ୍କ ଦୁର୍ଷ୍କମ । 20ବର୍ଷ କାରାଦଣ୍ଡରେ ଦଣ୍ଡିତ ହେଲେ ଦୁର୍ଷ୍କମକାରୀ । ଅଧିକ ପଢନ୍ତୁ...

ଦୁର୍ଷ୍କମକାରୀଙ୍କୁ 20ବର୍ଷ କାରାଦଣ୍ଡ
ଦୁର୍ଷ୍କମକାରୀଙ୍କୁ 20ବର୍ଷ କାରାଦଣ୍ଡ

ହାଇଦ୍ରାବାଦ: ଇଟାଭାଟିରେ କାମ କରି ଦୁଇ ପଇସା ରୋଜଗାର କରି ଗୁଜୁରାଣ ମେଣ୍ଟାଇବାକୁ ଆସିଥିଲେ । ହେଲେ କିଏ ଜାଣିଥିଲା ଯେ ନର ରାକ୍ଷସ କବଳରେ ପଡିଯିବେ । ଓଡିଶାରୁ ଦାଦନ ଖଟିବାକୁ ସହକର୍ମୀଙ୍କ ସହ ଘରୁ ଗୋଡ କାଢିଥିଲେ 30 ବର୍ଷୀୟ ମହିଳା । ଚାରି ସହକର୍ମୀ ହିଁ ମହିଳାଙ୍କୁ ଦୁର୍ଷ୍କମ କରିଥିବା ଅଭିଯୋଗ ପରେ ସେମାନଙ୍କୁ 20ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

ଓକିଲଙ୍କ କହିବାନୁସାରେ, ଚାରିଜଣ ଅଭିଯୁକ୍ତ ଏବଂ ମହିଳା ଓଡ଼ିଶାରୁ ଆସି ମହେଶ୍ୱରାମରେ ଥିବା ଏକ ଇଟାଭାଟିରେ ଶ୍ରମିକ ଭାବେ କାମ କରୁଥିଲେ । ଅଗଷ୍ଟ 16 ତାରିଖ ରାତିରେ ଯେତେବେଳେ ମହିଳା ଜଣକ ଏକ ଉତ୍ସବରେ ଯୋଗଦେବାକୁ ଯାଇଥିଲେ । ସେଠାରେ ଚାରିଜଣ ଯୁବକ ତାଙ୍କୁ ଅନୁସରଣ କରି ଏକ ଅଲଗା ସ୍ଥାନକୁ ନେଇଯାଇ ଦୁର୍ଷ୍କମ କରିଥିଲେ । ସେଠାରୁ ଚାରି ଅଭିଯୁକ୍ତ ପଳାଇଯାଇଥିଲେ ।

ଏ ଘଟଣା ନେଇ ମହିଳା ଜଣକ ସେମାନଙ୍କ ବିରୋଧରେ ମହେଶ୍ୱରାମ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ରାଚକୋଣ୍ଡା ପୋଲିସ କମିଶନର ମହେଶ ଏମ ଭାଗବତ ନଭେମ୍ବର 2019 ରେ ଏହି ଚାରି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲେ ।

ତେବେ ସୋମବାର ଗଣଦୁର୍ଷ୍କମ ନେଇ ଆଇପିସି ଧାରା 376 ଡିରେ ଚାରି ଦୁର୍ଷ୍କମକାରୀଙ୍କୁ 20 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ 20 ହଜାର ଟଙ୍କା ଜୋରିମାନା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.